ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖାତିଗୁଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ୨୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ତେନ୍ତୁଳିଖୁଣ୍ଟି: ୦୨/୦୨/୨୩-ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ପ୍ରଧାନ ଆଚାର୍ଯ୍ୟ ପବିତ୍ର ମୋହନ ସାହୁ ଙ୍କ ତତ୍ୱାବଧାନ ରେ ୨୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଗତ ଦୁଇ ବର୍ଷ ହେବ କରୋନା କଟକଣା ହେତୁ କାର୍ଯ୍ୟକ୍ରମ ହୋଇନଥିଲା କିନ୍ତୁ ଚଳିତ ବର୍ଷ ଖୁବ ସୁନ୍ଦର ଭାବେ କାର୍ଯ୍ୟକ୍ରମ ହୋଇଥିବା ଦେଖିବାକୁ ମିଳିଛି । ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖାତିଗୁଡା ଥାନା ଅଧିକାରୀ ଶ୍ରୀଯୁକ୍ତ ଦୀପକ କୁମାର ଲେଙ୍କା ଓ ମୁଖ୍ୟ ବକ୍ତା ଭାବେ ଡକ୍ଟର ସଂଯୁକ୍ତା ପଣ୍ଡା ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟ ରେ ଅଭିଭାଷଣ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଅଧ୍ୟକ୍ଷ ସୁରେନ୍ଦ୍ର ରାଉତ,ସମ୍ପାଦକ ବିମଳ କୁମାର ବେହେରା, ଅତିରିକ୍ତ ଶିକ୍ଷା ଅଧିକାରୀ ମୋହନ ମଧୁସୂଦନ ବାଘ, ମନୋଜ କୁମାର ମହାପାତ୍ର, ପଦ୍ମବତୀ ବରାଳ, ଯୋଗ ଦେଇ ବିଭିନ୍ନକୃତୀ୍ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟ ତଥା ରାଜ୍ୟ ର ନାମ ରଖିବାକୁ ଉପଦେଶ ଦେଇଥିଲେଓ ଛାତ୍ରଛାତ୍ରୀ ଙ୍କୁପୁରସ୍କୃତ କରାଯାଇଥିଲା। ବନ୍ଦେମାତାରାମ ବନ୍ଦନା ଗାନ ସହ ଶିଶୁଙ୍କ ଦ୍ୱାରା ବିଚିତ୍ରା କାର୍ଯ୍ୟକ୍ରମ ତଥା ସଂସୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ସଞ୍ଜୟ କୁମାର ବେହେରା, ଜିେତେନ୍ଦ୍ର ମହନ୍ତ,ସୁଜିତ୍ କୁମାର ଘଣା, ତେଜାଲ ମହାନ୍ତି, ନିରୁପମା ପ୍ରଧାନ,ମିନତି, ପ୍ରମୁଖ ସହଯୋଗ କରିଥିଲେ।

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ

masiha

ବେଟି ବଚାଓ ବେଟି ପଢ଼ାଓ ଯୋଜନାର ୧୦ ବର୍ଷ ପୂର୍ତ୍ତି ଅବସରରେ ପାଳନ ଉତ୍ସବ

masiha

ଜଳଛତ୍ର ନାଁରେ ଲୋକଙ୍କ ଟଙ୍କାର ଅପବ୍ୟୟ ? ମହାନଗର ନିଗମର କାର୍ଯ୍ୟକୁ ନେଇ ଉଠିଲା ପ୍ରଶ୍ନ

Leave a Comment

error: Content is protected !!