ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଜାମଝରଣ ଗ୍ରାମରେ ତୃତୀୟ ତମ ପବିତ୍ର ୧୬ପ୍ରହର ନାମଯଜ୍ଞ

ଗୋଳାମୁଣ୍ଡା/୨/୨/ମସିହା/ ବିଶ୍ୱର ମଙ୍ଗଳ କାମନା ପାଇଁ ସ୍ଥାନେ ସ୍ଥାନେ ଭଗବାନଙ୍କ ନାମ ଜପ କୀର୍ତ୍ତନ ଓ ମହାମନ୍ତ୍ର ର ପ୍ରହର ଅନୁଷ୍ଠିତ ହୋଇ ଯାଉଛି । ଏଭଳି ସ୍ଥଳେ କଳାହାଣ୍ଡି ଜିଲ୍ଲାର ଗୋଳାମୁଣ୍ଡା ବ୍ଲକର ଧମାନପୁର ପଞ୍ଚାୟତର ଜାମଝରଣ ଗ୍ରାମରେ ୧୬ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଛି । ସର୍ଵ ପ୍ରଥମେ ପ୍ରହର ମଣ୍ଡପରେ ଭୁକୁତା ମୁଣ୍ଡାର ଘନ ନାଇକ ଙ୍କ ଦ୍ଵାରା ଫିତା କଟା ଯାଇଥିଲା,ଏହି ଉପଲକ୍ଷେ ତାଙ୍କୁ ଓ ବ୍ରାହ୍ମଣ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଆଜି କଳସ ଯାତ୍ରା ଆରମ୍ଭ ହୋଇଥିଲା, ଏଥିରେ ଶତାଧିକ ମହିଳାମାନେ ମୁଣ୍ଡରେ କଳସ ଧାରଣ କରି ହୁଳହୁଳି ରେ ରାସ୍ତା ଓ ମଣ୍ଡପରେ କମ୍ପିତ ହୋଇଥିଲା । ୧୬ପ୍ରହର ନାମ ଯଜ୍ଞରେ ମୁଖ୍ୟ କର୍ତ୍ତା ଭାବେ ଲୋକନାଥ ପୁଝାରି ଓ ସହଧର୍ମିନ ହେମଲୟା ପୁଝାରି, ପୂଜକରେ ଭାବେ ଶ୍ରୀଧର ତ୍ରିପାଠୀ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ଏହି ଯଜ୍ଞ କମିଟିର ସଭାପତିରୂପେ ସୁବାଷ ଚନ୍ଦ୍ର ମାଝୀ, ସହ ସଭାପତି ଈଶ୍ୱର ମାଝୀ, ସମ୍ପାଦକ ଗୀତାଞ୍ଜଳି ପୁଝାରି, ଓ ଅନ୍ୟାନ୍ୟ ମୁଖ୍ୟ ଆକର୍ଷଣ କାରୀ ଦୈତାରୀ ପୁଝାରି, ଘାସିରାମ ମାଝୀ ଓ ଲକ୍ଷ୍ମଣ ପୁଝାରି ପ୍ରମୁଖ ଉପସ୍ଥିତ ଥିବା ବେଳେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଗୀତାଞ୍ଜଳି ପୁଝାରି, ଦମୟନ୍ତି ମାଝୀ, ନିର୍ମଳା ମାଝୀ, ଲକ୍ଷଣ ପୁଝାରି ଓ ଘାସିରାମ ମାଝୀ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

କାମାକ୍ଷାନଗର ଶ୍ରୀ ଜଗନ୍ନାଥ ମନ୍ଦିରରେ ଭାଗବତ ଜନ୍ମୋତ୍ସବ ପାଳିତ 

masiha

ଖଣ୍ଡିଆ ଗୁଡା ବାଲିଯାତ୍ରା ଧୁମଧାମରେ ପାଳିତ

Sunil Chandra Nayak

ଝାମୁଯାତ୍ରା ପାଇଁ ଭୂମିପୂଜା ଓ ମାଁ ଅଷ୍ଟ ଚଣ୍ଡୀଙ୍କ ନଗର ପରିକ୍ରମା 

masiha

Leave a Comment

error: Content is protected !!