ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ମହୋତ୍ସବ , କଳ୍ପନା‌ କରନ୍ ଙ୍କୁ ତୁଳସୀରତ୍ନ ସମ୍ମାନ

ଭୁବନେଶ୍ବର, ତା ୦୨ /୦୨: ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ସଙ୍ଗୀତ ମୂର୍ଚ୍ଛନା ଓ ଓଡ଼ିଶା ସଂସ୍କୃତି କଳା ଏକାଡେମୀ ପକ୍ଷରୁ ଓଡ଼ିଶାର କୋଣ ଅନୁକୋଣର ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ରାଜ୍ୟର ଖ୍ୟାତିସମ୍ପନ୍ନ କଳାକାରମାନଙ୍କୁ ତୁଳସୀରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି।ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ। ସେହିପରି ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଗୀତିକାର ଓ ନିର୍ଦ୍ଦେଶକ ଶ୍ରୀକାନ୍ତ ଗୌତମ, ସମ୍ମାନିତ ଅତିଥି ଭାବେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅଶୋକ ମଲ୍ଲିକ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଦିନେଶ ମଲ୍ଲିକ, ସଙ୍ଗୀତ ମୂର୍ଚ୍ଛନା ଏବଂ ଓଡ଼ିଶା ସଂସ୍କୃତି କଳା ଏକାଡେମୀର ସଭାପତି ଯୋଗ ଦେଇଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ବସନ୍ତ କୁମାର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଓଡ଼ିଶାର ସୁନାମଧନ୍ୟ କଳାକାରମାନଙ୍କୁ ତୁଳସୀରତ୍ନ, ଓଡ଼ିଶାରତ୍ନ, ଜିଲ୍ଲାରତ୍ନ ଓ ସଙ୍ଗୀତ ମୂର୍ଚ୍ଛନା ଭଳି ବିଭିନ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତର ୪୦୦ ଜଣ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କୁ ତୁଳସୀରତ୍ନ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ଶ୍ରୀକାନ୍ତ ଗୌତମ, ଗୀତା ଦାଶ, ବିଷ୍ଣୁମୋହନ କବି ଓ ଏମବିସି ଟିଭିର କରେଣ୍ଟ ଆଫାୟାର୍ସ ମୁଖ୍ୟ କଳ୍ପନା କରନଙ୍କ ସମେତ ବହୁ ଆଗଧାଡ଼ିର କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦିନେଶ ମଲ୍ଲିକଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଭୁବନେଶ୍ବର ରୁ ଅମୃତ ନନ୍ଦ ଙ୍କ ରିପୋର୍ଟ୍ 

Related posts

ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ : ୧୫ରୁ କଟିବ ଚାଲାଣ

Sunil Chandra Nayak

ମଧୁବାବୁ ପେନସନ୍ ଯୋଜନାରେ ଅତିରିକ୍ତ ୪.୧୩ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଘୋଷଣା

Sunil Chandra Nayak

୨୯୯ଟି ଅତ୍ୟାଧୁନିକ ଆମ୍ବୁଲାନ୍ସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Leave a Comment

error: Content is protected !!