ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ଅନୁଦାନ ଜୀନା ପାଇଁ ସାତ ସପନ

କାମାକ୍ଷାନଗର( ମସିହା )୨୭/୦୧ // ଛଳ ଛଳ ଆଖିରେ କୋହ ଭରା କଣ୍ଠରେ ଏମିତି କେତେ କଥା କହି ଦେଉଛି ଝିଅ ଜୀନା l ଚାରି ଆଡେ ସତେ ଯେମିତି ତା ପାଇଁ ଦୁନିଆ ଅନ୍ଧାର ହିଁ ଅନ୍ଧାର,ପାଠ ପଢିବା ପାଇଁ ବହୁତ ଇଚ୍ଛା ହେଲେ ଭାଗ୍ୟର ବିଡମ୍ବନା ଜନ୍ମରୁ ଭିନ୍ନକ୍ଷମ l ତା ସାଙ୍ଗକୁ ପୁଣି ଜନ୍ମରୁ ଅନ୍ଧ l ଦେଖି ପାରନ୍ତିନି ଜୀନା l ଏଭଳି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ବସୁଲେଇ ଗ୍ରାମ ପଞ୍ଚାୟତ ର ଅରୁଣ ନାଏକ ଙ୍କ ଝିଅ ଜୀନା ନାଏକଙ୍କ ର l ଅରୁଣ ଜଣେ ଦିନ ମଜୁରୀଆ l ମୂଲ ଲାଗିଲେ ୬ ପ୍ରାଣୀ ଙ୍କ ପେଟକୁ ଦାନା ଯାଏ l ଅରୁଣ ନାଏକ ଙ୍କ ୩ ଝିଅ ଓ ଗୋଟିଏ ପୁଅ ଆଉ ସ୍ତ୍ରୀ କୁ ନେଇ ତାଙ୍କର ସୁଖ ଦୁଃଖର ସଂସାର lସାନ ଝିଅ ଜୀନା ଷଷ୍ଠ ଶ୍ରେଣୀରେ ପଢେ ତା ପାଇଁ ଆଶାବାଡି ହେଉଛି ମା ଦୁଖୀ ନାଏକ l ସବୁଦିନ ସ୍କୁଲ କୁ ଛାଡି ନିଅନ୍ତି ଆଉ ସ୍କୁଲ ରୁ ପୁଣି ଘରକୁ ଆଣନ୍ତି l ସରକାର ଭିନ୍ନ କ୍ଷମ ମାନଙ୍କ ପାଇଁ କେତେ ଯୋଜନା କରୁଛନ୍ତି, ହେଲେ ଆମେ କିଛି ସୁବିଧା ପାଇ ପାରୁନାହୁଁ, ନା ହୋଇ ପାରୁଛି ଜୀନା ର ରାସନ କାର୍ଡ ମିଳୁଥିବା ଚାଉଳ ,ନା ମିଳି ପାରୁଛି ଭିନ୍ନକ୍ଷମ ଭତ୍ତା, ନା ମିଳି ପାରୁଛି ଆବାସ ଯୋଜନାରେ ଘର ଖଣ୍ଡିଏ l ଯଦି ଝିଅ ର ଭିନ୍ନ କ୍ଷମ ଭତ୍ତା ଓ ରାସନ କାର୍ଡ ରେ ଚାଉଳ ଏବଂ ଘର ଖଣ୍ଡେ ମିଳି ପାରନ୍ତା ଆମେ ପରିବାର ଚଳିଯାଆନ୍ତା ଓ ଝିଅ ଜୀନା ପାଠ ପଢି ପାରନ୍ତା ବୋଲି ଜୀନା ର ମା ପ୍ରଶାସନ ଙ୍କୁ ଅଳି କରିଛନ୍ତି l ଖାଲି ଦେଖିବାକୁ ବାକି ରହିଲା କେବେ ପ୍ରଶାସନ ଶୁଣୁଛନ୍ତି ଜୀନାଙ୍କ ଦୟନୀୟ କଥା???

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

MP Rajya Sabha Shri Niranjan Bishi Demands Conferment of Bharat Ratna on Bhagaban Birsa Munda (Posthumously)

Sunil Chandra Nayak

ଭଙ୍ଗାବାରି ଠାରେ କଳାହାଣ୍ଡି ଜିଲ୍ଲା ବିଜ୍ଞାନ କେନ୍ଦ୍ର ର ଭିତ୍ତିପ୍ରସ୍ତର 

masiha

ବାରିପଦା ତହସିଲ ଅଧିନସ୍ଥ ଆର.ଆଇ. -୧ ଏବଂ ଆର ଆଇ -୨ ର ନୂତନ କାର୍ଯ୍ୟାଳୟ ଗୃହ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!