ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜିଲ୍ଳା ରେ ମଣ୍ଡି ସମସ୍ୟା ତଥା ଗରିବ ଓ କୃଷକ ବିରୋଧୀ କେନ୍ଦ୍ର ବଜେଟ ବିରୁଦ୍ଧରେ ଯୁବ କଂଗ୍ରେସର‌ ବିକ୍ଷୋଭ ପ୍ରଦର୍ଶନ

ଧର୍ମଗଡ଼:୦୩/୨/୨୩ :କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମଣ୍ଡିରେ ଦେଖାଦେଇଥିବା ସମସ୍ୟା ଓ କେନ୍ଦ୍ର ଦ୍ବାରା ଆଗତ ବଜେଟ ବିରୁଦ୍ଧରେ ଧର୍ମଗଡ଼ ଯୁବ କଂଗ୍ରେସ ପକ୍ଷରୁ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । 

ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଡାକେଶ୍ଵର ଲହଜଲଙ୍କ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭ ପ୍ରଦର୍ଶନରେ ଜିଲ୍ଲା ପ୍ରବକ୍ତା ବେଣୁପାଣି ଦୁର୍ଗା, ଜିଲ୍ଲା ସାଧାରଣ ସମ୍ପାଦକ ରାଜେଶ ବଗର୍ତ୍ତି, ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ଅନିଲ ମଲିକ, ଧର୍ମଗଡ଼ ଯୁବ କଂଗ୍ରେସ ସଭାପତି ଗୁଣ ଶବର, ଜଗନ୍ନାଥ ସତନାମୀ, ଲକ୍ଷଣ ବେମାଲ, ଦେବରାଜ ଭାଟି, ସରୋଜ କୁମାର, ଅଜୟ ପୁଝାରୀ ଓ ଅନ୍ୟ ମାନେ ସାମିଲ ହୋଈ ଥିଲେ। ଯୁବ କଂଗ୍ରେସ ଅଭିଯୋଗ କରିଛି ଯେ କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ମଣ୍ଡିରେ ହଜାର ହଜାର ବସ୍ତା ଧାନ ଉଠି ନପାରି ପଡ଼ି ରହିଛି। ଯେଉଁ ଧାନ ବିକ୍ରି ହୋଇସାରିଛି ୧୫ ଦିନ ପରେ ମଧ୍ୟ ଚାଷୀ ତାର ପ୍ରାପ୍ୟ ପାଇପାରୁନାହି । ବଳକା ଧାନ ଉଠାଣ ସହ ଚାଷୀଙ୍କୁ ତୁରନ୍ତ ପ୍ରାପ୍ୟ ପ୍ରଦାନ କରିବାକୁ ଯୁବ କଂଗ୍ରେସ ଦାବି କରିଛି । ଏହା ସହ ସଦ୍ୟ ପାରିତ ହୋଇଥିବା ବଜେଟ ଏକ ଜନ ବିରୋଧ ବଜେଟ ବୋଲି କଂଗ୍ରେସ ଅଭିଯୋଗ କରି ଏହି ବଜେଟ ଗରିବ ଓ କୃଷକ ବିରୋଧୀ କେବଳ ପୁଞ୍ଜି ପତି ଙ୍କୁ ସୁହାଇଲା ଭଳି ଏହା ପ୍ରସ୍ତୁତ ହୋଇଛି ବୋଲି ଯୁବ କଂଗ୍ରେସ ପକ୍ଷରୁ କୁହା ଯାଇଛି।  

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା କଂଗ୍ରେସ କମିଟିର କର୍ମକର୍ତ୍ତା ଚୟନ ତ୍ରିଲୋଚନ ପାଣିଗ୍ରାହୀ ହେଲେ ଜିଲ୍ଲା ସାଧାରଣ ସମ୍ପାଦକ

masiha

ତୁରିଗଡିଆରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ବିକ୍ରମ ଦେବ କଲେଜକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ କୋରାପୁଟ ଜନ ଉପ ସଭାପତି ହିମାଂଶୁ ଜେନା

Sunil Chandra Nayak

Leave a Comment

error: Content is protected !!