ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ବେଣୁଧର ସୂତାର ଙ୍କ କବିତା // ଆଗାମୀର ଅଭିଯାନ 

 ଆଗାମୀର ଅଭିଯାନ 

     ବେଣୁଧର ସୂତାର

ଵିଶ୍ଵାସ ଅମୃତ ପାନେ
              ସମୟର ଆବାହନେ
ହୃଦୟର ମହୋଦଧି ତଟେ
ସପନେ ଲହରି ଭରି
              ବେଦନାର ବୁକୁଚିରି
ଆବେଗର ପରିଭାଷା ଫୁଟେ ।।
ପ୍ରେମ ପ୍ରୀତି ଅନୁବନ୍ଧେ
             ମହକ ମାଦକ ଛନ୍ଦେ
ପରିବ୍ୟାପ୍ତ ସମ୍ମୋହିତ ସୁରେ
ମନ ମଧୁଶାଳା ହସ
             ଭାବମୟ ଅନୁପ୍ରାସ
ସୁରତୋଳେ ହୃଦୟ ବେଳାରେ ।।
ମଧୁଝରା ଜହ୍ନ ଜ୍ୟୋତ୍ସ୍ନା
           ବଉଳ ଫୁଲର ବାସ୍ନା
ପୁଲକିତ ଲାଗେ ଏ ଲଗନ
ଏମନର କେତେ କଥା
            ଅସରନ୍ତି ସ୍ମୃତି ଗାଥା
ରୋମାଞ୍ଚିତ କରେ ତନୁମନ ।।
ସୁନୀଳ ସାଗର ତୀରେ
          ଶ୍ୟାମଳ ପ୍ରାନ୍ତର ପରେ
ମରୁମୟ ଉପତ୍ୟକା କୋଳେ
ନୈରାଶ୍ୟ ବୋଧତା କେତେ
            ଆସିଛି ଜୀବନେ ସତେ
ଯନ୍ତ୍ରଣାର ଯତିପାତ ତଳେ ।।
ଭୋଗିଛି ଜୀବନେ ଦଶା
            ଯାତନାର ଚଉତିଶା
ପ୍ରତୀକ୍ଷିତ ପ୍ରାଣର ପିପାସା
ସମୟର ସୁନା କଢି
            ନିରାଶାରେ ଆଶା ବାଡି
ବିତୃଷ୍ଣାରେ ଭରିଛି ଭରସା ।।
ମଧୁମୟ ଏ ସଂସାର
           ବଞ୍ଚିବାର ସୂକ୍ଷ୍ମ ଧାର
ସମୟର ପ୍ରତିଟି ଛନ୍ଦରେ
ଅନୁଭବି ଅନୁଛେଦ
         ପ୍ରତୀକ୍ଷାର ପୂର୍ଣ୍ଣଛେଦ       
 ଅପାସୋରା ହୃଦୟ କନ୍ଦରେ ।। 
ସୁଖ ଦୁଃଖ ପ୍ରାଣ ସୁଧା
            ଜୀବନ ସପନ ସ୍ନିଗ୍ଧା
ମହକିତ ରଙ୍ଗରେ ରଙ୍ଗାଇ
ଶୂନ୍ୟତାର ଧାରେ ଧାରେ
             ପୂର୍ଣ୍ଣତାର ବିଶ୍ୱାସରେ
ଅଭିଯାନ ଆଗାମୀର ପାଇଁ ।।
ଅମିୟ ଭରା ସେ ସ୍ମୃତି
             ମମତା ମଧୁର ପ୍ରୀତି 
ପ୍ରାଣମୟ ମାଧୁର୍ଯ୍ୟ ନିଃସ୍ବନ
ପ୍ରତି ହୃଦୟ ସ୍ପନ୍ଦନେ
         ଶାନ୍ତି ପ୍ରୀତି ଉପାଦାନେ
ଆଦର୍ଶରେ ହୂଏ ପରିପୂର୍ଣ୍ଣ ।।

କେଶଦୁରାପାଳ କେନ୍ଦୁଝର

Related posts

ଜୟ କୁମାର ମିଶ୍ର ଙ୍କ କବିତା – “ଅଭାବୀ କଷଣ”

masiha

କୁନା ସେଠୀ ଙ୍କ କବିତା // ଅସଲ ଶୀତ ବୋଧେ ଏବେ ଆସିଲାରେ

Sunil Chandra Nayak

ରତିନାରାୟଣ ରାଉତ ଙ୍କ କବିତା l l ଶ୍ରୀଜଗନ୍ନାଥ l l

Sunil Chandra Nayak

Leave a Comment

error: Content is protected !!