ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜପଥରେ ଭୁଞ୍ଜିଆ ଦମ୍ପତି ସାଜିଥିଲେ ରାଜ ଅତିଥି , ଭୋଜି ଦେଇ ଶୁଦ୍ଧି ହୋଇ ସମାଜରେ ମିଶିଲେ

ନୂଆପଡା : ସାଧାରଣତନ୍ତ୍ର ଦିବସରେ ରାଜଅତିଥି ହୋଇ ରାଜପଥକୁ ଯାଇଥିଲେ ଭୁଞ୍ଜିଆ ଦମ୍ପତି । ଦିଲ୍ଲୀରେ ରାଜ୍ୟର ପ୍ରତିନିଧିତ୍ୱ କରିଥିଲେ ନୂଆପଡା ସୁନାବେଡାର ଏହି ଭୁଞ୍ଜିଆ ଦମ୍ପତି । ବାହାରେ ରହିଲେ, ବାହାରେ ଖାଇଲେ। ବାହାରେ ଖାଇଲେ ବୋଲି ତାଙ୍କୁ ସାମାଜିକ ରୀତିନୀତିରେ ଶୁଦ୍ଧି ହେବାକୁ ପଡିଲା। ଦମ୍ପତିଙ୍କୁ ସୁନାବେଡ଼ା ଅଭୟାରଣ୍ୟ ସୁନାବେଡ଼ାରେ ଜାତି ଭାଈଙ୍କୁ ଭୋଜି ଦେବାକୁ ପଡିଲା।

ନୂଆଦିଲ୍ଲୀରେ ରାଜ ଅତିଥି ହୋଇ ରାଜ୍ୟର ପ୍ରତିନିଧିତ୍ୱ କରି ଥିଲେ ନୂଆପଡା ଜିଲ୍ଲା ସୁନାବେଡାର ଭୁଞ୍ଜିଆ ଦମ୍ପତି ଭୁଜବଳ ମାଝି ଓ କୁଞ୍ଜେଇ ଦେଈ ମାଝି। ଗତ ୨ ତାରିଖ ଦିନ ନୂଆଦିଲ୍ଲୀରୁ ନୂଆପଡା ପହଞ୍ଚି ଥିଲେ। ନୂଆପଡାରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି କୃତଜ୍ଞତା ଜଣାଇ ସୁନାବେଡା ବାହାରି ଥିଲେ। ଫେରିବା ବାଟରେ ଚେରେଚୂଆଁ, ବଜାମଗାଁ ଓ ସୁନାବେଡାରେ ବନବାସୀ ଭବ୍ୟ ସ୍ୱାଗତ କରିଥିଲେ। ବାହାର ଖାଦ୍ୟ ଖାଇଲେ ବୋଲି ଅଛୁଆଁ ହୋଇଗଲେ। ରାତିରେ ନିଜ ଘରେ ଅଲଗା ଶୋଇ ଥିଲେ ଭୁଞ୍ଜିଆ ଦମ୍ପତି।

 ସକାଳୁ ବିଧି ଅନୁସାରେ ଜାତି ବନ୍ଧୁବାନ୍ଧବ ତାଙ୍କ ଘରକୁ ଆସି ଥିଲେ। ଗାଁ ପାଖ ଝରଣାକୁ ଗାଧୋଇ ଯାଇଥିଲେ ଦମ୍ପତି। ପରେ ତାଙ୍କ ଜନୈକ ବନ୍ଧୁ ଦୁଧପାଣି ସୁନାରୀ ପତ୍ରରେ ତାଙ୍କୁ ସିଞ୍ଚନ କରି କିଛି ବୁନ୍ଦା ଦୁଧପାଣି ପିଇବାକୁ ଦେଇଥିଲେ। ପରେ ସମାଜର ନିୟମ ଅନୁସାରେ , ଗୋଟିଏ ବୋଦା , ଗୋଟିଏ ପାରା , ଗୋଟିଏ କୁକୁଡା , ୨୧ଟି ନଡିଆ , ୨୧ଟି ଲେମ୍ବୁ ଓ ଗୋଟିଏ ପକେଟ ଅରୁଆ ଚାଉଳ ଦେବାକୁ ପଡିଥିଲା। ପଶୁପକ୍ଷୀଙ୍କୁ ସମାଜର ରୀତିନୀତିରେ ବଳି ଦେଲା ପରେ ଭୁଞ୍ଜିଆ ଦମ୍ପତିଙ୍କୁ ତାଙ୍କ ଲାଲ ବଙ୍ଗଳା, ସୁନାଦେଈ ମନ୍ଦିର ନେଇଥିଲେ। ଦେବୀ ଦର୍ଶନ ପରେ ସେମାନେ ଶୁଦ୍ଧି ହୋଇ ସମାଜରେ ମିଶିଥିଲେ। ଅଭୟାରଣ୍ୟ ଅଞ୍ଚଳରେ ବସବାସ କରୁଥିବା ଶତାଧିକ ଜାତି ଭାଈ , ବନ୍ଧୁବାନ୍ଧବ ଶୁଦ୍ଧି ଭୋଜିରେ ସାମିଲ ହୋଇଥିଲେ। ଆଜିଠାରୁ ଭୁଜବଳ ଓ କୁଞ୍ଜେଇ ଦେଈ ସମାଜରେ ପୁନଃ ମିଶିଥିବା ଘୋଷଣା କରିଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଆସ୍ଥା ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ 

masiha

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମକ୍ ଡ୍ରିଲ୍ କରିବା ନିର୍ଦ୍ଦେଶ କୁ ସ୍ବାଗତ କଳା ABVP 

masiha

ନାୟିକା, ରାଉରକେଲା ର ସ୍ବାଧୀନତା ଦିବସ ପାଳନ 

Sunil Chandra Nayak

Leave a Comment

error: Content is protected !!