ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏନଆଇଟି ର ବିଂଶତମ ଦୀକ୍ଷାନ୍ତ ସମାରୋହ

ରାଉରକେଲା/ ଏନଆଇଟି ର ବିଂଶତମ ଦୀକ୍ଷାନ୍ତ ସମାରୋହ – ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୧୭୧୭ ଜଣଙ୍କୁ ଡିଗ୍ରୀ ଉପାଧି ଓ ୬ ଜଣଙ୍କୁ ସ୍ବର୍ଣ୍ଣ ପଦକ ତଥା ବିଭିନ୍ନ ପୁରସ୍କାର ବଣ୍ଟନ କରାଯାଇଥିଲା । ଏହି ସମାରୋହରେ ଭାରତୀୟ ଇସ୍ପାତ ପ୍ରାଧିକରଣ କତ୍ତୃପକ୍ଷ ( ସେଲ) ଅଧ୍ୟକ୍ଷା ସୋମା ମଣ୍ଡଳ ମୁଖ୍ୟ ଅତିଥି ଏବଂ ମହାନଦୀ କୋଲ୍ଡଫିଲ୍ଡ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଓମ ପ୍ରକାଶ ସିଂ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ର ଛାତ୍ରୀ ଙ୍କୁ ଡିଗ୍ରୀ ଉପାଧି ଓ ସ୍ବର୍ଣ୍ଣ ପଦକ ପ୍ରଦାନ କରିଥିଲେ । ଏହି ଅବସରରେ ପ୍ରଫେସର ଡ଼ ରମେଶ ଚନ୍ଦ୍ର ବେହେରା ସ୍ବର୍ଣ୍ଣ ପଦକ ଏନଆଇଟି ଟପର ଏମଟେକ ସିଭିଲ ଇଂଜିନିୟରିଂ ର ଛାତ୍ର ମନୀଷ ଗାଡିକର ଦିଆ ଯାଇଥିଲା । ସୂଚନା ଯୋଗ୍ୟ ଯେ ପ୍ରଫେସର ରମେଶ ଚନ୍ଦ୍ର ବେହେରା ଭଦ୍ରକ ର ବାସୁଦେବପୁର ରେ ଜନ୍ମ ଲାଭ କରିଥିଲେ ମଧ୍ୟ୍ୟ ଏନଆଇଟି ରୁ ମେଟାଲର୍ଜି ବିଭାଗ ରୁ ବିଟେକ, ଏମ୍ ଟେକ୍ ରେ ପିଏଚଡି କରି ବିଭାଗୀୟ ମୁଖ୍ୟ ପ୍ରଫେସର ଓ ଏନଆଇଟି ର ଡିନ୍ ହୋଇ ଅବସର ନେବା ପରେ ୨୦୧୮ରେ ପରଲୋକ ଗମନ କରିଛନ୍ତି। ତାଙ୍କରି ନାମରେ ଏନଆଇଟି ର ଦୀକ୍ଷାନ୍ତ ସମାରୋହରେ ଏହି ସ୍ବର୍ଣ୍ଣ ପଦକ ଅନୁଷ୍ଠାନ ର ମେଧାବୀ ଛାତ୍ର ମନୀଷ ଗାଡିକରଙ୍କୁ ପ୍ରଦାନ କରାଯାଇଥିଲା ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଅନ୍ୱେଷା ପରିଵାରର ୧୦୧ ତମ ସାମୂହିକ ଜନ୍ମଦିନ ପାଳନ 

masiha

ବାବେଗୁଡ଼ା ହଁସନୀ ନାଳାରେ ଚେକ୍ୟା ଡେମ ନିମ୍ନ ମାନର ହେତୁ ଗ୍ରାମ ବାସୀଙ୍କ ଅଭିଯୋଗ

Sunil Chandra Nayak

ଆଇଜିଆଇଟି ରେ ବାର୍ଷିକ ଉତ୍ସବ ଆରୋହଣ ୨୦୨୩ ବେଶ ଧୁମଧାମ ରେ ପାଳିତ

Sunil Chandra Nayak

Leave a Comment

error: Content is protected !!