ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆବାସ ଗୃହ ପାଇବାର ମାପକାଠି ରେ ଯୋଗ୍ୟ ହେଲେନି ପଦ୍ମା ଓ ଚଞ୍ଚଳା ! ଏମାନଙ୍କ ବିକଳ ଗୁହାରି ଶୁଣିଲେନି ଅଧିକାରୀ , ପ୍ରତିଶ୍ରୁତି ଦେଇ ପ୍ରତିଶ୍ରୁତି ଭୁଲିଗଲେ

ତେନ୍ତୁଳିଖୁଣ୍ଟି ୦୪/୦୨/୨୩ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ପରଜା ବାରଙ୍ଗ ପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖାତିଗୁଡ଼ା ଗ୍ରାମ ରେ ରହନ୍ତି ମା ଆଉ ଝିଅ ପଦ୍ମା ପ୍ରଧାନୀ (୭୮)ଓ ଚଞ୍ଚଳା ପ୍ରଧାନୀ (୩୦)। କିଏ କହୁଛି ଆମେ ସତେଇସ ଲକ୍ଷ ଆବାସ ଗୃହ ଦେଲୁଣି ତ କିଏ କହୁଛି ଗରିବ ଗୁରୁବା ଙ୍କ ଛାତ ପାଇଁ ଦୁଃଖ ଦୂର ପାଇଁ ଆମେ ଶତ ତତ୍ପର।ବ୍ଲକ୍ ର ବିକାଶ ଜିଲ୍ଲାର ବିକାଶ ଯୋଜନା ଉପରେ ଯୋଜନା ପାଠ କରୁଛନ୍ତି ନେତାଏ, ହେଲେ ଏହି ମା ଆଉ ଝିଅଙ୍କୁ ଦେଖିଲେ ସତରେ ସରକାର ଯୋଜନା କରିଥିବା ଆବାସ ଯୋଜନା ରେ ଏମାନେ ଯୋଗ୍ୟତା ପାଇଁ କେଉଁ ମାପ କାଠିରେ ଅଯୋଗ୍ୟ ହେଲେ? ଏମାନଙ୍କ ବ୍ୟତୀତ ଆଉ କିଏ ବା ପାଇବ? ସରକାର ଙ୍କ ଆବାସ ଗୃହ ଚିହ୍ନଟ ର ଯୋଗ୍ୟତା ର ମାପକାଠି ରେ ଏମାନେ ଯୋଗ୍ୟ ବୋଧହୁଏ ହୋଇ ପାରିଲେନି!ପଦ୍ମା ର ବୟସ ଅଧିକ ହୋଇଥିଲେ ବି ସେ ଆ ଘର ତା ଘରେ ପାଇଟି କରି ଗୁଜୁରାଣ ମେଣ୍ଟାଉଛି।ମା ଝିଅ ମଧ୍ୟ ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଅଭିଯୋଗ କରିବାକୁ ଯାଇଛନ୍ତି ?।ସରକାର ଙ୍କ ଠାରୁ ମାତ୍ର ମାସିକ ଭତ୍ତା ୫ଶହ ଟଙ୍କା ମା ପଦ୍ମା ପାଉଥିବା ବେଳେ, ରାସନ କାର୍ଡ ରେ ୩୫କିଲୋ ଚାଉଳ ହିଁ ଏମାନଙ୍କ ଭରସା। ଏତିକି ରେ ମାସ ର ପେଟ ପୋଷିବା ପାଇଁ ହେଉ ନ ଥିବା ବେଳେ ଘର କେତେ ବେଳେ ତୋଳିବେ। ଗତ ବର୍ଷ ପୁଅ ର ମୃତ୍ୟୁ ଘଟିଛି। ବର୍ଷା ରେ ମାଟି ଘର ଧୀରେ ଧୀରେ ଭୁଷୁଡି ବାରେ ଲାଗିଥିଲା ବିଜୁଳି ଯେମିତି ମାରୁଥିଲା ବେଳେ ମା ଝିଅ ଙ୍କ ଭଗବାନ ଙ୍କ ଭରସା ରେ ଅନାଇ ଅନାଇ ରାତି ପାହି ଯାଉଥିଲା। ସତରେ ଏମାନଙ୍କ ପାଇଁ ଓଡ଼ିଶା ସରକାର ଜନ୍ମ ଠାରୁ ମରଣ ଯାଏଁ ଯୋଜନା ଅପହଞ୍ଚ । ଯୋଜନା ଦେଖିଲେ ଲାଗୁଛି ଏମାନଙ୍କ ପାଇଁ କେବେ ଯୋଜନା ଲାଗୁହେବ?ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୋଷ୍ଟି ଉନ୍ନୟନ ଅଧିକାରୀ ସରପଞ୍ଚ ସଭିଙ୍କ ଦୃଷ୍ଟି ଗଣମାଧ୍ୟମ ରେ ଖବର ପ୍ରକାଶ ପାଇବା ପରେ ପଡିଥିଲା। ଆବାସ ଯୋଜନା ରେ ଘର ଦେବାକୁ ପ୍ରତିଶ୍ରୁତି ମିଳିଥିଲା।।ଏଥିପାଇଁ ଆବଶ୍ୟକ ଆଧାର କାର୍ଡ ରେସନ୍ କାର୍ଡ ଭୋଟର କାର୍ଡ ବି କେତେ ଥର କିଏ କିଏ ଘର ଆସିବ ବୋଲି ନେଇ ଛନ୍ତି ତା ର ହିସାବ ନାହିଁ।ଏବେ ତେନ୍ତୁଳିଖୁଣ୍ଟି ବ୍ଲକ୍ ରେ୩ହଜାର ୩ଶହ ୪୮ଘର ଆସିଥିବା ବେଳେ ଏମାନଙ୍କ ନାମ ନାହିଁ, ପୁଣି ଆବାସ ଘର ଆଉ କିଛି ବଢିପାରେ ବୋଲି ସୂଚନା ମିଳିଛି। ଆବାସ ଯୋଜନା ରେ ଯେଉଁମାନେ ବାଦ୍ ପଡିବେ ସେ ମାନଙ୍କ ପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ବିଜୁ ପକ୍କା ଘର ନିର୍ମାଣ ପାଇଁ ଅନୁଦାନ ଦେବାକୁ ଯୋଜନା କରୁଥିବା ବାହାବା ମାରୁଛନ୍ତି।ଏଭଳି ଦମ୍ପତି ବ୍ୟତୀତ ବ୍ଲକ୍ ର୧୫ଟି ଗ୍ରାମ ପଞ୍ଚାୟତ ରେ ଏଭଳି ରହି ଯାଇଥିବା ହିତାଧିକାରୀ ମାନଙ୍କୁ ଯୋଗ୍ୟ ହିତାଧିକାରୀ ଭାବେ ତାଲିକା ଭୁକ୍ତ କରି ସାମିଲ କରିବାକୁ ବ୍ଲକ୍ କଂଗ୍ରେସ ବ୍ଲକ୍ ବିଜେପି ଦଳ ତରଫରୁ ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରି କାମ ସାରି ଦେଇଛନ୍ତି।କଣ ସତରେ ଏମାନଙ୍କ ଦୁଃଖ କେହି ଶୁଣିବେନି। ଶୁଣିବାକୁ ମିଳୁଛି ମୁଁ ଯୋଗ୍ୟ ମତେ ଘର ଦିଅ କ୍ୟାମ୍ପେନ ଭାରତୀୟ ଜନତା ପାର୍ଟି ସାତ ତାରିଖରୁ କରିବ ।କାଳେ ପଦ୍ମା ଭଳି ଙ୍କ କଥା ଏମାନେ ସରକାର ଙ୍କ ପାଖରେ ପଂହଚାଇବାରେ ସକ୍ଷମ ହେବେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଉତ୍କଳ ଆଲୁମିନା ଓ ଏମଏସଏମଇ ସହଭାଗିତାରେ ବିକ୍ରେତା ବିକାଶ କର୍ମଶାଳା ଅନୁଷ୍ଠିତ 

Sunil Chandra Nayak

ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିୟରିଂ ଛାଡ ଆନ୍ଦୋଳନ 

Sunil Chandra Nayak

ଧର୍ମଗଡ଼ରେ କିନ୍ନର ସମାଜର ନିଆରା ପୂଜା

Leave a Comment

error: Content is protected !!