ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବାଣପୁର ଦିକ୍ଷୀତ ପଡା ଗ୍ରାମସ୍ଥିତ ଶ୍ରୀ ଶ୍ରୀ ବିରଞ୍ଚି ନାରାୟଣଙ୍କ ପୀଠରେ ପବିତ୍ର ମାଘ ପୂର୍ଣ୍ଣିମା ପାଳିତ

ବାଣପୁର:- ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଦିକ୍ଷୀତ ପଡା ଗ୍ରାମସ୍ଥିତ ଶ୍ରୀ ଶ୍ରୀ ବିରଞ୍ଚି ନାରାୟଣଙ୍କ ପୀଠରେ ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ଭକ୍ତ ମାନଙ୍କ ଦ୍ଵାରା ପୂଜା ଅର୍ଚ୍ଚନା ଅନୁଷ୍ଠିତ ହୋଇ ଯାଇଛି। ଆଜି ପ୍ରାତଃ ସମୟରୁ ଭକ୍ତମାନେ ନିକଟସ୍ଥ କଂସାରୀ ନଦୀରେ ବାରୁଣୀ ସ୍ଥାନ କରି ଭକ୍ତ ମାନେ ଠାକୁରଙ୍କୁ ଦର୍ଶନ କରିଥିଲେ। ବିଇଞ୍ଚ୍ ଚର୍ମ ରୋଗର ଆକ୍ରାନ୍ତ ରୋଗୀ ମାନେ ବିରଞ୍ଚି ନାରାୟଣଙ୍କ ଶରଣାପନ୍ନ ହୋଇ ପୂଜା ଆରାଧନା କଲେ ଭକ୍ତ ମାନଙ୍କର ରୋଗ ମୁକ୍ତ ହେଉଥିବା ସାଧାରଣରେ ବିଶ୍ୱାସ ରହିଛି। ଯାହା ଫଳରେ ଆଖ ପାଖ ଅଞ୍ଚଳରୁ ଓଡ଼ିଶାର କୋଣ ଅନୁକୋଣ ରୁ ମାନସିକ କରିଥିବା ହଜାର ହଜାର ଭକ୍ତ ମହିଳା,ପୁରୁଷ, ଛୋଟ ପିଲା, ବୃଦ୍ଧ ଓ ବୃଦ୍ଧା ମାନେ ବାନା, ଗୁଆ, ନଡ଼ିଆ ଓ ବିଞ୍ଚଣା ଦେଇ ଚର୍ମ ରୋଗ ଓ ସନ୍ତାନ ହେବା ପାଇଁ ଠାକୁରଙ୍କ ପାଖରେ ମାନସିକ କରିବା ସହ ପୂଜାର୍ଚ୍ଚନା କରିଥାନ୍ତି। ଆଜି ସୂର୍ଯ୍ୟ ନରାୟଣଙ୍କ ପାଖରେ ୨୦ ହଜାର ରୁ ଉର୍ଦ୍ଧ ଭକ୍ତ ମାନେ ପୂଜାର୍ଚ୍ଚନା କରିଥିଲେ। ରାତ୍ର ସମୟରେ ସାରା ବିଶ୍ୱର ମଙ୍ଗଳ ପାଇଁ ଅଗ୍ନି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଆଜିକୁ ଦୀର୍ଘ ୫୦ ବର୍ଷ ହେଲା ଏହି ପୂଜାର୍ଚ୍ଚନା ପରମ୍ପରା କୁ ଦିକ୍ଷୀତ ପଡା ଗ୍ରାମବାସୀ ମାନେ ବଞ୍ଚାଇ ରଖିଛନ୍ତି। ଏହି ଉତ୍ସବରେ ଗ୍ରାମର ସଙ୍କୀର୍ତ୍ତନ ମଣ୍ଡଳୀ, ବିରଞ୍ଚି ନାରାୟଣ ମନ୍ଦିର କମିଟି, କିଶୋର ସେବା ସଂଘ, ମା ବ୍ରାହ୍ମଣୀ ଦେବୀ ୟୁଥ୍ କ୍ଲବ୍ ମେମ୍ବର ଓ ସ୍ଥାନୀୟ ବାଣପୁର ଥାନା ଅଧିକାରୀ ଜୟ ପ୍ରକାଶ ପରିଡା, ବାଲୁଗାଁ ଥାନା, ନାଚୁଣୀ ଥାନାର ସମସ୍ତ ପୋଲିସ ଓ ବାଣପୁର ଅଗ୍ନିଶମ ବାହିନୀ ର କର୍ମଚାରି ମାନେ ଉପସ୍ଥିତ ରହି ଟ୍ରାଫିକ ସମୟ ଦୂର କରିବା ସହ ଶ୍ରାନ୍ତି ଶୁଙ୍କଳା ବଜାଇ ରଖିବା ପାଇଁ ବ୍ୟାପକ ବେବସ୍ତା କରିଥିଲେ। ମନ୍ଦିରର ଉନ୍ନତି ମୂଳକ କାମ ଯଥା ରୋଶୋ ଘର, ନଦୀର ଗାଧୁଆ ତୁଠ, ବିଦୁତ୍ ଓ ମନ୍ଦିର କୁ ଯିବା ରାସ୍ତାର କିପରି ଆଲୋକ କରଣ ହୋଇ ପାରିବ ସେଥିପାଇଁ ଜିଲ୍ଲା ପରିଷଦ ଉପ ସଭାପତି ଗୋପୀନାଥ ମହାରଣା ସମୀକ୍ଷା କରିବା ସହ ପତିଶୃତି ଦେଇଥିଲେ।

ବାଣପୁର ରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ଅସୁରଗଡ଼ରେ ବୈଦିକ ମହାଯଜ୍ଞ

masiha

ବାଲିଗୁଡ଼ା ବନଖଣ୍ଡ ରୁ ପ୍ରଥମ ଥର ପାଇଁ ପୁରୀ ରଥଯାତ୍ରା ରେ ରଥ ନିର୍ମାଣ ପାଇଁ କାଠ ଗଲା

Sunil Chandra Nayak

ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ବିଶେଶ୍ୱର ଟୁଡୁ ଏବଂ ଜାମ୍ମୁକାଶ୍ମୀର ପୂର୍ବତନ ଉପମୁଖ୍ୟ ମନ୍ତ୍ରୀ କଵୀନ୍ଦ୍ର ଗୁପ୍ତା

Sunil Chandra Nayak

Leave a Comment

error: Content is protected !!