ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଟକ ବିଶ୍ଵ ନାଟ୍ୟ ମେଳାରେ ଚିଲିକା ସଙ୍ଗୀତ ନାଟକ ଏକାଡେମୀ ଛାତ୍ରୀ ଙ୍କ ସଫଳତା !!!

ବାଲୁଗାଁ:- ଥିଏଟର ମୁଭମେଣ୍ଟ ପକ୍ଷରୁ କଟକ କଳାବିକାଶ କେନ୍ଦ୍ର ଠାରେ ନାଟକ, ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତାରେ ଚିଲିକା ସଙ୍ଗୀତ ନାଟକ ଏକାଡେମୀ, ବାଲୁଗାଁ କୁ ବିଶେଷ ସଫଳତା ମିଳିଛି। ଜାତୀୟ ସ୍ତରରେ ଏହି ଅନୁଷ୍ଠାନର ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ରେ ଅପୂର୍ଭା ସାହୁ ଙ୍କୁ ସବ୍ ଜୁନିଅର ବିଭାଗରେ ଶ୍ରେଷ୍ଟ ୨ୟ ସ୍ଥାନ, ମାନ୍ୟମୟୀ ସାଇପ୍ରୀୟାଙ୍କୁ ଶ୍ରେଷ୍ଠ ୩ୟ ସ୍ଥାନ, ଆରୁଷି ବଳିଆର ସିଂହ ଙ୍କୁ ଶ୍ରେଷ୍ଠ ୩ୟ ସ୍ଥାନ ମିଳିଥିବା ବେଳେ ସେମି -କ୍ଲାସିକାଲ ନୃତ୍ୟ ରେ ହଂସିନୀ ପଣ୍ଡା ଙ୍କୁ ମଧ୍ୟ ଶ୍ରେଷ୍ଠ ୩ୟ ସ୍ଥାନ ମିଳିଛି। ଉସ୍ରବର ଉଦଯାପନୀ ଦିବସରେ ବିଭିନ୍ନ ରାଜ୍ୟରୁ ଆଗତ ବିଚାରକ ମାନଙ୍କ ହାତରୁ ଏହି ପୁରସ୍କାର ଗ୍ରହଣ କରାଯାଇଛି। ଏହି ଅବସରରେ ବାଲୁଗାଁ ସ୍ଥିତ ଚିଲିକା ରାଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ମଧ୍ୟ ଅଧ୍ୟକ୍ଷ ନୀଳାଦ୍ରି ଭୂଷଣ ବେହେରାଙ୍କ ତତ୍ତ୍ୱାବଧାନରେ କୃତି ପ୍ରତିଯୋଗୀ ଅପୂର୍ଭା ସାହୁ ଙ୍କୁ ଉଚ୍ଛସିତ ସଂବର୍ଦ୍ଧନା ପ୍ରଦାନ କରାଯାଇଛି।

ବାଲୁଗାଁ ରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ଅପରେସନ ସିନ୍ଦୁର ପରାକ୍ରମ କୁ ସମ୍ମାନ ଜଣାଇ ବିଜେପି ପକ୍ଷରୁ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା

masiha

ଆରୋଗ୍ୟ ମନ୍ଦିର ପରିଦର୍ଶନ କରି ବିନା ଛୁଟି ଦରଖାସ୍ତରେ ଅନୁପସ୍ଥିତ ଥିବା କର୍ମଚାରୀଙ୍କୁ କୈଫିୟତ ମାଗିବାନିମନ୍ତେ ଉପରିସ୍ଥ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ବିଧାୟକ 

Sunil Chandra Nayak

ଇନ୍ଦ୍ରାବତୀ ର ଅସ୍ତିତ୍ୱ ବଞ୍ଚାଇବା ପ୍ରୟାସ ରେ ଆଉ ଏକ ପାଦ : ଇନ୍ଦ୍ରାବତୀ ନାଗରିକ ମଞ୍ଚ ବିଧାୟକ ଙ୍କୁ ଦେଲେ ସ୍ମାରକପତ୍ର

Sunil Chandra Nayak

Leave a Comment

error: Content is protected !!