ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଙ୍ଗଲକୁ ନିଆଁ ଦାଉରୁ କିପରି ରକ୍ଷା କରିବା ସେଥିପାଇଁ ବିଭାଗ ତରଫରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

ରୁପ୍ରା, ୬/୨ (ଇମିସ) : କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ କେସିଙ୍ଗା ବନାଞ୍ଚଳ ଅଧିନ ଗାଡେବନ୍ଧ ଓ ରାଣିପଟା ଗ୍ରାମରେ ରୁପ୍ରାରୋଡ୍ ବନପାଳ ବିଶ୍ୱଜିତ୍ ଠାକୁରଙ୍କ ଆହ୍ବାନ କ୍ରମେ ଗ୍ରୀଷ୍ମ ଋତୁରେ ଜଙ୍ଗଲକୁ କିପରି ନିଆଁ ଦାଉରୁ ରକ୍ଷା କରାଯାଇ ପାରିବ ସେଥିପାଇଁ ଆଜି ଏକ ସଚେତନ ସଭାର ଆୟୋଜନ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଡାବନ୍ଧ ବନ ସୁରକ୍ଷା ସମିତି ସଭାପତି ଦୁଲ୍ଲଭ ମାହାର ଯୋଗଦାନ କରି ଉପସ୍ଥିତ ଥିବା ଗ୍ରାମବାସୀ ମାନଙ୍କୁ ଜଙ୍ଗଲ ପରିସରରେ ନିଆଁ ଲାଗିଯାଇଥିଲେ ପ୍ରଥମେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିବା ସହିତ ଜଙ୍ଗଲ ବିଭାଗ ଓ ଦମକଳ କେନ୍ଦ୍ରକୁ ସଙ୍ଗେ ସଙ୍ଗେ ଖବର ଦେବାପାଇଁ ପରାମର୍ଶ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମର ରାଣିପଟା ଗ୍ରାମରେ ବନ ସୁରକ୍ଷା ସମିତି ସଭାପତି ଗଣେଶ ଚନ୍ଦ୍ର ସାହୁ ଓ ଗାଡେବନ୍ଧ ଗ୍ରାମରେ ସଭାପତି କୈଳାଶ ଚନ୍ଦ୍ର ମାଝୀ ବୈଠକ ପରିଚାଳନା କରିଥିଲେ । ରୁପ୍ରାରୋଡ ବନରକ୍ଷୀ ଫକୀର ବିଶ୍ବାଳ ଓ P-NGO ଦଳପତି ହେମନ୍ତ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିକାଶ ଅଧିକାରୀ ଧିରୋଜ ଦାଶ ଓ ଇନ୍ଦ୍ରମଣି ମାଝି ଧନ୍ୟବାଦ୍ ଦେଇଥିଲେ ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

କାର୍ମେଲ ସ୍କୁଲର ସଫଳତା 

ରାତାରାତି ଜମି ମାଲିକଙ୍କ ଅଜାଣତରେ ଚୋରୀ ହୋଇଛି ଜମି

Sunil Chandra Nayak

ତ୍ରୟୋଦଶ ଜାତୀୟ ମତଦାତା ଦିବସ ୨୦୨୩ ପାଳିତ

Sunil Chandra Nayak

Leave a Comment

error: Content is protected !!