ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ରୋଟାରୀ କ୍ଳବ ଆନୁକୁଲ୍ୟରେ ମାଗଣା ମୋତିଆ ବିନ୍ଦୁ ଚକ୍ଷୁ ଶିବିର ଅନୁଷ୍ଠିତ

ମୟୂରଭଞ୍ଜ – (ମସିହା) ବାଲେଶ୍ଵର ରୋଟାରୀ କ୍ଳବ୍ ଏବଂ ରାଇରଙ୍ଗପୁର ରୋଟାରୀ କ୍ଳବ୍ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପାଢିଆ ଧର୍ମଶାଳା ପରିସରରେ ରବିବାର ଦିନ ନିଃଶୁଳ୍କ ମୋତିଆ ବିନ୍ଦୁ ଚକ୍ଷୁ ଶିବିର ରାଇରଙ୍ଗପୁର ରୋଟାରୀ କ୍ଳବ୍ ସଭାପତି ଗୌରୀ ଶଙ୍କର ଶାରଡା ଏବଂ ଅନ୍ୟ ସଦସ୍ୟମାନଙ୍କ ଦ୍ବାରା ଅନୁଷ୍ଠିତ ହୋଇଯାଇଛି ‌।ଏହି ଉପଲକ୍ଷେ ଏକ ସଚେତନତା ଏବଂ ଉଦେଶ୍ୟ ନେଇ ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ରାଇରଙ୍ଗପୁର ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ଗୋକୁଳାନନ୍ଦ ସାହୁ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାଵେ ରାଇରଙ୍ଗପୁର ବରିଷ୍ଠ ନାଗରିକ ସଂଘ ସଭାପତି ବରିଷ୍ଠ ଆଇନଜୀବି ରସାନନ୍ଦ ଲେଙ୍କା, ଅନ୍ୟତମ ଅତିଥି ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକ,ଧର୍ମପରାୟଣ ବ୍ୟକ୍ତି ବିଶ୍ଵନାଥ ଅଗ୍ରୱାଲ,ଯୁବ ସମାଜସେବୀ ଅନିଲ ପାଢିଆ ପ୍ରମୁଖ ଯୋଗଦେଇଥିଲେ ।ରୋଟାରୀଆନ୍ ଅତନୁ ମହାନ୍ତି କାର୍ଯ୍ୟକ୍ରମ ଉପରେ ସମ୍ୟକ ସୂଚନା ଦେଇଥିଲେ । ଅତିଥି ଗଣ ସମାଜିକ ସେବା କ୍ଷେତ୍ରରେ ରୋଟାରୀ କ୍ଳବ୍ ଭୂମିକା ଅବର୍ଣ୍ଣନୀୟ ବୋଲି କହିଥିଲେ । ଆଜିର ଚକ୍ଷୁ ଶିବିରରେ ରୋଟାରୀ କ୍ଳବ୍ ଭୂବନେଶ୍ଵର,କଟକ,ବାଲେଶ୍ଵରରୁ ଅଭିଜ୍ଞ ଚକ୍ଷୁ ବିଶେଷଜ୍ଞ ମାନେ ଚକ୍ଷୁ ପରୀକ୍ଷା କରିଥିଲେ । ଚକ୍ଷୁ ଶିବିରରେ ୧୦୦ ରୁ ଉର୍ଦ୍ଧ୍ବ ପଂଜିକୃତ ଚକ୍ଷୁ ରୋଗୀଙ୍କ ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪୦ ଜଣଙ୍କର ମୋତିଆବିନ୍ଦୁ ଚିହ୍ନଟ ହୋଇଥିଲା । ମୋତିଆ ବିନ୍ଦୁ ଆକ୍ରାନ୍ତ ଚକ୍ଷୁ ରୋଗୀଙ୍କୁ ରାଇରଙ୍ଗପୁର ରୋଟାରୀ କ୍ଳବ୍ ପକ୍ଷରୁ ମାଗଣାରେ ବାଲେଶ୍ଵର ରୋଟାରୀକ୍ଳବ ଚକ୍ଷୁ ଚିକିତ୍ସାଳୟରେ ମୋତିଆବିନ୍ଦୁ ଅପରେସନ‌ କରାଯିବା,ମାଗଣାରେ ଖାଦ୍ୟପେୟ ସହିତ ରାଇରଙ୍ଗପୁରକୁ ଆଣି ଘରେ ପହଞ୍ଚାଇବା ଦାୟିତ୍ଵ ବୁଝାଯିବ ବୋଲି ରୋଟାରୀ କ୍ଳବ୍ ସଦସ୍ୟ ବୃନ୍ଦ କହିଥିଲେ । କାର୍ଯ୍ୟକ୍ରମରେ ରୋଟାରୀଆନ ବିକାଶ ଭୁତ,କାଳୀପ୍ରସନ୍ନ ମହାନ୍ତି, ଅରବିନ୍ଦ ବାଗାଡିଆ,ବିଷ୍ଣୁ ପ୍ରସାଦ ଜେନା, ବାସୁଦେବ ପାଲ,ବିବେକ ପାହାଡି,ଅନୁଜ ଅଗ୍ରୱାଲ, ସୂର୍ଯ୍ୟକାନ୍ତ ଘଣା,ପ୍ରତ୍ୟୁଷ ପରିଡ଼ା,ସୁଜିତ ଜେନା,ରାମବତାର ପାଢିଆ,ତାରା ଚାନ୍ଦ ଅଗ୍ରୱାଲଙ୍କ ସମେତ ରାଇରଙ୍ଗପୁର ମହାବିଦ୍ୟାଳୟର ଏନ୍ ଏସ ଏସ ଛାତ୍ରଛାତ୍ରୀ ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବନ୍ଧୁଗାଁ ବ୍ଲକରେ ଚାଷ ଜମି ଶୁଖିଲା , ଚାଷୀ ଚିନ୍ତାରେ, ଜମିରେ ବୁଲୁ ନାହିଁ ନଙ୍ଗଳ

masiha

ବିଜାତଳା ରାଜସ୍ୱ ନିରୀକ୍ଷକ ବର୍ଷାରେ ଗୃହ ନଷ୍ଟ ହୋଇଥିବା ହିତାଧିକାରୀ ଙ୍କୁ ପଲଥିନ ଵଣ୍ଟନ 

Sunil Chandra Nayak

ଉପାନ୍ତ ଏକୁଲ ସେକୁଲରେ ବିରାଶାଳ ସିଏଚସି ପକ୍ଷରୁ ସ୍ପେଶାଲ ହେଲଥ କ୍ୟାମ୍ପ

Sunil Chandra Nayak

Leave a Comment

error: Content is protected !!