ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଦିବାରାତ୍ରୀ ରାଜ୍ୟ ସ୍ତରୀୟ ନକଆଉଟ ବେଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ,ବଲାଙ୍ଗିର ଚାମ୍ପିୟାନ

କୋକସରା,୦୬/୦୨ // କଳାହାଣ୍ଡି ଜିଲ୍ଲା କୋକସରା ଠାରେ ରାଜ୍ୟ ସ୍ତରୀୟ ଦ୍ଵି ଦିବସୀୟ ଦିବାରାତ୍ରୀ ନକ ଆଉଟ ବେଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ରବିବାର ରାତିରେ ଉଦଯାପିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ବେଡ଼ମିଣ୍ଟନ ଆସୋସିଏସନର ମିଳିତ ସହଯୋଗରେ କୋକସରା ହ୍ଵାଇଟ ଇଗଲ ବେଡ଼ମିଣ୍ଟନ ଆସୋସିଏସନ ପକ୍ଷରୁ ଆୟୋଜିତ ଉଦଯାପନି ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ ବେଡ଼ମିଣ୍ଟନ ଆସୋସିଏସନର ଅଧ୍ୟକ୍ଷ ମନୋରଞ୍ଜନ ଦାସ, ସମ୍ମାନିତ ଅତିଥି ଭାବେ ବେଡ଼ମିଣ୍ଟନ ଆସୋସିଏସନ ଜିଲ୍ଲା ସଭାପତି ପ୍ରଦୀପ ଦାସ, ଜିଲ୍ଲା ସମ୍ପାଦକ ସନ୍ଦୀପ ମିଶ୍ର, ସହ ସମ୍ପାଦକ ଦୀପକ କୁମାର ସାଗର, ଜିଲ୍ଲା ଆସୋସିଏସନର ସଦସ୍ୟ ପରେସ ପ୍ରଧାନ ଯୋଗଦେଇ ବେଡ଼ମିଣ୍ଟନ ପ୍ରତିଯୋଗିତାରେରେ ଅଂଶଗ୍ରହଣ କରିଥିବା ଖେଳାଳିଙ୍କ ସହ ପରିଚୟ ପ୍ରଦାନ ସମାରୋହରେ ସାମିଲ ହୋଇ ଉତ୍ସାହିତ କରିଥିଲେ। ଏହି ବେଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ବଲାଙ୍ଗୀର, ସୋନପୁର, କଳାହାଣ୍ଡି ଓ ପଡ଼ୋଶୀ ଛତିଶଗଡ଼ ଦେଭୋଗ ଜିଲ୍ଲାର ବେଡ଼ମିଣ୍ଟନ ଖେଳାଳି ଅଂଶଗ୍ରହଣ କରି ଚିତାକର୍ଷକ ଖେଳ ପ୍ରଦର୍ଶିତ କରିଥିଲେ। ଏହି ବେଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଡବଲ ରାଉଣ୍ଡରେ ବଲାଙ୍ଗୀର ଜିଲ୍ଲାର ଚିନ୍ମୟ ଓ ଇରଫାନ ଚାମ୍ପିୟନ ହୋଇଥିବା ବେଳେ ସୋନପୁର ଜିଲ୍ଲାର ସରୋଜ ଓ ପ୍ରତୀକ ରନର୍ସ ଅପ ହୋଇ ଅତିଥିଙ୍କ ଠାରୁ ଟ୍ରଫି ସହ ପୁରସ୍କାର ରାଶି ଗ୍ରହଣ କରିଥିଲେ। ଉଦଯାପିତ ବେଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଖେଳକୁ ଶିକ୍ଷକ ଅମିତ କୁମାର ମହାନ୍ତି ରେଫରି ଭାବେ ଖେଳ ପରିଚାଳନା କରିଥିବା ବେଳେ ଖେଳର ଧାରା ବିବରଣୀ ସୁନିଲ ପ୍ରଧାନୀ, ଦେବାନନ୍ଦ ରାଉତ ଓ ସ୍କୋର ବୋର୍ଡରେ କ୍ଷୀରସିନ୍ଧୁ ନେଗି ସହଯୋଗ କରିଥିଲେ। ହ୍ଵାଇଟ ଇଗଲ ଆୟୋଜକ କମିଟିର ସଭାପତି ବିବେକ ଶର୍ମା, ସମ୍ପାଦକ ରାହୁଲ ନାଏକ, ମାନସ ବେହେରା, ବିଜୁ ଶବର, ହିରାଲାଲ ମାଝୀ, ସୁବ୍ରତ ପୁଝାରି, ସୁରେନ୍ଦ୍ର ମାଝୀ, ଦେବେନ୍ଦ୍ର ରାଉତ, ନିଲୁ ବାଣୁଆ, ସୁବ୍ରତ ପ୍ରଧାନୀ, ଭକ୍ତରାମ ପ୍ରଧାନୀ ପ୍ରମୁଖ ଆସୋସିଏସନର ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଡୋଭା ଗ୍ରାମରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା 

Sunil Chandra Nayak

ମାଁ ଦୁଲାର ଦେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

masiha

ଅନ୍ତର୍ଜାତୀୟ ପାରା-ବ୍ୟାଡମିଣ୍ଟନ ଖେଳାଳିଙ୍କୁ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ କିଟ୍ ପ୍ରଦାନ

Sunil Chandra Nayak

Leave a Comment

error: Content is protected !!