ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ଠାରେ ଆତ୍ମା ତରଫରୁ କୃଷକ ମେଳା – ୨୦୨୩ ଅନୁଷ୍ଠିତ

ପ୍ରଚାର ଓ ପ୍ରସାର ହୋଇନଥିବାରୁ ଉକ୍ତ ମେଳା ବାବଦରେ ଅନେକ ଚାଷୀ ଜାଣିପାରିଲେ ନାହିଁ  

ରୁପ୍ରା, ୭/୨ (ମନିସ) : କୃଷି ଯନ୍ତ୍ରପାତି କ୍ରୟ ନିମନ୍ତେ ଅଗ୍ରୀମ ପଞ୍ଜିକରଣ କରିବାକୁ ନର୍ଲା ସ୍ଥିତ କୃଷି, ସୂଚନା ଓ ପରାମର୍ଶ କେନ୍ଦ୍ର ଆତ୍ମା କଳାହାଣ୍ଡି ସୌଜନ୍ୟରେ ଆଜି ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଚାଷୀ ଓ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ସଚେତନ କରିବା ପାଇଁ କୃଷକ ମେଳା – ୨୦୨୩ ଅନୁଷ୍ଠିତ ହୋଇଯାଇଛି। ନର୍ଲା ବ୍ଲକ କୃଷି ଅଧିକାରୀ ରଜତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନର୍ଲା ସରପଞ୍ଚ ସଂଘ ସଭାପତି ତଥା ଭାନପୁର ସରପଞ୍ଚ ଅନ୍ତରାମ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥିଭାବେ ନର୍ଲା ଆତ୍ମା ଅଧ୍ୟକ୍ଷ ଆଲୋକ ଚାନ୍ଦ, ଜୋନ୍ ନଂ ୨ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ଏବିଡିଓ ଦେବେନ୍ଦ୍ର ସାମଲ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କ୍ଷୀତିଶ ଚନ୍ଦ୍ର ନାଏକ, ବ୍ଲକ ଭେଟନାରୀ ଅଧିକାରୀ ବିଶ୍ୱରଞ୍ଜନ ପଧାନ, ସହକାରୀ ଉଦ୍ୟାନ ଅଧିକାରୀ ପ୍ରତିଭା ନାଏକ, ଏଓ ପରାସର ନାଏକ, ନର୍ଲା ମିଶନ ଶକ୍ତିର ବ୍ଲକ ସଂଯୋଜକ ରୋହିତ ବିଶ୍ୱାଳ, ମହିଳା ସଶକ୍ତିକରଣ ସଂଯୋଜକ ହେମସାଗର ସାହୁ ପ୍ରମୁଖ ଯୋଗଦେଇ ମଞ୍ଚାସୀନ ଥିଲେ।

ତେବେ ଉକ୍ତ କାର୍ଯ୍ୟକ୍ରମ ବାବଦରେ ବ୍ୟାପକ ପ୍ରଚାର ଓ ପ୍ରସାର ହୋଇନଥିବାରୁ କୃଷକ ମେଳା ବାବଦରେ ଅନେକ ପଞ୍ଚାୟତର ଚାଷୀ ମାନେ ଖବର ନପାଇ ଯାଇନପାରି ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏବାବଦରେ ମତାମତ ନେବାପାଇଁ ବିପିସି ରୋହିତ ବିଶ୍ୱାଲଙ୍କୁ ଫୋନ୍ କରିଥିଲେ ମଧ୍ୟ କଲ୍ ଗ୍ରହଣ କରିନଥିଲେ । ଏପରିକି ଉକ୍ତ କୃଷକ ମେଳା ନର୍ଲା ଜୋନ୍ ନଂ ୩ ଅଧିନ ଅଞ୍ଚଳରେ ଅନୁଷ୍ଠିତ ହୋଇଥିଲେ ସୁଦ୍ଧା ଉକ୍ତ ଜିଲ୍ଲା ପରିଷଦ ସଭ୍ୟା ଲିଲି ଦୀପ୍ ଙ୍କୁ ମଧ୍ୟ ଅଵଗତ କରାଯାଇ ନଥିବା ଜଣାପଡିଛି। ସୂଚନାଯୋଗ୍ୟ ଅନେକ ସମୟରେ ଏପରି ବିଭିନ୍ନ କାର୍ଯ୍ୟ କୁ ନେଇ ନର୍ଲାସ୍ଥିତ କୃଷି କାର୍ଯ୍ୟାଳୟ ସବୁବେଳେ ଚର୍ଚ୍ଚା ରେ ରହି ଆସିଥିବା ନଜିର ରହିଛି।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ବିଦ୍ୟାଳୟ ପରିସରରେ ପାଳନ ହେଲା ସାମ୍ବତ୍ସରିକ ପୁରସ୍କାର ବିତରଣ ଉତ୍ସବ

Sunil Chandra Nayak

ବାଇକ ଦୁର୍ଘଟଣାରେ ବୃଦ୍ଧା ଗୁରୁତର

Sunil Chandra Nayak

ଶ୍ରୀ ଶ୍ୟାମ ପରିବାର ପକ୍ଷ ରୁ ମଙ୍ଗଳ ପାଠ ଓ ସାମୁହିକ ଏକାଦଶୀ ବ୍ରତ ଉଦଯାପନୀ 

masiha

Leave a Comment

error: Content is protected !!