ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁସ୍ତକ ମେଳା ର ସପ୍ତମ ସଂଧ୍ୟା

ରାଉରକେଲା/ ଆଦର୍ଶ ପାଠାଗାର ଆୟୋଜିତ ୨୮ତମ ପୁସ୍ତକ ମେଳାର ସପ୍ତମ ଦିନରେ ଗୋପବନ୍ଧୁ ପାଠାଗାର ଓ ସ୍ବସ୍ତି ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ଇଂ ନବଘନ ସାହୁ ପୌରହିତ୍ୟ ଓ ବିଭୁତି ଭୂଷଣ ଦାସଙ୍କ ସଂଯୋଜନାରେ ଆୟୋଜିତ ପ୍ରଥମ ପର୍ଯ୍ୟାୟ ଆଲୋଚନାଚକ୍ର ରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ପଟ୍ଟନାୟକ ଯୋଗଦେଇ ଆଲୋଚ୍ୟ ବିଷୟ ‘ ଆଧୁନିକ ଶିକ୍ଷା ଓ ଭାରତୀୟ ସଂସ୍କୃତି ‘ ଉପରେ ଆଲୋଚନା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ କବିତା ପାଠୋତ୍ସବରେ ପ୍ରଫେସର ଗିରିଜା ଶଂକର ଗୋସ୍ବାମୀ ଙ୍କ ପୌରହିତ୍ୟ ଓ ଅଶୋକ କୁମାର ପଟ୍ଟନାୟକଙ୍କ ସଂଯୋଜନାରେ ସହରର ବହୁ କବି ସ୍ବରଚିତ କବିତା ପାଠ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁରରେ କୁମ୍ଭାର ଉନ୍ନୟନ ପରିଷଦର ଶାରଦୀୟ ବଂଧୁ ମିଳନ ଓ ବୈଠକ

masiha

ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ରାଜସ୍ଵ ଓ ବିପର୍ଯୟ ପରିଚାଳନା ଶ୍ରୀ ସୁରେଶ ପୂଝାରୀ ଙ୍କ ସମୀକ୍ଷା ବୈଠକ 

masiha

ପୁରୁଣାପଡ଼ା ଶ୍ମଶାନ ଠାରେ ୭୬ ତମ ବନ ମହୋତ୍ସବ ଅନୁଷ୍ଠିତ

Leave a Comment

error: Content is protected !!