ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁସ୍ତକ ମେଳା ର ସପ୍ତମ ସଂଧ୍ୟା

ରାଉରକେଲା/ ଆଦର୍ଶ ପାଠାଗାର ଆୟୋଜିତ ୨୮ତମ ପୁସ୍ତକ ମେଳାର ସପ୍ତମ ଦିନରେ ଗୋପବନ୍ଧୁ ପାଠାଗାର ଓ ସ୍ବସ୍ତି ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ଇଂ ନବଘନ ସାହୁ ପୌରହିତ୍ୟ ଓ ବିଭୁତି ଭୂଷଣ ଦାସଙ୍କ ସଂଯୋଜନାରେ ଆୟୋଜିତ ପ୍ରଥମ ପର୍ଯ୍ୟାୟ ଆଲୋଚନାଚକ୍ର ରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ପଟ୍ଟନାୟକ ଯୋଗଦେଇ ଆଲୋଚ୍ୟ ବିଷୟ ‘ ଆଧୁନିକ ଶିକ୍ଷା ଓ ଭାରତୀୟ ସଂସ୍କୃତି ‘ ଉପରେ ଆଲୋଚନା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ କବିତା ପାଠୋତ୍ସବରେ ପ୍ରଫେସର ଗିରିଜା ଶଂକର ଗୋସ୍ବାମୀ ଙ୍କ ପୌରହିତ୍ୟ ଓ ଅଶୋକ କୁମାର ପଟ୍ଟନାୟକଙ୍କ ସଂଯୋଜନାରେ ସହରର ବହୁ କବି ସ୍ବରଚିତ କବିତା ପାଠ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜିରିଡାମାଳି ରାଧାକୁଞ୍ଜ ସାହି ରେ ରାଧାକୃଷ୍ଣ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ 

Sunil Chandra Nayak

ନୂଆପଡା ଜିଲ୍ଲାରେ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ସମାରୋହ ପାଳିତ l ମାନ୍ୟବର ମନ୍ତ୍ରୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ , ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦାନ କରି ଦୁଇ ମହାମାନବଙ୍କୁ ପୁଷ୍ପମାଲ୍ୟ ସହିତ ଶ୍ରଦ୍ଧାସୁମନ ଅର୍ପଣ କଲେ 

Sunil Chandra Nayak

ଆଦର୍ଶ ପାଠାଗାରର ୩୦ତମ ପୁସ୍ତକ ମେଳାର ସପ୍ତମ ଦିନ  କଲଚରାଲ ଏକାଡେମୀ ର ସାହିତ୍ୟ ସଭା

masiha

Leave a Comment

error: Content is protected !!