ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲାରେ ବାର୍ଡ ଦ୍ଵାରା ଟ୍ରାଇର ଟେଲିକମ ଉପୋଭକ୍ତା ସଚେତନତା କର୍ମଶଳI    

ଭବIନିପାଟଣା : ଉପୋଭକ୍ତା ଓକିଲାତି ସଂଘ ବାର୍ଡ ଭାରତ ସରକାରଙ୍କ ଟ୍ରାଇ ସହଯୋଗରେ ଏକ ଦିନିକିଆ ସାଇବର ନିରାପତା ଟେଲିକମ ଓ ଗ୍ରାହକ ଅଧିକାର ଓ ଅଭିଯୋଗ ସମ୍ଭନ୍ଧୀୟ କର୍ମଶାଳାକୁ ମୁଖ୍ୟ ଅତିଥିରୂପେ କଳାହାଣ୍ଡି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁବ୍ରତ କୁମାର ନାୟକ ଉଦଘାଟନ କରିଥିଲେ I ଗ୍ରାମ ଅଞ୍ଚଳର ଶତକଡା ୯୫ ଭାଗ ଟେଲିକମ, ମୋବାଇଲ, ଇନ୍ଟାରନେଟ ,ଡ଼ିଟିଏଚ ଗ୍ରାହକ ବହୁଳ ମାତ୍ରାରେ ବ୍ୟବହାର କରନ୍ତି କିନ୍ତୁ ଟେଲିକମ ଗ୍ରାହକ ସେମାନେ ସେମାନଙ୍କ ଅଧିକାର ଉପରେ ସଚେତନତା ନୁହନ୍ତି ବୋଲି କ୍ଷୋଭ ପ୍ରକାଶ କରିଥିଲେ I କଳାହାଣ୍ଡି ଜିଲ୍ଲାରେ କଲେଜ ମIନଙ୍କରେ ସଚେତନ କାର୍ଯ୍ୟକ୍ରମ ଓ ଜିଲ୍ଲା ଖାଉଟି ଅଦାଲତ ଖାଲିଥିବା ପଦବୀ ପୂରଣ ପାଇଁ ସରକାର ଅନୁରୋଧ କରାଯିବା ସେ ମତ ରଖିଥିଲେ ଓ ମୋବାଇଲ ଟାୱାର ର ବିକରଣ ଓ ପ୍ରତ୍ୟକ ଟେଲିକମ କମ୍ପାନୀ ମାନେ ଟ୍ରାଇ ନିୟମ କାନୁନ ମାନିବା ପାଇଁ ପରାମର୍ଶ ଦେଇଥିଲେ ଓ ଆୟୋଜନ କାରୀ ବାର୍ଡ ମୁଖ୍ୟ ପ୍ରକାଶ ଚନ୍ଦ୍ର ସାହୁ ବିଭିନ୍ନ ଉପାୟ ମାଧ୍ୟମରେ ସାଇବାର ନିରାପାତ ଓ ଗ୍ରାହକ ମାନେ କିପରି ସେମାନଙ୍କ ଅଭିଯୋଗ କରିପାରିବେ ସେହି ବ୍ୟବସ୍ତା ଛାଡି ଟେଲି କମ୍ପାନି ମାନେ ଜାଣିଶୁଣି ଅଭିଯୋଗ ପ୍ରଣାଳୀ ସରଳି କରଣ କରନ୍ତି ନIହିଁ ଯଦ୍ଵାରା କମ୍ପାନୀ ତାହାର ସୁଯୋଗ ନେଇ ଗ୍ରାହକକୁ ଦିବIରାତ୍ରି ଲୁଟୁଛନ୍ତି ବିଶେଷ କରି ସିମ ଏକ୍ଟିବେସନ କଲାବେଳେ ଇଂରାଜୀ ଭାଷରେ ଟର୍ମ କଣ୍ଡିସନ ,ବହୁତ ଛୋଟ ଅକ୍ଷରରେ ଲେଖିଥାନ୍ତି ,ଭାଷାଭିତିକ ରାଜ୍ୟ ଓଡିଶା ହୋଇଥିବା ହେତୁ ଗ୍ରାହକ ମାନେ ଠକାମିର ଶିକାର ହୋଇଥାନ୍ତି I ଆଦିବାସୀ ଅଧୁସିତ, ଅପ୍ରାନ୍ତ, ଅପହଞ୍ଚ କଳାହାଣ୍ଡି ଜିଲ୍ଲା ଥିବା ଦ୍ରୁଷ୍ଟିରୁ ସରକାରଙ୍କ କଡା ନିସ୍ପତି ଥିଲେ ବି ଟେଲିକମ କମ୍ପIନୀ ମାନେ ଅଣଦେଖା କରିବା, ନେଟୱର୍କ ସମସ୍ଯା, ଇନ୍ଟାରନେଟ ଧିମୀଗତି ଚାଲିବI,ଫେକ ମେସେଜ, ନ୍ୟୁନମାନ ସେବା, ରିଚାର୍ଜ ପୂର୍ବରୁ ବାରମ୍ବାର କଲ ଆସିବା, ନୋଡାଲ ଓ ଅପଲଟେ ଅଧିକାରୀଙ୍କ ତଥ୍ୟ ସାର୍ବଜନୀକ ନକରିବା, ଟ୍ରାଇର ଭ୍ଯାଲିଡିଟି ୨୮ ରୁ ୩୦ଦିନ ନିୟମ କଲେବି ଟେଲିକମ କମ୍ପIନୀ ଆଜିସୁଧା କାର୍ଯ୍ୟକ୍ଷମ ନକରିବା, ଘୋରାଇ ଇନ୍ଟାରନେଟ ସେବାକାରୀ ଓ, ଡ଼ିଟିଏଚ , ଗ୍ରାହକଠାରୁ ଅଧିକ ମାସିକ ଦର ନେଇଥାନ୍ତି, ବିଶେଷ କରି ଜିଲ୍ଲାର ଥୁଆମୂଳ ରାମପୁର, ଲାଞ୍ଜିଗଡ,ତ୍ରିଲୋଚନ ପୁର, ପ୍ରତାପୁର, ଗୁରୁଜୀମୁଣ୍ଡା,ମଦନପୁର ରାମପୁର କିଆପଦର, କାର୍ଲପାଟ, ଯୂଗସାଇ ପାଟଣା ଇତ୍ୟାଦି ଶତାଧିକ ଗ୍ରାମ କୁ ଆଜି ନେଟୱର୍କ ନିମ୍ନମାନ ବା ନଥିବା ବରାବର ବୋଲି ଯାହା ସଭାରେ ଦୃଡ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା I ବିଶେଷ ସୂତ୍ରରୁ ତଥ୍ୟ ଅନୁସାରେ ବର୍ତମାନ ଦେଶରେ ମୋବାଇଲ ଗ୍ରାହକ ୧୫୧ କୋଟି ଜନଗଣନା ସାମଞ୍ଜସ୍ୟ ସହ, ୪୫୯ ନିୟୁତ ସ୍ମାର୍ଟଫୋନ ବ୍ୟବହାରକାରୀ, ୪୮୭ ନିୟୁତ ୱାଟସ ଆପ ଗ୍ରାହକ,୨୪୦ ନିୟୁତ ଫେସବୂକ ଗ୍ରାହକ,୨୧୦ ନିୟୁତ ଇନଷ୍ଟାଗ୍ରାମ ଗ୍ରାହକ , ୭କୋଟି ଡ଼ିଟିଏଚ ଗ୍ରାହକ, ୧୪୦କୋଟି ଇନ୍ଟାରନେଟ ଗ୍ରାହକ ଅଛନ୍ତି ଓ ଯୁବପିଡି ଓ ସାଧାରଣ ଲୋକେ ଦିନକୁ ୪ରୁ୫ ଘଣ୍ଟା ଏସବୁ ସେବା ନେଇଥାନ୍ତି ଯାହା ବିଶାଳ ବଜାର ଆମ ଦେଶରେ ସୃଷ୍ଟି କରି ଅଛି ଦୁର୍ଭାଗ୍ୟ ବିଷୟ ଶତକଡା ୯୦ ଭାଗ ଟେଲିକମ ଗ୍ରାହକ ପୀଡିତ ହେବା ସୂଚନା ପ୍ରକାଶ ପାଇଛି, ବୋଲି ଆୟୋଜନକାରୀ ସଂସ୍ଥା ବାର୍ଡ ସମ୍ପାଦକ ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ ଉଦବେଗ ପ୍ରକାଶ କରିଛନ୍ତି I ଅଧିକରୁ ଅଧିକ ଟେଲିକମ ଓ ସମୃକ୍ତ ସେବା ପ୍ରଦାନକାରୀ ଗ୍ରାମଞ୍ଚଳରେ ଖାଉଟି କାର୍ମଶାଳା , ଗ୍ରାହକ ମାର୍ଗ ଦର୍ଶନ ଶିବିର କରିବା , ଅଧିକ ଟୋଲଫ୍ରୀ, କଷ୍ଟମର କେୟାର ଫୋନର ସୁବିଧା, ୱାଟସ ଆପରେ ଅଭିଯୋଗ, ଓଡିଆ ଭାଷରେ ସୁଗମ୍ୟ କରିବା , ଘଣ୍ଟା ପ୍ରକାରେ ଟେଲିକମ କମ୍ପାନୀ ମାନେ ଦେୟ ଧାର୍ଯ୍ୟ କରିବା ଓ ଟ୍ରାଇ ନିୟମ ଓ ନିର୍ଦେଶIବଳିକୁ କଡାକଡି ଭାବରେ ପାଳନ କରିବା ଉପରେ ଖାଉଟି କର୍ମୀ ମତ ପ୍ରକାଶ କରିଥିଲେ I ସହକାରୀ ଜିଲ୍ଲାପାଲ ଧୀରଜ ପଟନାୟକ, ସମନ୍ଵିତ ଅଧିକାରୀ ଶ୍ରୀମତୀ କୁସୁମ ବେହେରା, ବଣିକ ସଭାର ସଭାପତି ବିଜଯ ସାହୁ ସନ୍ନମାନିୟ ଅତିଥି ରୂପେ ଯୋଗଦେଇଥିଲେ, କଳାହାଣ୍ଡି ବିକଳାଙ୍ଗ ମଞ୍ଚ ସଭାପତି ଶ୍ରୀ ହେମନ୍ତ କୁମାର,ତାଣ୍ଡି ଚଣ୍ଡୀ ଦାଶ ସାହୁ ପ୍ରମୁଖ ଭିନକ୍ଷମଙ୍କ ପାଇଁ ସ୍ଵତନ୍ତ୍ର ମୋବାଇଲ ସଫ୍ଟୱେର ଓ ଆପ କରିବା ନିମିତ ଟେଲିକମ କମ୍ପାନୀ ଆଗଭର ହେବା ପାଇଁ ଅନୁରୋଧ କରିଥିଲେ I ପ୍ରଶ୍ନ ଉତର କାର୍ଯ୍ୟକ୍ରମକୁ ତଦାରଖ ଖାଉଟି କର୍ମୀ ମଞ୍ଜୁଳତା ସାହୁ କରିଥିଲେ I ଭାରତୀୟ ଦୂରସଂଚାର ନିଗମରୁ ଡିଜେଏମ ଏସ ରାଓ, ଜିଓ ତରଫରୁ ଅକ୍ଷୟମଳିକ, ଘରୋଇ ଇନ୍ଟାରନେଟ ସେବା ପ୍ରଦାନକାରୀ , ନିଜର ସେବା ଉପରେ ବକ୍ତବ୍ଯ ପ୍ରଦାନ କରି ଥିଲେ I ଜିଲ୍ଲାରେ ନେଟୱର୍କ ଓ ଇଣ୍ଟେର୍ନେଟ ଭଲଭାବରେ କାମ ନକରିବା ଓ ବିପର୍ଜ୍ୟ ଥିବାରୁ ଗ୍ରାହକ ମାନେ ବ୍ୟାଙ୍କ ସେବା, ଶିକ୍ଷା ସେବା, ସ୍ୱାସ୍ଥ୍ୟ ସେବା,ବାଣିଜିକ ସେବାରୁ ବଞ୍ଚିତ ହେବା ଓ ଡିଜିଟାଲ ସାକ୍ଷରତା ପ୍ରହସନ ପାଲଟିଛି ସଭାରେ ସIମୁହିକ ଭାବେ ଗ୍ରାହକ ମାନେ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରି ଥିଲେ I ସଭା ଶେଷରେ ଭିନ୍ନକ୍ଷମ କର୍ମୀ ଦୋଳମଣି ପ୍ରଧାନ ଅଧିକ ଗ୍ରାମାଞ୍ଚଳରେ ସଚେତନତା କରିବା ଉପରେ ଗୁରୁତ୍ଵ ଦେଇଥିଲେ ଓ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ,I କଳାହାଣ୍ଡି ଜିଲ୍ଲାର କଣ ଅନୁକୋଣ ଅଞ୍ଚଳରୁ ବହୁ ବୁଢୀଜୀବି, ଖାଉଟି କର୍ମୀ, ସ୍ଵୟଂ ସହାୟକ ଦଳ, ବରିଷ୍ଟ ନାଗରିକ ମଞ୍ଚ,ଅବସର ସୈନିକ ସଙ୍ଗ, ମହିଳା ଓ ଯୁବକ ସଂଘ, ଆଇନଜୀବି, ଛାତ୍ରଛାତ୍ରୀ, ଗଣ ପ୍ରତିନିଧି, ଭିନ୍ନକ୍ଷମ ବୃନ୍ଦ, ଆଶା ଅଙ୍ଗନାବାଡି ବହୁସଂଖ୍ୟାରେ ଯୋଗଦାନ କରିଲେ I

ମସିହା ନିଉଜ ସର୍ଭିସ୍ 

Related posts

ବ୍ଲକ ଅଧ୍ୟକ୍ଷ ବିନ୍ଦୁଙ୍କ ଜନ୍ମ ଦିବସ ପାଳନ କଲେ ନବ ଜୀବନ ଅନାଥ ଆଶ୍ରମର ଅନ୍ତେବାସୀ ଙ୍କ ଗହଣରେ

Sunil Chandra Nayak

ବଡ଼ବିଲ ପ୍ରେସ କ୍ଳବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ

Sunil Chandra Nayak

ଟୋକିମରା ପର୍ଵ ପାଇଁ ଗଡରା ଚଢା ପୂଜାର୍ଚ୍ଚନା ସଂପନ୍ନ

masiha

Leave a Comment

error: Content is protected !!