ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

କୋକସରା ସ୍ୱାସ୍ଥ୍ୟକେନ୍ଦ୍ରରେ ମାନସିକ ରୋଗ ଚିହ୍ନଟ ଓ ଚିକିତ୍ସା ଶିବିର ଅନୁଷ୍ଠିତ

କୋକସରା,୦୮/୦୨- କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ମଙ୍ଗଳବାର ବ୍ଲକ ସ୍ତରୀୟ ମାନସିକ ରୋଗ ଚିହ୍ନଟ ଓ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଜିଲ୍ଲା ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଡ. ରାକେଶ ସାହୁ ଉଦଘାଟନ କରିଥିଲେ। ଏହି ଶିବିରରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଅନେକ ମାନସିକ ରୋଗୀ ମାନେ ଆସି ଜିଲ୍ଲା ମୁଖ୍ୟାଳୟରୁ ଆସିଥିବା ମାନସିକ ବିଶେଷଜ୍ଞ ଡାକ୍ତର ଜୟନ୍ତୀ ଵାଲା ନାଏକ, ପୁଷ୍ପାରାଣି ହେମ୍ରମଙ୍କ ଦ୍ଵାରା ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକ ଓ ଲକ୍ଷଣ ଅନୁସାରେ ମାନସିକ ରୋଗୀଙ୍କ ଚିକିତ୍ସା ଓ ଔଷଧ ଦିଆଯାଇଛି। ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ପୋଗ୍ରାମ କର୍ମଚାରୀ ଅନାୟତ ମହମ୍ମଦ, ନର୍ସିଂ କର୍ମଚାରୀ ବର୍ଷା ପ୍ରଧାନ, ରୋଜାଲିନା ମଲ୍ଲିକ ପ୍ରମୁଖ ଶିବିରରେ ରୋଗୀଙ୍କୁ ପରାମର୍ଶ ସହ ଔଷଧ ବଣ୍ଟନ କରିଥିଲେ। ଏହି ଶିବିରକୁ ପରିଚାଳନା ପାଇଁ କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ. ତତ୍ୱଦର୍ଶୀ ଦାସ, ଜନସ୍ୱାସ୍ଥ ସମ୍ପ୍ରସାରଣ ଅଧିକାରୀ ଚିଦାନନ୍ଦ ପଣ୍ଡା , ବିପିଏମ ମାନସ ନୟନ ସ୍ୱାଇଁ, ଫାର୍ମାସିଷ୍ଟ ସୁଧୀର ଧ.ମାଝୀ, ସ୍ୱାସ୍ଥ୍ୟ କର୍ମି ଶ୍ରବଣ ପାଢ଼ୀ, ରମେଶ ସାହୁ, ମଳୟ ଠାକୁର, ନୀଳମଣି ଖମାରି, ବିକାଶ ଦାସ ଓ ଆଶା କର୍ମି ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ଶିବିରରେ ମୋଟ ୪୫ ଜଣ ମାନସିକ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରାଯାଇଥିବା ସୁଚନା ମିଲିଛି।

ମସିହା ନିଉଜ ସର୍ଭିସ୍ 

Related posts

ସକ୍ଷମ ଏବଂ ଜେକେ ପେପର ମିଲ୍ ଆନୁକୁଲ୍ୟରେ ଚକ୍ଷୁ ରୋଗୀଙ୍କୁ ଚଷମା ବଣ୍ଟନ

Sunil Chandra Nayak

14 ହାଇସ୍କୁଲ ଛାତ୍ରୀ ଅସୁସ୍ଥ, ମେଡିକାଲରେ ଭର୍ତି

Sunil Chandra Nayak

ଡେଙ୍ଗୁକୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ ବୋଲି ପ୍ରଚାର କରୁଛନ୍ତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ

masiha

Leave a Comment

error: Content is protected !!