ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନ ଅନିୟମିତତା ନେଇ ବିଜାତଳା ବ୍ଳକ ବିଜେପି ତରଫରୁ ବ୍ଲକ୍ ଘେରାଓ       

ମୟୂରଭଞ୍ଜ-୮/୨/୨୩ (ମସିହା) ଵିଜାତଳା ବ୍ଳକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ହେରାଫେରି,ପ୍ରିୟାପ୍ରୀତିଓ ବ୍ୟାପକ ଅନିୟମିତତାକୁ ବୁଧବାର ଦିନ ବିଜାତଳା ବ୍ଳକ ବିଜେପି ତରଫରୁ ତୀବ୍ର ଅସନ୍ତୋଷ ପ୍ରକାଶ ସହ ଏକ ପ୍ରତିବାଦ ସଭା ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି | ବିଜାତଳା ବ୍ଲକ୍ ର ସମସ୍ତ ପଞ୍ଚାୟତ ର ହିତାଧିକାରୀମାନେ ସର୍ବପ୍ରଥମେ କୃଷିଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସାରସକଣା ବଧାୟକ ଡଃ ବୁଢାନ ମୁର୍ମୁ,ଜିଲା ସାଧାରଣ ସଂପାଦକ ସରୋଜ କୁମାର ମହାନ୍ତ,ଜିଲ୍ଲା ଉପସଭାପତି ଜୁରିଲାଲ ମହାନ୍ତ, ବିଜୁ ଗୋପାଳ ଗୋପ, ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଂପାଦକ କୁତୁଲୁ ହାଁସଦାଃ,ବିଜାତଳା ମଣ୍ଡଳ ସଭାପତି ମକରଧ୍ବଜ ବେହେରା ,ନାରାନ ନାଏକ ଓ ରାଇରଙ୍ଗପୁର ୧୦ ନଂ ୱାର୍ଡ କାଉସିଲର ଆଲୋକ ରଂଜନ ମହାନ୍ତ ପ୍ରମୁଖ ଯୋଗ ଦେଇ ବିରାଟ ଶୋଭାଯାତ୍ରାରେ ବାହାରି ବିଜାତଳା ବ୍ଲକ୍ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ | ଏହାପରେ ନେତୃମଣ୍ଡଳୀୟ ଲୋକେ ପ୍ରକୃତ ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ମିଳିବା ପାଇଁ ଦାବି କରିଥିଲେ। ପ୍ରଶାସନ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଅନ୍ତଭୁକ୍ତ କରାଯାଉ ବୋଲି ଦାବି ରଖିଥିଲେ ।|ପରେ ବିଜାତଳା ବିଡିଓ ଯୋଗ ରଂଜନ ନାଏକ ଙ୍କୁ ସେମାନଙ୍କର ଦାବୀ ପତ୍ର ପ୍ରଦାନ କରିଥିଲେ |ଏଥିରେ ହଜାର ହଜାର ସଂଖ୍ୟାରେ ହିତାଧିକାରୀ ଯୋଗ ଦେଇଥିଲେ |

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ

Related posts

ସୋନିଆ ଗାନ୍ଧୀ ଙ୍କ କୁଶ ପୁତ୍ତଳିକା ଦାହ କଲେ ବିଜେପି କର୍ମୀ 

masiha

“ଆଦିବାସୀ ଗୌରବ ପର୍ବ ” ପାଳନ ନିମନ୍ତେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଙ୍କ ଦୁଇଦିନୀୟା ଗସ୍ତ

Sunil Chandra Nayak

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ 

Leave a Comment

error: Content is protected !!