ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବାଲୁଙ୍କେଶ୍ୱର ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ 

ରାଇଘର ୮/୨ ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ଠାରେ ଥିବା ସର୍ବ ପୁରାତନ ବାଲୁଙ୍କେଶ୍ବର ମନ୍ଦିରରେ ପ୍ରତିଷ୍ଠା ଉସ୍ଵବ ଆଜି ଠାରୁ ଆରମ୍ଭ ହୋଇଯାଇଛି। ଆଜିର ଏହି ପ୍ରତିଷ୍ଠା ଉତ୍ସବକୁ ଚାରି ଦିନ ଧରି ଅର୍ଥାତ ମଙ୍ଗଳବାର ଦିନ ଦିବା ନଅ ଘଣ୍ଟା ପନ୍ଦର ମିନଟ୍ରେ ଦୀକ୍ଷା ଗ୍ରହଣ, ଗୋ ପୂଜା ଓ ସନ୍ଧ୍ୟା ପାଞ୍ଚ ଘଣ୍ଟା ସମୟରେ ଅଙ୍କୁର ରୋପଣ କରାଯାଇଥିଲା | ସେହିଭଳି ବୁଧବାର ଆଠ ତାରିଖ ଦିନ ପ୍ରାତ ଛଅ ଘଣ୍ଟା ଠାରୁ କଳସ ଯାତ୍ରା, ସୂର୍ୟ ପୂଜା, ଗୋ ପୂଜା, ଶାଳା ପ୍ରବେଶ, ଇତ୍ଵକ୍ ବରଣ ମଣ୍ଡପରେ ପୂଜା କରାଯାଇଥିଲା | ଗୁରୁବାର ନଅ ତାରିଖ ପ୍ରାତ ସୁର୍ୟ ପୁଜା, ଗୋ ପୂଜା, ଦ୍ଵାର ତୋରଣାଦି ପୂଜା, କୁଣ୍ଡ ସଂସ୍କାର, ଅଗ୍ନି ସ୍ଥାପନ, ମହାସ୍ନାନ, ଅଧିବାସ,ନେତ୍ରୋନ୍ମିଳନ, ହୋମଯଜ୍ଞ , ରାତ୍ର ନ ଘଣ୍ଟା ତିରିଶି ମିନଟ ଠାରୁ ଗ୍ରହ ମାନଙ୍କ ନ୍ୟାସାଦି କର୍ମ, ନ୍ୟାସହୋମ କରାଯିବାର ଯୋଜନା ରହିଛି | ସେହିଭଳି ଶୁକ୍ରବାର ଦଶ ତାରିଖ ଦିନ ପ୍ରାତ ସୂର୍ଯପୁଜା, ଗୋ ପୂଜା, ମଣ୍ଡଲାଦି ପୁଜା, ଦେବତାଦି, ସଂସ୍କାର, ବାର ଘଣ୍ଟା ଅଠର ମିନିଟ ଠାରୁ, ଗୋଟାଏ ତେର ମିନିଟ ମଧ୍ୟରେ ଦେବତା ସ୍ଥାପନ ଓ ପୂର୍ଣ୍ଣାହୁତି ସହ ପ୍ରସାଦ ସେବନର ବ୍ୟବସ୍ତା ରହିଥିବା ବାଲୁଙ୍କେଶ୍ବର ଶିବମନ୍ଦିର କମିଟି ପକ୍ଷରୁ ଜଣାଇଛନ୍ତି।

     ପ୍ରକାଶ ଥାଉକି ଦୀର୍ଘ ଦିନ ହେବ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ହୋଇପାରି ନଥିବାରୁ ବର୍ତ୍ତମାନ ମନ୍ଦୀରର ଏକ ନୂତନ କମିଟି ଗଠନ କରାଯିବା ସହ ଗ୍ରାମବାସୀଙ୍କ ଉଦ୍ୟମରେ ମନ୍ଦୀର ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହୋଇଛି |

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନାଗଭଣ ଗ୍ରାମ ରାଧାକୃଷ୍ଣ ମନ୍ଦିରରେ ଗୁରୁପୂର୍ଣ୍ଣିମା ମହାସମାରୋହରେ ଅନୁଷ୍ଠିତ 

masiha

ଚୁଳିଆ ଗ୍ରାମରେ ମା ତାରିଣୀ ମନ୍ଦିରର ରତ୍ନମୂଦ

masiha

ମକର ସଂକ୍ରାନ୍ତି ପର୍ବ ପାଳନ

Sunil Chandra Nayak

Leave a Comment

error: Content is protected !!