ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା // ଜଣାଣ

    ଜଣାଣ

   ମାନଗୋବିନ୍ଦ ସ୍ବାଇଁ

ସଂସାର ଭିତରେଅନେକ ମୋ ସାଙ୍ଗେ
    କରନ୍ତି କେତେକ କଳି
ଠାକୁର ଭରସା ଅଛନ୍ତି ବୋଲିତ
   ଶତ୍ରୁ ମୋ ପଡନ୍ତି ବଳି।
ଯିଏ ମୋ ଜୀବନ ସର୍ବଦା ଭରସା
    ସେହି ମୋର ଭକ୍ତି ପ୍ରଭୁ 
ସୟନେ ସପନେ ଜାଗରଣ ମୋର
     ଦିନ ରାତି ତାଙ୍କୁ ଭାବୁ।
ପ୍ରକୃତି ବିପଦ ଠାକୁର ସଂପଦ
        ସଂକଟୁ କରନ୍ତି ପାରି 
ତାଙ୍କ ପଥ ଧରି ଯାଉଛି ଯୁଆଡେ
       ଶତ୍ରୁ ମୋ ନିପାତ ହରି।
ଆସିଲେ ବିପଦ ଧର୍ଯ୍ୟ ଧରି ଆମେ
     ସବୁତ ନେବା ସମ୍ଭାଳି
ଏତିକି ସାହସ ପ୍ରଭୁ ଦିଅ ମୋତେ
    ତୁମ୍ଭ ଠାରେ ରଖେ ଅଳି।
ସମୟ ସାଥୀରେ ତାଳ ଦେଇ ଚାଲୁ
      ବାଧାକୁ ନାହିଁ ଖାତିରି
ଠାକୁର ଅଛନ୍ତି ଚଉଦିଗ ବାହା 
         ଭକ୍ତି ରହିଛି ମୋହରି।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ପରମାନନ୍ଦ ଠାକୁର ଙ୍କ କବିତା = ନାରୀ ଆଜି ସ୍ଵାଧୀନ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା l l ଜଣାଣ l l

Sunil Chandra Nayak

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା // ସମୟ

Sunil Chandra Nayak

Leave a Comment

error: Content is protected !!