ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଵାସିଙ୍ଗୀରେ ମା’ ମନସା ମନ୍ଦିରରେ ନାଗମାତା ମନସା ଦେବୀପୂଜା ମହାସମାରୋହରେ ସମ୍ପନ୍ନ

ଵାସିଙ୍ଗୀରେ ମା’ ମନସା ମନ୍ଦିରରେ ନାଗମାତା ମନସା ଦେବୀପୂଜା ମହାସମାରୋହରେ ସମ୍ପନ୍ନ

ରାଇରଙ୍ଗପୁର – ୨୨/୧୦ ଵହଳଦା ବ୍ଳକ ଅନ୍ତର୍ଗତ ଵାସିଙ୍ଗୀ ପଞ୍ଚାୟତର ଵାସିଙ୍ଗୀ ଗ୍ରାମର ନାଗା ମାତା ମନ୍ଦିରରେ ମା’ ମନସା ଦେଵୀ ପୂଜା ଆନନ୍ଦ ଉଲ୍ଲାସର ସହ ସମ୍ପନ୍ନ ହୋଇଯାଇଛି । ମା’ ମାନସାଙ୍କ ପୂଜାବିଧି ରୀତିନୀତି ଅନୁସାରେ କରାଯାଇଥିଲା ।ଗ୍ରାମ୍ୟ ପୋଖରୀରୁ ଶ୍ରଦ୍ଧାଳୁଙ୍କ ଦ୍ଵାରା ଘଟ ଉତ୍ତୋଳନ କରାଯାଇ ମନ୍ଦିରରେ ସ୍ଥାପନା କରାଯାଇଥିଲା ।ପରେ ପୂଜକଙ୍କ ଦ୍ଵାରା ପୂଜନ,ଆରତୀ,ଵଡପୂଜା,ଘଟ ବିସର୍ଜନ,ଆଳତୀ କରାଯାଇଥିଲା ।ପର ଦିନ ମଧ୍ୟ ପୂଜାର୍ଚ୍ଚନା ସହ ମହା ଆରତୀ କରାଯାଇଥିଲା ।ତିନିଦିନ ଧରି ଆଖପାଖ ଗ୍ରାମରୁ ଶହ ଶହ ଶ୍ରଦ୍ଧାଳୁ ଓ ମାନସିକଧାରୀ ମନ୍ଦିରକୁ ଆସି ନାଗ ମାତାଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ ।ଆସ୍ଥା ଓ ଵିଶ୍ବାସ ଅଛି ମାନସିକଧାରୀମାନେ କେବେ ବି ନିଷ୍ଫଳା ହୋଇ ନାହାନ୍ତି ।ମା’ ମନସା ଦେବୀ ସମସ୍ତଙ୍କ ମନବାଞ୍ଛା ପୂରଣ କରିଥାନ୍ତି ।ମନ୍ଦିର କମିଟି ତରଫରୁ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ବଣ୍ଟନ କରାଯାଇଥିଲା ।ମନ୍ଦିର କମିଟିର ମୁଖ୍ୟ ସୁରେନ୍ଦ୍ରନାଥ ମହାନ୍ତ ଏବଂ ଗ୍ରାମର ମନ୍ଦିର କମିଟିର ସଦସ୍ୟମାନେ ଶାନ୍ତିଶୃଙ୍ଖଳା ସହ ପରିଚାଳନାରେ ସହଯୋଗ କରିଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ବିଘ୍ନ ବିନାଶକ ଗଣେଶଙ୍କ ପୂଜା ପାଇଁ ରାଉରକେଲା ସହର ଚଳଚଞ୍ଚଳ

Sunil Chandra Nayak

ସାଇ ବାବା ଙ୍କ ପାଲକି ଶୋଭାଯାତ୍ରା

Sunil Chandra Nayak

ତିରିଂ ବ୍ଳକ!ବଡଡାଳିମା ସରସ୍ଵତୀ ଶିଶୁ ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ଧୂମଧାମରେ ପାଳିତ 

masiha

Leave a Comment

error: Content is protected !!