ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାମନଘାଟି ରାଇରଙ୍ଗପୁର ଆଥଲେଟିକ୍ ଆସୋସିଏସନ୍‌ର ପୁନର୍ଗଠନ ଦାବି କ୍ରୀଡ଼ାର ବିକାଶ ଓ ଯୁବ ପ୍ରତିଭାଙ୍କୁ ସୁଯୋଗ ପ୍ରଦାନ ପାଇଁ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତିଙ୍କ ନିବେଦନ

ବାମନଘାଟି ରାଇରଙ୍ଗପୁର ଆଥଲେଟିକ୍ ଆସୋସିଏସନ୍‌ର ପୁନର୍ଗଠନ ଦାବି

କ୍ରୀଡ଼ାର ବିକାଶ ଓ ଯୁବ ପ୍ରତିଭାଙ୍କୁ ସୁଯୋଗ ପ୍ରଦାନ ପାଇଁ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତିଙ୍କ ନିବେଦନ

ରାଇରଙ୍ଗପୁର, ୨୨-ଅକ୍ଟୋବର: ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡରେ କ୍ରୀଡ଼ାର ସାମଗ୍ରିକ ବିକାଶ ଓ ରାଇରଙ୍ଗପୁର ଆଥଲେଟିକ୍ ଆସୋସିଏସନ୍‌ର ପୁନର୍ଗଠନ ଦାବି ହୋଇଛି। ଏନେଇ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି କ୍ରୀଡ଼ା ଓ ଯୁବ ସେବା ବିଭାଗର ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିବା ସହ ଶ୍ରୀ ଉଗ୍ରସନ ଓରାମ ଉପଜିଲ୍ଲାପାଳ ବାମନଘାଟି/ ରାଇରଙ୍ଗପୁରଙ୍କ ଜରିଆରେ ଏକ ପ୍ରତିନିଧିମଣ୍ଡଳ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି।

ନିବେଦନରେ ଆସୋସିଏସନ୍‌ର ପୁନର୍ଗଠନ, ଗଣତାନ୍ତ୍ରିକ ପଦ୍ଧତିରେ ନୂତନ କାର୍ଯ୍ୟକାରୀ କମିଟି ଗଠନ, ରାଇରଙ୍ଗପୁର ଜାତୀୟ ଷ୍ଟାଡିୟମ୍‌ର ଉପଯୁକ୍ତ ରକ୍ଷଣାବେକ୍ଷଣ ଏବଂ ସାହାଣୀ କପ୍ ସମେତ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ଉପରେ ଗୁରୁତ୍ୱ ଦିଆଯାଇଛି।

ଏଥିସହ ଗ୍ରାମାଞ୍ଚଳର ପ୍ରତିଭାବାନ୍ ଖେଳାଳିଙ୍କୁ ଚିହ୍ନଟ କରି ନିୟମିତ ପ୍ରଶିକ୍ଷଣ, କ୍ରୀଡ଼ା ଉପକରଣ ଯୋଗାଣ ଏବଂ ବାମନଘାଟି ଉପଖଣ୍ଡରେ କ୍ରୀଡ଼ା ବିଦ୍ୟାଳୟ ଓ ଛାତ୍ରାବାସ ପ୍ରତିଷ୍ଠା ପାଇଁ ସରକାରୀ ପଦକ୍ଷେପ ନେବାକୁ ଦାବି କରାଯାଇଛି।

ରାଇରଙ୍ଗପୁରରେ ସାହାଣୀ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ ସମ୍ଭାବନା ଥିବା ସତ୍ତ୍ୱେ ଏହା ସୁନ୍ଦରଗଡ଼କୁ ସ୍ଥାନାନ୍ତରିତ ହୋଇଥିବା ଖବରକୁ ନେଇ ସ୍ଥାନୀୟ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉଦ୍‌ବେଗ ଏବଂ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଏହାର ପ୍ରକୃତ କାରଣ ସରକାରୀ ଭାବେ ସ୍ପଷ୍ଟ ହୋଇନାହିଁ। ରାଜ୍ୟ ସରକାର ଦାବିଗୁଡ଼ିକୁ ଗୁରୁତ୍ୱର ସହ ବିଚାର କରି ଆସୋସିଏସନ୍‌କୁ ସକ୍ରିୟ କରିବା ସହ ଅଞ୍ଚଳର ଯୁବ କ୍ରୀଡ଼ାବିତ୍‌ଙ୍କୁ ଉପଯୁକ୍ତ ସୁଯୋଗ ଯୋଗାଇଦେବାକୁ ଶ୍ରୀ ପୂର୍ତ୍ତି ନିବେଦନ କରିଛନ୍ତି। 

ଏହି ପ୍ରତିନିଧି ମଣ୍ଡଳରେ ବାମନଘାଟି ଏଥେଲେଟିକର ପୂର୍ବତନ ସମ୍ଫାଦକ ଶ୍ରୀ ସୁନୀଲ ମାଝୀ, ଜଟିଆ ସାବୈଯାଁ, ବିଶ୍ବନାଥ ମାଝୀ ସରପଂଚ, ଦୁର୍ଗାଚରଣ ମୂର୍ମୁ, ଅଙ୍କୁରା ଚରଣ ପୂର୍ତ୍ତି, ଗ୍ରେସ ପଚାରି, ଫାଗୁ ବାସ୍କେ, ଦୂର୍ଗା ଚରଣ ହେମ୍ବ୍ରମ, ଶ୍ୟାମ ଚରଣ ହାଂସଦା, ରାମଚନ୍ଦ୍ର ସୋରେନ, ସଞ୍ଜୟ କୁମାର ମୁର୍ମୁ ଭୀମସେନ ସୋରେନ ଶ୍ରୀରାମ ମାର୍ଣ୍ଡି,, ଟିକୁନ ଜେରାଇ ଆଇନଜୀବୀ, ଅନିଲ କୁମାର ବିରୁଆ ସଞ୍ଜୟ କୁମାର ଟୁଡୁ ମନୋରଞ୍ଜନ ହାଁସଦା ଓ ବିରାମ ଟୁଡୁ ଉପସ୍ଥିତ ରହିଥିଲେ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ

Related posts

ମା ମାଣିକେଶ୍ବରୀଙ୍କ ମନ୍ଦିର ପରିସରରେ ‘ମହୁରି’ର ଦେବାର୍ପଣ ଉତ୍ସବ

Sunil Chandra Nayak

ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ  ପୁରସ୍କୃତ ହେଲେ କର୍ମକର୍ତ୍ତା, ଆଠଗୋଟି ଗ୍ରାମ ପଞ୍ଚାୟତକୁ ପ୍ରୋତ୍ସାହନ ରାଶି ପ୍ରଦାନ, ବକ୍ତୃତା ପ୍ରତିଯୋଗିତାରେ ଶିକ୍ଷାର୍ଥୀ ପୁରସ୍କୃତ

masiha

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!