ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଵିଜୁଵାବୁଙ୍କ ଅଧୁରାସ୍ବପ୍ନକୁ ପୁରଣ କରିବାକୁ ଗୋଟିଏ ମଞ୍ଚରେ ଶପଥ ନେଲେ ଦୁଇଭାଇ ଧୃଵ ଓ ଅଂଶୁମାନ

ଵିଜୁଵାବୁଙ୍କ ଅଧୁରାସ୍ବପ୍ନକୁ ପୁରଣ କରିବାକୁ ଗୋଟିଏ ମଞ୍ଚରେ ଶପଥ ନେଲେ ଦୁଇଭାଇ ଧୃଵ ଓ ଅଂଶୁମାନ

ରାଜନଗର-8.4.024 କେନ୍ଦ୍ରାପଡା ଜିଲ୍ଲା ରାଜନଗର ଵ୍ଲକ ଡାଙ୍ଗମାଳ ପଞ୍ଚାୟତ ସଦରମହକୁମା ସ୍ଥିତ ଦୁର୍ଗା ମନ୍ଦିର ଵେଢା ପରିସରରେ ଶନିବାର ସନ୍ଧ୍ୟାରେ ବିଜେଡି ପକ୍ଷରୁ ଆୟୋଜିତ ବନ୍ଧୁମିଳନ ସଭାରେ ମୁଖ୍ୟ ଆକର୍ଷଣ ବିଧାୟକ ପ୍ରାର୍ଥୀ ଧୃବ ସାହୁ ଓ କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ଶ୍ରୀଅଂଶୁମାନ ମହାନ୍ତି ଯୋଗ ଦେଇଥିଲେ।ସୂଚନା ଯୋଗ୍ୟ ଦୀର୍ଘଦିନ ରାଜନୀତି କ୍ଷେତ୍ରରେ ଧୃଵ ସାହୁ ଵିଜେଡି ଓ ଅଂଶୁମାନ ମହାନ୍ତି କଂଙ୍ଗ୍ରେସର ମଙ୍ଗଧରି ରାଜନଗର ନିର୍ଵାଚନ ମଣ୍ଡଳୀରେ ପରସ୍ପର ଵିରୋଧୀ ଥିଲେ।ଆଗାମି 2024 ସାଧାରଣ ନିର୍ଵାଚନକୁ ଆଖି ଆଗରେ ରଖି ଜନସାଧାରଣଙ୍କର ସେଵା ତଥା ବିଜୁବାବୁ ଏବଂ ଅଂଶୁମାନଙ୍କ ସ୍ବର୍ଗତ ପିତା ନଳିନୀକାନ୍ତ ମହାନ୍ତିଙ୍କ ରାଜନଗର ଅଞ୍ଚଳର ଵିକାଶର ଅଧୁରା ସ୍ବପ୍ନକୁ ପୁରଣ କରିବାକୁ ଲୋକପ୍ରିୟ ତଥା ବିକାଶ ପୁରୁଷ ଶ୍ରୀଯୁକ୍ତ ନଵୀନ ପଟ୍ଟନାୟକଙ୍କ ଦ୍ଵାରା ପୁରଣ କରିବା ସମ୍ଭଵ ହେଵା ନେଇ କଙ୍ଗ୍ରେସ ଛାଡି ଵିଜେଡିରେ ଯୋଗଦେଇଛନ୍ତି ଅଂଶୁମାନ।ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନଵୀନ ପଟ୍ଟନାୟକ ଅଂଶୁମାନଙ୍କ ଲୋକସମ୍ପର୍କ ତଥା ପିତା ନଳିନୀକାନ୍ତ ମହାନ୍ତିଙ୍କ ସୁପରିଚିତ ଅଂଶୁମାନଙ୍କୁ ବହୁ ପରିଚିତ ଓ ସ୍ନେହ ଶ୍ରଦ୍ଧାରେ କେନ୍ଦ୍ରାପଡା ସାଂସଦୀୟ କ୍ଷେତ୍ରରେ ବାନ୍ଧି ହୋଇ ପଡିଛନ୍ତି।ଯାହାଫରେ ବିଧାୟକ ହେଵାକୁ ତାଙ୍କର ଇଛା ଏଵଂ ଜନସମର୍ଥ ରହିଥିଲା।ହେଲେ ରାଜନଗର ନିର୍ବାଚନ ମଣ୍ଡଳୀରେ ବିଧାୟକ ଧୃବ ସାହୁ ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକ ପ୍ରେରଣା ଓ ପ୍ରୋତ୍ସାହନରେ ରାଜନଗର ନିର୍ଵାଚନ ମଣ୍ଡଳୀର କୋଣ ଅନୁକୋଣରେ ଵିକାଶରେ ମାନଚିତ୍ର ପରିବର୍ତନ କରି ପାରିଛନ୍ତି।ଧୃଵଙ୍କ ପାରିବା ପଣିଆ ଵିକାଶକୁ ଵିକସିତ କରିଥିବାରୁ ଦ୍ଵିତୀୟବାର ଵିଧାୟକ ହେଵା ଯୋଗ୍ୟ ଭାବି ଵିକାଶର ସାରଥି ହେବା ନେଇ ବିଧାୟକ ପ୍ରାର୍ଥୀ ଭାବେ ଧୃଵଙ୍କୁ ଶ୍ରୀଯୁକ୍ତ ନଵୀନ ପଟ୍ଟନାୟକ ବିଜେଡିର ମୋହର ମାରିଛନ୍ତି।ଯାହାକୁ ନେଇ କର୍ମୀମାନଙ୍କ ମଧ୍ୟରେ ତୁମ୍ଭୀତୋଫାନ ଉଠୁଥିଲା।ପରବର୍ତି ସମୟରେ ଉଭୟେ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ଉଦ୍ୟମରେ ତାର ପରିସମାପ୍ତ ଘଟି ଗୋଟିଏ ସରଳ ରେଖାର ଦୁଇଟି ପାର୍ଶ୍ଵର ଆମର ଏହି ନେତା ଦ୍ବୟଙ୍କୁ ସମର୍ଥନ କରି ଆମ ଚିହ୍ନ ଶଙ୍ଖ ଚିହ୍ନ,ଆମଦଳ ଵିଜେଡି ଦଳ ଗୋଟିଏ ମନରେ ଲକ୍ଷାଧିକ ଭୋଟରେ ବିଧାୟକ ଓ ସାଂସଦ ପ୍ରାର୍ଥୀ ଧୃଵ ଓ ଅଂଶୂମାନଙ୍କୁ ବିଜୟୀ କରିବାକୁ ସଙ୍କଳ୍ପ କରିଛନ୍ତି ଉଭୟେ ସମର୍ଥକମାନେ।ଏହି ଅବସରରେ ଡାଙ୍ଗମାଳ ଠାରେ ପ୍ରତି ପଞ୍ଚାୟତରୁ ଉଭୟେ ଗୋଷ୍ଠିଙ୍କର 10ଜଣ ଲେଖା 29ଟି ପଞ୍ଚାୟତର କର୍ମୀ ଉପସ୍ଥିତ ଥିଲେ।ପରସ୍ପର ମଧ୍ୟରେ ମତାନ୍ତର ନରଖି ଆମର ନେତାଦ୍ଵୟଙ୍କୁ ଜୟଯୁକ୍ତ କରିବାକୁ ଶପଥ ନେଇଥିଲେ।ଅନୁଷ୍ଠିତ ଏହି ମଞ୍ଚରେ ଅଂଶୁମାନ ଦିଲ୍ଲୀ ଦରବାରରେ ରାଜନଗର ଅଞ୍ଚଳର ଵିକାଶ ପାଇଁ ଲଢେଇ କରିବ ସେଥିପାଇଁ ଆମେ ଗର୍ଵିତ ।ଏବେ ଭଡାରେ ନୁହଁ ଆମ ମାଟିର ଆମ ଗାଁର ପୁଅ ଅଂଶୁମାନ ମହାନ୍ତିଙ୍କୁ ସାଂସଦ କରିଛାଡିବା ଆମର ଦାୟିତ୍ବ ଵୋଲି ପ୍ରାକ୍ତନ ବିଧାୟକ ତଥା ଆମର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଧୃବ ସାହୁ ତାଙ୍କ ଭାଷଣରେ କହିଥିଲେ।ଆହୁରୀ ମଧ୍ୟ କହିଛନ୍ତି ମୁଁ ବିଧାୟକ ଏଵଂ ଅଶୁମାନ ସାଂସଦ ହେଲେ ଆମ୍ଭେ ଦୁଇଭାଇ ଵିଜୁଵାବୁ ଓ ନଳିନୀ ମହାନ୍ତିଙ୍କର ରାଜନଗର ଅଞ୍ଚଳର ବିକାଶର ଅଧୁରା ସ୍ବପ୍ନକୁ ଆପଣମାନେ ଆଶୀର୍ବାଦ କଲେ ଆମେ ଦୁଇ ଭାଇ ତାହା ପୁରଣ କରିବାରେ ସକ୍ଷମ ହୋଇପାରିବୁ ।

କେନ୍ଦ୍ରାପଡ଼ା ରୁ ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ବିଜେପି ଦଳର ୪୪ ତମ ପ୍ରତିଷ୍ଠା ଦିବସ ପାଳିତ 

masiha

ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ଓ ବନ୍ଧୁ ମିଳନ ଉତ୍ସବ ପାଳିତ

Sunil Chandra Nayak

ଜିଲ୍ଲା କଂଗ୍ରେସ କମିଟିର କର୍ମକର୍ତ୍ତା ଚୟନ ତ୍ରିଲୋଚନ ପାଣିଗ୍ରାହୀ ହେଲେ ଜିଲ୍ଲା ସାଧାରଣ ସମ୍ପାଦକ

masiha

Leave a Comment

error: Content is protected !!