ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିବାସୀଙ୍କ କୁଇଁ ସଙ୍ଘର ବନ୍ଧୁମିଳନ

ବନ୍ଧୁଗାଁ ତା,୧୦/୨/୨୩, କୋରାପୁଟ ଜିଲ୍ଲା ଅନ୍ତର୍ଗତର ଗାରିଡି ପଞ୍ଚାୟତର ସୋଡ଼ାବାଡ଼ି ଗ୍ରାମ୍ବଠାରେ ଆଜି ବନ୍ଧୁଗାଁ ବ୍ଲକରେ ରହିଥିବା ଆଦିବାସୀଙ୍କ ବନ୍ଧୁମିଳନ ବୈଠକ ହୋଇଥିଲା I ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିସଦ ଅଧ୍ୟକ୍ଷା ସୁଶ୍ରୀ ସୋସ୍ମିତା ମେଲେକା ଯୋଗଦେଇଥିବା ବେଳେ ସନ୍ନମାନିୟଅ ତିଥି ଭାବରେ ଭାବରେ କରାପୁଟ ଜିଲ୍ଲାର ପୂର୍ବତନ ସାଂସଦ ଶ୍ରୀ ଝିନ ହିକକା, ଓ କୌଶଲ୍ୟା ହିକକା,ଓ ବନ୍ଧୁଗାଁ ବ୍ଲକର ବିଜେଡି ସଭାପତି ବାଲା ନାଗ, ଗାରିଡି ପଞ୍ଚାୟତର ସରପଞ୍ଚ ମତି ମାଣ୍ଡିଙ୍ଗ, ନୀଳାବାଡି ସରପଞ୍ଚ ଜାଗାନା ପୀଡ଼ିକା, କାନାଗାଁ ସରପଞ୍ଚ ୱାଟେକା ଭାସ୍କର,ସଦାନା ପୀଡ଼ିକା, ଗୋପୀନାଥ ବିଡ଼ିକା, ରିଙ୍ଗୁ ମିଣ୍ୟାକା,ଓ ଆଦିବାସି ମାନଙ୍କର ମାନ୍ୟଗଣ ଛୋଟ ବଡ଼ ଭଦ୍ର ବ୍ୟକ୍ତି ମାନେ ଓ ମହିଳା ପୁରୁଷ ଉପସ୍ଥିତ ହୋଇଥିଲେ I ଏଥିରେ ରହିଥିଲା ପ୍ରମୁଖ ବିଷୟ ହେଲା, ଆଦିବାସୀ ହୋଉଛନ୍ତି ଭାରତର ଓ ପୃଥିବୀରେ ପ୍ରଥମ ଜନ୍ମ ହୋଇଥିବାରୁ, ଆଦିମ ଯୁଗରେ ଜନ୍ମ ହୋଇଥିବାରୁ ଆମକୁ ଆଦିବାସି ବୋଲି ମାନ୍ୟତା ମିଳିଅଛି I କିନ୍ତୁ ଏ ଯୋଗତରେ ଆଦିବାସି ମାନେ କମ ଶିକ୍ଷିତ ହୋଇଥିବା ହେତୁ ଆମେ ସରକାରଙ୍କ ଯୋଜନାରୁ ବାଦ ପଡୁଛୁ I ଭାରତର ସମସ୍ତ ଆଦିବାସି ଗାଁ ମାନଙ୍କରେ ବିଦ୍ୟାଳୟ ରହିଅଛି କିନ୍ତୁ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଆଗ୍ରହ କରିନଥାନ୍ତି I ଓ ଅଳ୍ପ ତଳ୍ପ ପାଠପଢାରେ ଧ୍ୟାନ ନଦେଇ ଚାଷ କାମରେ ବ୍ୟସ୍ତ ହୋଇ ପାଠକୁ ଗୁରୁତ୍ୱ ଦେଇନଥାନ୍ତି I ଏପରି ଭାବରେ ଆଦିବାସି ମାନେ ବଣ ଜଙ୍ଗଲ ଭିତରେ ଘର କରି ଗାଁ ବାନ୍ଧି ରହିଥାନ୍ତି ଓ ସହରର ବାସାକୁ ବୁଝୋନ୍ତି ନାହିଁ ଓ ସହରର ଲୋକଙ୍କ ସହ ଠିକ ପରିଚୟ ମଧ୍ୟ ନଥାଏ ଏଥିଯୋଗୁଁ ନିଜର ଗାଁର ସମସ୍ୟାକୁ ମଧ୍ୟ ସମାଧାନ କରିବା କିମ୍ଭା ସୁଧାର କରିବା ପାଇଁ ଜାଣି ପାରୋନ୍ତି ନାହିଁ I ଯାହା ଫଳରେ ନିଜର ଦୁଃଖ କଷ୍ଟକୁ ଓ ଗାଁର ସମସ୍ୟାକୁ ସରକାରଙ୍କୁ ଜଣାବାରେ ମଧ୍ୟ କ୍ଷମତା ସମ୍ଭବ ହଇନଥାଏ I ଏହାକୁ ନେଇ ଆଦିବାସୀ ମାନେ ଦେଶରେ ସମସ୍ତିଙ୍କ ଠାରୁ ଶିକ୍ଷିତରେ ପଛକୁ ରହିଥିବାରୁ ଆମକୁ ଅଶିକ୍ଷିତ ଭାବରେ ସରକାରୀ କର୍ମଚାରିମାନେ ଆମକୁ ନିଛ ଦେଖନ୍ତି I ଏଁଣୁ ଆମେ ଆଜିଠାରୁ ଆମ ପିଲାଙ୍କୁ ଶିକ୍ଷିତ କରାଇ ସରକାରଙ୍କ ସମସ୍ତ ପ୍ରକାର ନିୟମ ଓ ଯୋଜନା ବିଷୟ ସହରିଆ ଭାଷା କହିବା ସହ ସମସ୍ତିଙ୍କ ସହ ସମକ୍ଷକ ହୋଇ ଆମ ହକ ପାଇଁ ଆମେ ଲଢ଼ିବାର କ୍ଷମୋତାକୁ ଆଣିବା ପାଇଁ ଆମ ଆଦିବାସି ସମାଜକୁ ଟାଣୁଆ ଭାବରେ ହୋଇ ଦେଖାଯିବା ସହ ଆମେ ସୋଦୃଡ଼ ଭାବରେ ଆମ ଆଦିବାସି ସୋମ୍ଫରଦାୟର ସମାଜକୁ ସମାଜରେ ଲୋକଲଚନକୁ ଆଣିବା ପାଇଁ ଆଜିଠାରୁ ଅଣ୍ଟା ଭିଡିବା ଆବଶ୍ୟକ ବୋଲି କହିଥିଲେ ଆମ କୋରାପୁଟ ଜିଲ୍ଲାର ପୂର୍ବତନ ସାଂସଦ ଶ୍ରୀ ଝିନ ହିକକା I

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ପଞ୍ଚାୟତ ସ୍ତରୀୟକଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ର ଶୁଭାରମ୍ଭ

Sunil Chandra Nayak

ଅଗଷ୍ଟ ମାସ ୧୦ତାରିଖ ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେବ ଯୁଗ୍ମ ଜନ ଶୁଣାଣି ଶିବିର

Sunil Chandra Nayak

ଜେକେ କାଗଜ କଳ ପକ୍ଷରୁ ଥଣ୍ଡା ଜଳ ବିଶୋଧନ ଯନ୍ତ୍ର ପ୍ରଦାନ

masiha

Leave a Comment

error: Content is protected !!