ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୃଷି ବିଭାଗୀୟ ଅଧିକାରୀ ଓ କର୍ମକର୍ତ୍ତା ଙ୍କ ଜଳବନ୍ଦୀ ଅଞ୍ଚଳ ପରିଦର୍ଶନ ସହ ତାଲିମ କାର୍ଯ୍ୟକ୍ରମ

ତେନ୍ତୁଳିଖୁଣ୍ଟି -୧୦/୦୨/୨୩ – ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚା ଗାଁ ଗ୍ରାମ ପଞ୍ଚାୟତ ର ଜଳବନ୍ଦୀ ଅଞ୍ଚଳ ଟାଙ୍ଗନି କୋଟ ଓ ବାଗ୍ରା ଅଞ୍ଚଳ କୁ ଆଜି ତେନ୍ତୁଳିଖୁଣ୍ଟି ବ୍ଲକ କୃଷି ପରିଚାଳନା ସଂସ୍ଥା ର ଆବାହକ ମାନସ ରଞ୍ଜନ ନାୟକ ଙ୍କ ନେତୃତ୍ୱରେ କୃଷି କର୍ମଚାରୀ ଙ୍କ ଏକ ଟିମ ଗସ୍ତ କରିଛି। କ୍ଷେତ୍ର ପରିଦର୍ଶନ କରିବା ପରି ଉକ୍ତ ଅଞ୍ଚଳରେ 20 ରୁ 30 ଚାଷୀ ଙ୍କୁ ଚାଷ ପାଇଁ ମୁଗ ବିହନ ଯୋଗାଇ ଦେବାକୁ ସ୍ଥିର କରାଯାଇଥିଲା। ଚାଷୀ ଙ୍କୁ କୃଷକ ଓଡିଶା ପୋର୍ଟାଲ ରେ ପଞ୍ଜି କରଣ କରି ସରକାରୀ ଯୋଜନାରେ ସବସିଡ଼ି ର ଫାଇଦା ନେବାକୁ ବୁଝାଇଥିଲେ। ପ୍ରତ୍ୟେକ ଚାଷ ଆରମ୍ଭ ପୂର୍ବରୁ ବିହନ ବିଶୋଧନ କରିବାକୁ ବୁଝାଇଥିଲେ। ବିହନ ବିଶୋଧନ ପ୍ରାକୃତିକ ପଦ୍ଧତି ହେଉ ରସା ୟନିକ ପଦ୍ଧତି ରେ କରିଲେ ବିହନ ବୁଣିଲେ ରୋଗ ପୋକ ତଥା ଉଈ ଆଦିରୁ ରକ୍ଷା ପାଇବ ବୋଲି ବର୍ଣ୍ଣନା କରିଥିଲେ। ବିହନ ବିଶୋଧନ ପାଇଁ ବିଭାଗୀୟ ସହାୟତା ହେବାକୁ ପ୍ରବର୍ତ୍ତାଇଥିଲେ। ଏହି ଦୁଇ ଜଳବନ୍ଦୀ ଗ୍ରାମବାସୀ ଙ୍କୁ ଜୀବିକା ପାଇଁ କୃଷି ବିଭାଗ ତଥା ଆତ୍ମା ର ସୁବିଧା ସମ୍ପର୍କରେ ବୁଝାଇ ତାର ଫାଇଦା ନେବାକୁ କହିଥିଲେ। ପ୍ରାକୃତିକ ଜଳସ୍ରୋତ ର ସୁବିନିଯୋଗ କରି ଜୀବିକା ର ମାଧ୍ୟମ ଉନ୍ନତ କରିବାକୁ ପ୍ରବର୍ତ୍ତାଇ ଥିଲେ। ଏହି ପରିଦର୍ଶନ ରେ ସହକାରୀ କୃଷି ଅଧିକାରୀ ମାନସ ରଞ୍ଜନ ନାୟକ ସମେତ କୃଷି ଓଭରସିୟର ହରି ଶଙ୍କର ତ୍ରିପାଠୀ ,ଧୀରେନ କୁମାର ବେନ୍ୟ।, କୃଷି ଗ୍ରାମ ସେବକ ଜିତେନ୍ଦ୍ର ଟାକ୍ରୀ, ଏ ଟି ଏମ ବାଳ ଗୋବିନ୍ଦ ସାହୁଓ ଆଶିଷ ରଞ୍ଜନ ପରିଡା ପ୍ରମୁଖ ସାମିଲ ଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ପ୍ରଗତି ଉତ୍କଳ ସଂଘରେ ନୀଳକଣ୍ଠ ଜୟନ୍ତୀ ପାଳିତ

masiha

ସଦଭାବନା ସମାବେଶ ଅବସରରେ ନେତାଜୀ ସେବା ସଂଘଠନ ପକ୍ଷରୁ କମ୍ବଳ ବଣ୍ଟନ 

masiha

ଦିନିକିଆ ନର୍ଲା ଗସ୍ତରେ ୫ ଟି ସଚୀବ ବି. କେ. ପାଣ୍ଡିଆନ୍

Leave a Comment

error: Content is protected !!