ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷାର ଉନ୍ନତି ପାଇଁ ସଂଘର୍ଷ ଜାରି ରଖିଛି ରାୟଗଡ ଜିଲ୍ଲା ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ

ରାୟଗଡ ଜିଲ୍ଲା ସଦର ମହକୁମା ଠାରୁ ପ୍ରାୟ ୩୫ କିଲୋମିଟର ଦୂରତ୍ୱ ରେ ଥିବା ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ସୀମାବର୍ତ୍ତି ମିରାବାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ, ରେଙ୍ଗାଲପାଡୁ ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସାନ ସାନ୍ଧୁବାଡ଼ି ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ଓଡ଼ିଆ ଭାଷାର ବହୁଳ ବ୍ୟବହାର କରିବା ପାଇଁ ନିଜର ପ୍ରୟାସ ଜାରି ରଖିଛି ରାୟଗଡ ଜିଲ୍ଲା ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ । ଉକ୍ତ ଦୁଇ ଗ୍ରାମରେ ଥିବା ବିଦ୍ୟାଳୟ ଠାରୁ ମାତ୍ର ୫୦ ରୁ ୧୦୦ ମିଟର ଦୂରତାରେ ଆନ୍ଧ୍ରପ୍ରଦେଶର ଗ୍ରାମ ଓ ବିଦ୍ୟାଳୟ ମାନ ରହିଛି । ଉକ୍ତ ଗ୍ରାମରେ ବସବାସ କରୁଥିବା ଲୋକେ ଓ ଛାତ୍ରଛାତ୍ରୀ ଓଡ଼ିଆ ଭାଷା ବଦଳରେ ତେଲୁଗୁ ଭାଷାକୁ ଅଧିକା ଗୁରୁତ୍ୱ ଦେଉଥିବା ପରିଲିଖିତ ହେଉଛି । ତେଣୁ ଉକ୍ତ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ଭିତରେ ଓଡ଼ିଆ ଭାଷା ପ୍ରତି ଆକୃଷ୍ଟ ଓ ବ୍ୟବହାର କରିବା ପାଇଁ ସେମାନଙ୍କୁ ଛବିଳ ମଧୁ ବର୍ଣ୍ଣବୋଧ ପୁସ୍ତକ, ଲେଖନୀ ପୁସ୍ତିକା, ପେନ୍ସିଲ ଓ ରବର ବଣ୍ଟନ କରିଛି ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘର ସଦସ୍ୟ ମାନେ । ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘର ଏଭଳି ପ୍ରୟାସକୁ ସବୁରି ମହଲରେ ପ୍ରଶଂସା କରାଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘର ସଭାପତି ଦୟାନନ୍ଦ ଖାଡାଙ୍ଗାଙ୍କ ନେତୃତ୍ୱରେ ଉପସଭାପତି ଶ୍ରୀନିବାସ ବଳିଆର ସିଂ, ସମ୍ପାଦକ ମନୋଜ କୁମାର ସାହୁ, ଉପଦେଷ୍ଟା ସରୋଜ କୁମାର ସାହୁ, ସଭ୍ୟ ଜିତେନ୍ଦ୍ର ପାଢ଼ୀ, ସରକାରୀ ପ୍ରାଥମିକ ବିଦ୍ୟାଳୟ, ରେଙ୍ଗାଲପାଡୁର ପ୍ରଧାନ ଶିକ୍ଷକ ଅଶୋକ କୁମାର ଜେନା, ଶିକ୍ଷକ ଦାଶରଥି ପୁଆଲା, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସାନ ସାନ୍ଧୁବାଡିର ପ୍ରଧାନ ଶିକ୍ଷକ ସହଦେଵ ବାଚେଲି ଓ ଶିକ୍ଷକ ଗୁଞ୍ଜନ ମାଣ୍ଡାଙ୍ଗୀ ପ୍ରମୂଖ ଉପସ୍ଥିତ ରହିବା ସହ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ରାୟଗଡ଼ ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଡକ୍ଟର ରମାକାନ୍ତ ନାଏକଙ୍କୁ ଟାଟା ସାମାଜିକ ବିଜ୍ଞାନ ସଂସ୍ଥା ରୁ ପିଏଚଡି ଉପାଧି ପ୍ରଦାନ 

masiha

ବେଲଘର ରେଞ୍ଜରେ ହାତୀ ମୃତ୍ୟୁ ଘଟଣା ରେ ଡି ଏଫ ଓ ଙ୍କ ଖବରଦାତା ସମ୍ମିଳନୀ

Sunil Chandra Nayak

ଵିଷମ କଟକରେ ଯୁଗ୍ମ ଅଭିଯୋଗ ଶୁଣାଣି

Leave a Comment

error: Content is protected !!