ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇ-ପଞ୍ଚାୟତ ସଭା ଉପରେ ତାଲିମ

ଡାବୁଗାଁ, ୧୦/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷରେ ଇ- ପଞ୍ଚାୟତ ସଭା ଉପରେ ତାଲିମ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବିଡିଓ ଶରତ ମାଝି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତାଲିମ କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବେ ଗ୍ରାମ ପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ଏ. ଡି ପ୍ରସାଦ ଓ କମ୍ପ୍ୟୁଟର ପୋଗ୍ରାମର ପ୍ରବୀଣ ପଟ୍ଟନାୟକ ତାଲିମ ପ୍ରଦାନ କରିଥିଲେ | ଏଥିରେ ଗ୍ରାମ ପଞ୍ଚାୟତର ମାସିକ ବୈଠକ ଅନଲାଇନ ମାଧ୍ୟମରେ କରାଯିବ | ପ୍ରଥମେ ନୋଟିସ, ସଭା ଆଲୋଚନାର ବିବରଣୀ ଆଦି ଅନଲାଇନ ମାଧ୍ୟମରେ ସମସ୍ତ ସଭ୍ୟାସଭ୍ୟ ଓ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅନଲାଇନ ମାଧ୍ୟମରେ ପ୍ରେରଣ କରାଯିବ | ଯାହାଦ୍ୱାରା ସମସ୍ତ ଅଧିକାରୀ, ସଭ୍ୟାସଭ୍ୟ ଅନଲାଇନ ମାଧ୍ୟମରେ ମାସିକ ବୈଠକର ସମସ୍ତ ବିବରଣୀ ଜାଣିପାରିବେ | ଏହି ତାଲିମ ଶିବିରରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ପର୍ଶୁରାମ ମାଳୀ, ପ୍ରଭାକର ମୁଦୁଲି, ଅର୍ଜୁନ ଭତରା ଓ ହଳଧର ଜାନୀ, ଏସିପି ସତିଶ ପାଲ ଏବଂ ୧୨ ଟି ପଞ୍ଚାୟତ ର ସରପଞ୍ଚ ଓ ଗ୍ରାମ ରୋଜଗାର ସେବିକା ସେବକ ମାନେ ଉପସ୍ଥିତ ଥିଲେ |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଖଣି ପ୍ରଭାବିତ ଅଞ୍ଚଳର ପରିବାର ମାସିକ ୩ ହଜାର ଟଙ୍କା ଭତ୍ତା ଦାବି, ଉତ୍କଳ ଆଲୁମିନା କର୍ମଚାରୀଙ୍କ ସହିତ ଆଲୋଚନ ସ୍ଥାଗିତ, ମାସକ ପାଇଁ ସମୟ ନେଇଛନ୍ତି କମ୍ପାନୀ କର୍ତ୍ତୃପକ୍ଷ 

ଗୋତୋମୁଣ୍ଡା ଠାରେ ଖୋଲିଲା ନୂତନ ପ୍ରାଥମିକ କୃଷି ସମବାୟ ସମିତି

ଘଣ୍ଟିଗୁଡା ପଞ୍ଚାୟତରେ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟିତ

Leave a Comment

error: Content is protected !!