ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ା ବ୍ଲକର ଷଷ୍ଠ ସମିତି ବୈଠକ ଅନୁଷ୍ଠିତ

ବୁଧବାର ଦିନ ରାୟଗଡ଼ା ବ୍ଲକର ଷଷ୍ଠ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୁଶ୍ରୀ ଟୁନି ହୂଇକା ଅଧ୍ୟକ୍ଷତା କରିଥିଲେ । ଉପାଧ୍ୟକ୍ଷ ହରପ୍ରସାଦ ହେପୃକା, ଜିଲ୍ଲା ପରିଷଦ ସଦସ୍ୟ ପଦ୍ମାବତୀ ମାଣ୍ଡାଙ୍ଗି, ସନ୍ଧ୍ୟା ପୁଲାକା, ମାନ୍ୟବର କୋରାପୁଟ ଲୋକସଭା ସାଂସଦଙ୍କ ପ୍ରତିନିଧି ଏସ ଜିଭିତେଶ୍ୱର ରାଓ, ମାନ୍ୟବର ବିଧାୟକ ରାୟଗଡ଼ାଙ୍କ ପ୍ରତିନିଧି ସହଦେବ ମେଲେକା, ବିଡିଓ ଲକ୍ଷ୍ମୀନାରାୟଣ ସାବତ, ଏବିଡ଼ିଓ କାଳୁ ଚରଣ ନାୟକ, ସହକାରୀ ଯନ୍ତ୍ରୀ ଏ ଶାନମୁଖା କୁମାର ପାତ୍ର, ଅଠେଇସି ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ତଥା ବିଭିନ୍ନ ସରକାରୀ ବିଭାଗୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ସ୍ଵତନ୍ତ୍ର ଭାବରେ ୨୦୨୩-୨୪ ବର୍ଷ ନିମନ୍ତେ ବ୍ଲକ ବିକାଶ ଯୋଜନା ପ୍ରସ୍ତୁତି ବିଷୟରେ ଆଲୋଚନା କରାଯାଇଥିଲା। ଏତଦ୍ ବ୍ୟତୀତ ଆବାସ ଯୋଜନା ଅଧୀନରେ ହିତାଧିକାରୀ ଚୟନ, ସାମାଜିକ ସୁରକ୍ଷା, ସାଧାରଣ ବଣ୍ଟନ, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି,ବିଜୁଳି, ଶିଶୁ ବିକାଶ, ମହିଳା ସଶକ୍ତିକରଣ, ଜଳଛାୟା, ପ୍ରାଣିଧନ, ଉଦ୍ୟାନ ବିଭାଗ, ଜଙ୍ଗଲ, ଉଠା ଜଳସେଚନ, ଜୀବିକା ମିଶନ ଆଦି ବିଷୟରେ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ଗ୍ରୀଷ୍ମ ଋତୁ ଆସୁଥିବାରୁ ଜଳ ସଂକଟର ବିପଦ ଏଡ଼ାଇବା ନିମନ୍ତେ ସମସ୍ତ ଜଳଉତ୍ସ ଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ଓ ଆବଶ୍ୟକ ଯନ୍ତ୍ରାଂଶ କ୍ରୟ କରିବା ଓ ନଳକୂପ ମରାମତି ନିମନ୍ତେ ପଦକ୍ଷେପ ନେବାକୁ ପ୍ରସ୍ତାବ ଆଗତ ହୋଇଥିଲା । ରାୟଗଡ଼ା ବ୍ଲକର ୯୧ ଟି ବାଲ୍ୟ ବିବାହ ମୁକ୍ତ ଗ୍ରାମ ଘୋଷଣା ହୋଇଥିବା ବେଳେ ଆଗାମୀ ଦିନରେ ସମସ୍ତ ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଘୋଷଣା କରିବା ନିମନ୍ତେ ସମସ୍ତଙ୍କ ସହଯୋଗ କରିଥିଲେ । ଜିପିଇଓ ଗୋପାଳ ପଣ୍ଡା ପୂର୍ବ ବିବରଣୀ ପଠନ ସହ ଧନ୍ୟବାଦ ଅର୍ପଣ କରିଥିଲେ।

ରାୟଗଡ଼ ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ମଧୁବାବୁ ଥିଲେ ଓଡ଼ିଶାର ସ୍ବାଭିମାନର ପ୍ରତୀକ ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ମଧୁସୂଦନ ଜୟନ୍ତୀ ପାଳିତ

Sunil Chandra Nayak

ସିଲେଇ ତାଲିମ ପ୍ରମାଣ ପତ୍ର ପ୍ରଦାନ କାର୍ଯକ୍ରମ   

Sunil Chandra Nayak

ଆମପାଣି ବଡ଼ବନ୍ଧ ୟର ସୌନ୍ଦର୍ଯ୍ୟକରଣ ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନ କଲେ ଜନ ପ୍ରତିନିଧି ଓ ଅଧିକାରୀ

Sunil Chandra Nayak

Leave a Comment

error: Content is protected !!