ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଟିକାବାଲି ଏମ ସି ଏସ ମହାବିଦ୍ୟାଳୟ ଠାରେ ଅନ୍ତଃ ଜିଲ୍ଲା ଯୁବ ସଂସଦ କାର୍ଯକ୍ରମ ଅନୁଷ୍ଠିତ

କନ୍ଧମାଳ ଜିଲ୍ଲା ଟିକାବାଲି ଏ, ଏମ୍ ସି, ଏସ ମହାବିଦ୍ୟାଳୟରେ ଫୁଲବାଣୀ ନେହେରୁ ଯୁବ କେନ୍ଦ୍ର ତରଫରୁ ଅନ୍ତଃ ଜିଲ୍ଲା ଯୁବ ସଂସଦ କାର୍ଯକ୍ରମ ମହାବିଦ୍ୟାଳୟ ଅଧ୍ୟକ୍ଷ ଦିନବନ୍ଧୁ ମହାନ୍ତି ଙ୍କ ସଭାପତିତ୍ୟ ରେ ଅନୁଷ୍ଠିତ ହୋଇ ଯାଇଛି | ମୁଖ୍ୟ ଅତିଥି ଭାବରେ କନ୍ଧମାଳ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରଦନ ମଲ୍ଲିକ ଯୋଗ ଦେଇଥିଲେ | ମୁଖ୍ୟ ବକ୍ତା ଭାବରେ ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧ୍ୟକ୍ଷ ଅଧିକାରୀ ଶ୍ରୀ ଯୁକ୍ତ ପ୍ରବୀଣ କୁମାର ବାଣୁଆ ଯୋଗଦେଇ କହିଲେ ଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱ ତାଙ୍କୁ ସମାଜରେ ପ୍ରତିଷ୍ଠିତ କରାଇଥାଏ , ସେହି ବ୍ୟକ୍ତି ଦେଶର , ରାଜ୍ୟର, ଜିଲ୍ଲାର,ଓ ସମାଜ ର ଉନ୍ନତି ପାଇଁ ଅହରହ ଉଦ୍ୟମ ଜାରି ରଖିଥାଏ | ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ୟୁଥ୍ ଅଫିସର୍ ନବନୀତ୍ କୁମାର କାର୍ଯକ୍ରମ ର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ| ସମ୍ମାନିତ ଅତିଥି ଭାବେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଉପାଧକ୍ଷା ନଳିନୀ କହଁର,ଅନ୍ୟତମ ଅତିଥି ଭାବେ ଟିକାବାଲି ସରପଞ୍ଚ କୁନ୍ଦୁର ମଲ୍ଲିକ, ଅଧ୍ୟାପକ ବନମାଳି ବେହେରା, ମୋନଜ୍ ପଟ୍ଟନାୟକ, ସତ୍ୟବାନ୍ ଦଳବେହେରା, ଅଧ୍ୟାପିକା ନିବେଦିତା ଭୋଇ, ଶିବାନୀ କହଁର, ଚମ୍ପା ସରେନ୍, ଅଧ୍ୟାପକ ବିରୁପମି ମିଶ୍ର, ସନ୍ତୋଷ ରଥ, ରତନ ଦିଗାଲ, ଜ୍ଞାନ ରଞ୍ଜନ ଭୋଇ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ଥିଲେ | ତର୍କ ପ୍ରତଯୋଗିତାର ଆଦ୍ୟାଶ ପଟ୍ଟନାୟକ ପ୍ରଥମ କୁଳମଣୀ କହଁର ଦ୍ୱିତୀୟ ନିର୍ଝର ଦିଗାଲ ତୃତ୍ୟିୟ ସ୍ଥାନ ପାଇ ମାନପତ୍ର ସହ ଟ୍ରଫି ଅତିଥି ଙ୍କ ଠାରୁ ଗ୍ରହଣ କରିଥିଲେ | ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା | ଏଥିରେ ଫୁଲବାଣୀର ଫ୍ରେଣ୍ଡ୍ ୟୁଥ୍ କ୍ଳବ୍, ନେହରୁ ଯୁବ କେନ୍ଦ୍ର ର ମିନି କହଁର ଏବଂ ସୁଇଟି କହଁର, ଟିକାବାଲି କଲେଜ ର ଆୟୁବ ଦିଗାଲ ଏବଂ ସ୍ନେହରାଣୀ ପଟ୍ଟନାୟକ ଟ୍ରଫି ସହ ମାନପତ୍ର ଗ୍ରହଣ କରିଥିଲେ | କାର୍ଯକ୍ରମକୁ କଲେଜ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଏବଂ ସ୍ଵେଚ୍ଛାସେବୀ ବିଶାଲ ନାୟକ,ଭଜମନ ବେହେରା, ଅଞ୍ଜଳି କହଁର, ଜ୍ୟୋତିର୍ମୟୀ ପ୍ରଧାନ ସୋହଯୋଗ କରିଥିଲେ | ଶେଷରେ ଅଧ୍ୟାପକ ସୁରଜ୍ ସାମଲ ଧନ୍ୟବାଦ୍ ଅର୍ପଣ କରିଥିଲେ |

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ପାପଡାହାଣ୍ଡି ବ୍ଳକ ର ଜଟାବାଲ ଗ୍ରାମ ପଞ୍ଚାୟତରେ ବୁଟ ଚଣା ବିହନ ବଣ୍ଟନ 

masiha

୬୦ ନମ୍ବର ଜାତୀୟ ରାଜପଥର ପୁନସୀତା ନିକଟରେ ସଡ଼କ ଦୁର୍ଘଟଣା ୨ ଗୁରୁତର

masiha

ଆନ୍ତର୍ଜାତିକ ମହିଳା ଦିବସ ପକ୍ଷ ପାଳନ ଅବସରରେ “ଚିଲିକା ତାଲୁକ ଆଇନ୍ ସେବା କମିଟି” ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!