ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ସ୍ୱର୍ଣ୍ଣଲତା-ଗୋଲକବିହାରୀ ମେମୋରିଆଲ କ୍ରିକେଟ୍ କପ୍‌-୨୦୨୩ ଉଦ୍‌ଯାପିତ

ତୁଳାଗାଁକୁ ହରାଇ ଶଙ୍କରମାଲ ଦଳ ଚମ୍ପିୟାନ, ଯୋଗ ଦେଲେ ବିଧାୟକ

ଲାଞ୍ଜିଗଡ଼,୧୩/୦୨(ମନିସ)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ଗୋପାଳପୁର ଚଞ୍ଚରାପଡା ଖେଳପଡିଆରେ ସପ୍ତାହେ ବ୍ୟାପି ଚାଲିଥିବା ସ୍ୱର୍ଣ୍ଣଲତା-ଗୋଲକବିହାରୀ ମେମୋରିଆଲ କ୍ରିକେଟ୍ କପ-୨୦୨୩ ଆଜି ଫାଇନାଲ ମ୍ୟାଚ୍ ସହିତ ଉଦ୍‌ଯାପିତ ହୋଇଯାଇଛି । ଗୋପାଳପୁର ଗାଁର ଗୌନ୍ତିଆ ସ୍ୱର୍ଗତ ଗୋଲକବିହାରୀ ପାଢୀ ଓ ତାଙ୍କ ଧର୍ମପତ୍ନୀ ସ୍ୱର୍ଗତ ସ୍ୱର୍ଣ୍ଣଲତା ପାଢୀଙ୍କ ସ୍ମୃତିରେ ଆୟୋଜିତ ଏହି କ୍ରିକେଟ୍ ପ୍ରତିଯୋଗିତାର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗ ଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ । ଏହି ଅବସରରେ ବିଶିଷ୍ଟ ଅତିଥି ଭାବେ ଯୁବନେତା ହିମାଦ୍ରୀ ପେସନିଆ, ସମ୍ମାନିତ ଅତିଥି ଭାବେ ବିଜେଡି ନେତା ଚନ୍ଦ୍ରଶେଖର ମହାପାତ୍ର, ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ମାଝୀ, ସିକେରକୁପା ଫାଣ୍ଡି ଅଧିକାରୀ ସୁବାସଚନ୍ଦ୍ର ଗୁରୁ, ବରିଷ୍ଠ ନାଗରିକ ବିଜୟ କୁମାର ପାଢୀ, ଅଶୋକ ପାଢୀ, ସୁଲୋଚନା କରୁଆଁ ପ୍ରମୁଖ ମଞ୍ଚାସୀନ ଥିଲେ । ଅବସରପ୍ରାପ୍ତ ଶିକ୍ଷକ ଅନୀଲ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବକୁ ଯୁବଲେଖକ ଓ ସାମ୍ବାଦିକ ସୁଶୀଲକୁମାର ବାଗ ପରିଚାଳନା କରିଥିବାବେଳେ ଭକ୍ତରାମ ପୁଟେଲ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଫାଇନାଲ ମ୍ୟାଚ୍ ନର୍ଲା ବ୍ଲକର ତୁଳାଗାଁ ଓ ଶଙ୍କରମାଳ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବାବେଳେ ତୁଳାଗାଁକୁ ହରାଇ ଶଙ୍କରମାଳ ଦଳ ବିଜୟୀ ହୋଇଥିଲା । ସେହିପରି ଅଲରାଉଣ୍ଡ ପ୍ରଦର୍ଶନ ସହିତ ତୁଳାଗାଁ ଦଳର ମୂରଲୀ ମ୍ୟାନ୍ ଅଫ୍ ଦ ସିରିଜ୍ ଓ ଶଙ୍କରମାଳ ଦଳର ଭବାନୀ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଭାବେ ପୁରସ୍କୃତ ହୋଇଥିଲେ । ଆଜିର ମ୍ୟାଚ୍‌କୁ ମୋହନ ବାଗ ଓ ମାନସ ଗଉଡ ପରିଚାଳନା କରିଥିବାବେଳେ ଭକ୍ତରାମ ପୁଟେଲ, ବିଶ୍ୱରଞ୍ଜନ ପାଢୀ, ନୀଲେଶ କୁମାର ପାଢୀ, ହେମନ୍ତ ପୁଟେଲ ଧାରା ବିବରଣୀ ପ୍ରଦାନ କରିଥିଲେ । ଅମରଜିତ ସୁନା, ବିକ୍ରମ ବାଗ, ଜିତୁ ଗଉଡ, ଗୋପୀ ଗଉଡ ସ୍କୋରର ଦାୟିତ୍ୱ ତୁଲାଇଥିବାବେଳେ ସଞ୍ଜୟ କୁମାର ପାଢୀ, ତପିନ୍ଦ୍ର ପଧାନ, ସୁଦାମ ଚନ୍ଦ୍ର ସେନାପତି, ଫାଲ୍‌ଗୁନୀ ବିଶ୍ୱାଳ, କ୍ଷମାନିଧି କରୁଆଁ, ଅବିନାଶ ବାଗ, ନବୀନ ଗଉଡ, ରୋମାଞ୍ଚଳ ମାଝୀ, ଧର୍ମେନ୍ଦ୍ର ସେନାପତି, ରୋମାଞ୍ଚଳ ଗଉଡଙ୍କ ସମେତ ମାଁ ମାଉଳୀ ଯୁବ ସାଂସ୍କୃତିକ ଅନୁଷ୍ଠାନର ସମସ୍ତ ସଦସ୍ୟ ଓ ଗୋପାଳପୁର ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ଓଡିଶା ଜୀବିକା ମିଶନର ସିଆର୍‌ପି ମମତା ଗଉଡ, ଆଶା କର୍ମୀ ଅଞ୍ଜଳି ଗଉଡଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗୋପାଳପୁର ଗାଁର ଦଶରୁ ଉର୍ଦ୍ଧ୍ୱ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଅତିଥିମାନଙ୍କୁ ଭବ୍ୟ ସ୍ୱାଗତ ଜଣାଇବା ସହିତ ଉତ୍ସବସ୍ଥଳକୁ ପାଛୋଟି ନେଇଥିଲେ । ସିକେରକୁପା ଫାଣ୍ଡି ପକ୍ଷରୁ ଗୋକୁଳ ସାହୁ, ଲଖ କରୁଆଁ ଓ ରତ୍ନା କରୁଆଁ ପ୍ରମୁଖ ଶାନ୍ତିଶୃଙ୍ଖଳା ରକ୍ଷା ଦାୟିତ୍ୱରେ ନିୟୋଜିତ ଥିଲେ ।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ଜୀବନ ଜୀଇଁବାର କଳା ଶିଖାଏ କ୍ରୀଡ଼ା…. ଧର୍ମଗଡ଼ ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

masiha

ନୂଆ – ଓ ଖେଳ ପ୍ରତିଯୋଗିତା ଉଦଘାଟିତ

masiha

କପୁରମାଲ ପ୍ରିମୀୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଜ୍ଜାପିତ

Sunil Chandra Nayak

Leave a Comment

error: Content is protected !!