ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରିଲା କାମାକ୍ଷାନଗର ମହୋତ୍ସବ 

କାମାକ୍ଷାନଗର (ମନିସ )13/2/23 // କାମାକ୍ଷାନଗର ମହୋତ୍ସବର ପଞ୍ଚମ ତଥା ଅନ୍ତିମ ଦିଵସର ଅନୁଷ୍ଠିତ ସାଂସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମ କାମାକ୍ଷାନଗର ମହୋତ୍ସବ କମିଟିର ସଭାପତି ତଥା ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ଜ୍ୟୋତିଶଙ୍କର ସାହୁ ସଭାପତିତ୍ୱରେ ମୂଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ସୂଚନା ଓ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ଅମାତ ସମେତ ସମ୍ମାନିତ ଅତିଥି ଭାବେ ଓଡିଶା ସରକାରଙ୍କ ଯୋଜନା ଓ ସଂଯୋଜନା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ରାଜେନ୍ଦ୍ର ଢୋଲକିଆ ,ଢେଙ୍କାନାଳ ଲୋକସଭା କ୍ଷେତ୍ରର ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ,ଓଡିଶା ଚଳିଚିତ୍ର ନିଗମର ସଭାପତି ଶ୍ରୀଯୁକ୍ତ କୁନା ତ୍ରିପାଠୀ ,ପାନୀୟଜଳ ଓ ପଞ୍ଚାୟତିରାଜ ବିଭାଗ ଅତିରିକ୍ତ ସଚିବ ଶ୍ରୀଯୁକ୍ତ ନରୋତ୍ତମ ବେହେରା, କାମାକ୍ଷାନଗର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିକାଶ କୁମାର ମହାନ୍ତି ଙ୍କ ଭଳି ମହାନୁଭାଵ ଆଜ୍ଞା ଗଣ ଯୋଗଦେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣାରଵିନ୍ଦରେ ପ୍ରଦୀପ ପ୍ରଜ୍ବଳନ କରି କାମାକ୍ଷାନଗର ମାଟିର ବୀର ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ଉଦ୍ଦେଶ୍ୟେରେ ସ୍ମତିଚାରଣ କରି ମଞ୍ଚକୁ ଶୋଭା ବର୍ଦ୍ଧନ କରିଥିଲେ ତତ୍ ସହିତ କାମାକ୍ଷାନଗର ମାଟିର ସାରସ୍ଵତ ସାହିତ୍ୟ ସାଧିକା ଶ୍ରୀମତୀ ପ୍ରଜ୍ଞା ପ୍ରଵରିକା ଦାଶ , ରାଜ୍ୟପାଳ ପୁରସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ବଟକୃଷ୍ଣ ଦାସ ଙ୍କ ଭଳି ମହାନ ପ୍ରତିଭା ଵ୍ୟତୀତ ବିଭିନ୍ନ କ୍ଷେତ୍ରରେ ଅଞ୍ଚଳ ପାଇଁ ଯସ କୀର୍ତ୍ତି ଆଣିଥିବା ଧିରେନ କୁମାର ସାହୁ, ଗୁରୁ ପ୍ରସାଦ ମିଶ୍ର,ଚୁଗୁଲି ସାହୁ,ତରଣୀ ପ୍ରସାଦ ନାୟକ,କୁନି ପାତ୍ର, ସୈାମେନ୍ଦ୍ର ଦାସ,ଅଭିନାଶ ପରିଡା, ଦିଲ୍ଲୀପ କୁମାର ଷେଣ୍ଢ,ପାର୍ଥ ସାରଥୀ ପାଣି,ପ୍ରଭାକର ନାଥ , ପ୍ରଦୀପ ସାହୁ,ଦିଲ୍ଲିପ କୁମାର ସାହୁ,ଦିଵ୍ୟାଂଶୀ ଅନନ୍ୟା,ବିଭୂତି ବିଶ୍ଵାଳ,ସମୀରକାନ୍ତ ବେହେରା, ସର୍ବେଶ୍ଵର ପାତ୍ରଙ୍କୁ ଉତ୍ତରୀୟ ଉପଢ଼ୌକନ ସହ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ l ମହୋତ୍ସବର ଵର୍ଣ୍ଣାଢ୍ୟ ପରିବେଶ ଭିତରେ ଵାଜିରାଉତ ମଞ୍ଚରେ କାମାକ୍ଷାନଗର ମାଟିର ଅନ୍ୟତମ ଗୈାରବ ବରିଷ୍ଠ ସାହିତ୍ୟିକ କବି ଓ ଲେଖକ ଡ଼ାଃ ପ୍ରଫୁଲ୍ଲ କୁମାର ପାଣିଙ୍କ ଏକ ଉପନ୍ୟାସ ପୁସ୍ତକ ଉନ୍ମୋଚନ କରିଥିଲେ ମୂଖ୍ୟ ଅତିଥିଙ୍କ ସମେତ ସମସ୍ତ ସମ୍ମାନିତ ଅତିଥି ବୃନ୍ଦ।

   ପରେ କାମାକ୍ଷାନଗର ମହୋତ୍ସବର ଵାଜିରାଉତ ମଞ୍ଚରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା କେନ୍ଦ୍ରପଡାର ସଂଗମ୍ ସଙ୍ଗୀତ,ନୁଆପଡାର ଓଡ଼ିଶୀ ଗ୍ରୁପ୍, କଙ୍କଡ଼ାହାଡ଼ ର ଆଦିବାସୀ ନୃତ୍ୟ, ଭୁବନ ମହିଳା ମହାବିଦ୍ୟାଳୟର କ୍ଲାସିକାଲ ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କୁ ଆକର୍ଷିତ କରିବା ସିହିତ କାମାକ୍ଷାନଗର ଯୁକ୍ତ ତିନି ମହିଳା ମହାବିଦ୍ୟାଳୟର ଛାତ୍ରୀ ସୋନାଲି ସାହୁ ଓଡ଼ିଶୀ ନୃତ୍ୟ ପରିବେଷଣ କରି ସଭିଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ l ଏହା ପରେ ପରେ ଓଡ଼ିଆ ସଂଗୀତ ଦୁନିଆର ଆଗଧାଡିର ଗାୟକ କୁଳଦୀପ ପଟ୍ଟନାୟକ, ସ୍ମୂତି ,କେମେଡିଆନ ନନ୍‌ସେନ୍‌ସ ମଣି ଦର୍ଶକମାନଙ୍କ ମନମୋହିଥିଲେ ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଶିକ୍ଷକଙ୍କ ବିୟୋଗରେ ଶୋକସଭା

ବିଂଝାଲ ସମାଜ ଜିଲ୍ଲା ମହାସଭା ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ଓଡିଶା ଭାଷା ବିକାଶ ମଞ୍ଚର ଭକ୍ତକବିଙ୍କ ତିରୋଧାନ ଦିବସ ,ପୁସ୍ତକ ଉନ୍ମୋଚନ ଓ ମଧ୍ୟ ରାତ୍ର କବିତା ଆସର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!