ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ତୃତୀୟ ମାଘମଣ୍ଡେଇ ସହ ଉଦଯାପିତ ହେଲା ମାଁ ଖଲିଗଢ଼େନଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଚନ୍ଦାହାଣ୍ଡି :-(13/02/ମ ନି ସ )-ନବରଙ୍ଗ ପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ତେନ୍ତୁଳିପଡା ଗ୍ରାମରେ ପାନାବେଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ଖଲିଗଢ଼େନଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମାପନ ହୋଇଯାଇଛି l ଜାନୁୟାରୀ 25 ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ମନ୍ଦିର ପ୍ରତିଷ୍ଠା, ଅଷ୍ଟ ପ୍ରହର ନାମଯଜ୍ଞ ସହିତ ତିନିଗୋଟି ମାଘମଣ୍ଡେଇ ଅନୁଷ୍ଠିତ ହୋଇଥିଲା l ସାଂସଦ ରମେଶ ଚନ୍ଦ୍ର ମାଝୀ ଏବଂ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀଙ୍କ ନିଜ ନିଜସ୍ୱ ପାଣ୍ଠିରୁ କୋଡିଏ ଲକ୍ଷ ଟଙ୍କା ବ୍ୟୟ ରେ ଖଲିଗଢ଼େନଙ୍କ ମନ୍ଦିର ନିର୍ମାଣ ସମ୍ପୂର୍ଣ ହୋଇଥିବାର କମିଟିଙ୍କ ଠାରୁ ସୂଚନା ମିଳିଛି l ମନ୍ଦିର ନିର୍ମାଣ ପାଇଁ ପ୍ରାୟ ପାଞ୍ଚବର୍ଷରୁ ଅଧିକ ସମୟ ଲାଗିଥିଲା, ମନ୍ଦିର ନିର୍ମାଣ ପାଇଁ ଗମ୍ଭାରୀଗୁଡାର ଚିନ୍ତାମଣି ସାହୁ, କଳାହାଣ୍ଡି ଥନଟ୍ ଗ୍ରାମର ନିରାକାର ମହାରଣା, ଜଗନ୍ନାଥ ମହାରଣା ଏବଂ ଶ୍ରୀମତୀ ମମତା ମହାରଣା ନିୟୋଜିତ ଥିଲେ l ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାଂସଦ ରମେଶ ମାଝୀ, ବିଧାୟକ ପ୍ରକାଶ ମାଝୀ, ପ୍ରମୋଦ କୁମାର ପାଢ଼ୀ, ଦେବୀ ପୂଜାରୀ ଦଶରଥ ଧୂରୁଆ, ହର ପୂଜାରୀ, ଦୁର୍ୟୋଧନ ପୂଜାରୀ, ରବୀନ୍ଦ୍ର ପୂଜାରୀ, ମାର୍କଣ୍ଡ ପୂଜାରୀ,ସୁରେଶ ପୂଜାରୀ ଙ୍କ ସହ ବ୍ଲକର ସମସ୍ତ ସରପଞ୍ଚ, ସମିତି ସଭ୍ୟ /ସଭ୍ୟା ଙ୍କ ସହ କଳାହାଣ୍ଡି, ଛତିଶଗଡ ଅଞ୍ଚଳରୁ ପ୍ରାୟ କୋଡିଏ ହଜାର ଶ୍ରଦ୍ଧାଳୁ ଯୋଗଦେଇ ମାଙ୍କ ଆଶୀର୍ବାଦ ଭିକ୍ଷା କରିିଥିବା ଜଣାପଡିଛି l ମଣ୍ଡେଇର ଉଦଯାପନୀ ଦୀପସରେ ଅଂଚଳର ପ୍ରତ୍ୟେକ ଗ୍ରାମର ଦେବାଦେବୀ ସହ ଲାଠି, କୁରଚି, ବିମାନ ମହୁରୀ, ନାଗରା ନିଶାଣ ବିଭିନ୍ନ ବାଜାବାଜଣା ମାଧ୍ୟ୍ୟମରେ ଖାଲିଗଢେନ ପୂଜକ ସମ୍ପଦ ପୂଜାରୀ ଦେବତାଙ୍କ ସହ ବିମାନରେ ବସି ଗ୍ରାମ ପରିକ୍ରମଣ କରି ଗ୍ରାମବାସୀ ତଥା ଅଂଚଳବାସୀଙ୍କ ମଙ୍ଗଳକାମନା କରିଥିଲେ l ଏହି କାର୍ଯ୍ୟକ୍ରମକୁ ଅଧିକ ରଙ୍ଗୀନ କରିବାପାଇଁ ତଥା ଜନସାଧାରଣଙ୍କ ମନୋରଞ୍ଜନ ପାଇଁ ବିହାର ରାଜ୍ୟରୁ ଏକ ମିନାବଜାର ଏବଂ ନୂଆପଡା ଜିଲ୍ଲା ଲେସୁନ ପାଳି ଗ୍ରାମର ଏକ ପୌରାଣିକ ନାଟକ ପରିବେଷଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ଆଦ୍ୟ ରୁ ଶେଷପର୍ଯ୍ୟନ୍ତ ବାସୁଦେବ ସୁନା ଏବଂ ଅକାଳୁ ଜାଳି ପରିଚାଳନା କରିଥିବାବେଳେ ଟଙ୍କ ପୂଜାରୀ,ଶ୍ୟାମଘନ ବେମାଲ, ଧୀରନ୍ଦ୍ର ଜଗତ, ଟୀକରାମ ସୁନା,ଭୁବନ ସୁନା,ତୁଳାରାମ ସାହୁ, ଘାସିରାମ ସାହୁ,ଗୁଣଧର ମାଝୀ, ନୀଳାମ୍ବର ନିଆଲ, ଯଦୁ ଝରିଆ, ଗଗନେଶ୍ୱର ନିଆଲ, ଲାବଣ୍ୟ ହରପାଳ, ରତନ ନିଆଲ, ଡମୁ ନିଆଲ, ନିର ତେଜି, ଗିରଧର ତେଜି, ଇନ୍ଦ୍ର ନିଆଲ, ପିତାମ୍ବର ଚନ୍ଦନ, ତ୍ରିନାଥ ପାରି,ଯୋଗେନ୍ଦ୍ର ଝରିଆ, ପୁସ୍ତମ ଝରିଆ ଶ୍ୟାମ ସୁନ୍ଦର ଝରିଆଙ୍କ ସମେତ ତେନ୍ତୁଳିପଡା, ବଡମୁଣ୍ଡା, ବରିଗୁଡା ଏବଂ ପଳସା ପଡା ଗ୍ରାମବାସୀ ସହଯୋଗ କରିଥିଲେ l

ଚନ୍ଦାହାଣ୍ଡି  ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

କୁମ୍ଭାରି ଓ ଗୋଲାମୁଣ୍ଡାଠାରେ ମାସେ ଧରି ଓଁ ଶ୍ରୀ ଶ୍ରୀ ମହାଭାରତ ମହାପାରାୟଣ ମହାଯଜ୍ଞ ସମାପନ

ଡାବୁଗାଁରେ ବାହୁଡା ଯାତ୍ରା ପାଳିତ

Sunil Chandra Nayak

ବାଲିଗୁଡାର ଐତିହାସିକ ଠାକୁରାଣୀ ଯାତ୍ରା: ନଗର ପରିକ୍ରମାର ପ୍ରଥମ ଦିନରେ ବ୍ୟାପକ ପଟୁଆର ସହ ସୁନାପାଙ୍ଗା ପରିଭ୍ରମଣ 

Sunil Chandra Nayak

Leave a Comment

error: Content is protected !!