ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା ଠାରେ କୃଷି ଓ କୃଷି ଯନ୍ତ୍ର ପାତି ମେଳା ଉଦଘାଟିତ

ଭବାନିପାଟଣା ତା ୧୩.୦୨.୨୦୨୩ :- ଆଜି ଓ.ୟୁ.ଏ.ଟି କୃଷି ମହାବିଦ୍ୟାଳୟ, ଭବାନୀପାଟଣା କ୍ରୀଡା ପଡିଆ ରେ କୃଷି ଓ କୃଷି ଯନ୍ତ୍ରପାତି ମେଳା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର ସିଂହ ଦେଓ ଏବଂ ଜିଲ୍ଲପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଉପସ୍ଥିତି ରେ ଉଦ୍ ଘାଟନ ହୋଇଯାଇଛି । ତା: ୧୩/୨ ରୁ ୧୬/୨/୨୦୨୩ ୪ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମେଳାରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ କୃଷି ଯନ୍ତ୍ରପାତି ବିକ୍ରୟକାରୀ ତଥା ନିର୍ମାଣକାରୀ ତାଙ୍କର ଆଧୁନିକ ଫାର୍ମ ଯନ୍ତ୍ରପାତି ଆଜି ପ୍ରଦର୍ଶନ କରି ଥିଲେ ଏବଂ ଏହା ସହିତ ସରକାରଙ୍କ କୃଷି ଓ କୃଷକ ସମ୍ବନ୍ଧୀୟ ବିଭିନ୍ନ ହିତକାରୀ ଯୋଜନାର ଷ୍ଟଲ୍ ମଧ୍ୟ ଖୋଲାଯାଇଥିଲା । ଏହି ଅବସରରେ ସକାଳ ୧୦.୦୦ ଘ: ସମୟରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସମ୍ମୁଖରୁ କୃଷି ଯନ୍ତ୍ରପାତି ବାହନ ରାଲି କୁ ଜିଲ୍ଲାପରିଷଦ ଅଧ୍ୟକ୍ଷ ଏବଂ ଜିଲ୍ଲାପାଳ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ମେଳାରେ କୃଷି ଯନ୍ତ୍ରପାତି ପ୍ରଦର୍ଶନୀ ଓ ବିତରଣ ସହ କୃଷି ପାଠଶାଳ। କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ରାଜ୍ୟ ସରକାରଙ୍କ ଏହି ମେଳା ଜରିଆରେ ରିହାତି ଦରରେ କୃଷି ଯନ୍ତ୍ରପାତି ବିକ୍ରୟର ବ୍ୟବସ୍ଥା ରହିଛି । ଏହି ମେଳାରେ ଯନ୍ତ୍ରପାତି କ୍ରୟ ରେ ଚାଷୀ ( ସାଧାରଣ ବର୍ଗ) – ୪୦% , ଅନୁସୂଚିତ ଜାତି ଓ ଜନଜାତି, ମହିଳା ଓ ନାମମାତ୍ର ଚାଷୀ – ୫୦% ତଥା ପଞ୍ଜୀକୃତ ମହିଳା ସ୍ଵଂୟ ସହାୟକ ଦଳ – ୭୫% ପର୍ଯ୍ୟନ୍ତ ରିହାତି ପାଇ ପାରିବେ। ଗୋ ସୁଗମ ପୋର୍ଟାଲ୍ ରେ ରେଜିଷ୍ଟ୍ରିଭୁକ୍ତ ଓ କୃଷକ ପରିଚୟପତ୍ର ପ୍ରାପ୍ତ ଚାଷୀ ଭାଇ ଓ ଭଉଣୀ ମାନେ ହିଁ ଏହି ଯୋଜନାର ଲାଭ ପାଇପାରିବେ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ପଞ୍ଜୀକୃତ ଚାଷୀ ଏହି ଲାଭ ପାଇପାରିବେ ।

  ଏହି ମେଳାର ଉଦ୍ଦେଶ୍ୟ ଜିଲ୍ଲାର ସମସ୍ତ ଚାଷୀ ଭାଇ ଭଉଣୀ ବିପୁଳ ସଂଖ୍ୟାରେ ମେଳାକୁ ଆସି କୃଷି ଯନ୍ତ୍ରପାତି ବ୍ୟବହାର ଦେଖନ୍ତୁ ଓ ଅନ୍ ଲାଇନ୍ କିମ୍ବା ଜନସେବା କେନ୍ଦ୍ରରେ ନିଜ ନାମ ପଞ୍ଜିକରଣ କରି ଅଗ୍ରୀମ ବୁକିଂ କରନ୍ତୁ । ମେଳାରେ କୃଷି, ମତ୍ସ୍ୟ ଓ ପଶୁପାଳନ, ଉଦ୍ୟାନ, କପା ଚାଷ, ଛତୁ ଚାଷ, ମିଲେଟ୍ ଓ ଅନ୍ୟାନ୍ୟ ଲାଭକାରୀ ଫସଲ ଉପରେ ଷ୍ଟଲ୍ ଦେଖାଯାଇ ଚାଷୀଙ୍କୁ ସୂଚନା ଦିଆଯାଉଛି । ମେଳା ରେ ଅନୁଷ୍ଠିତ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ନିଜ ବକ୍ତବ୍ୟରେ କଳାହାଣ୍ଡିରେ ଚାଷର ଅଗ୍ରଗତି, ଜଳ ସେଚନ, ଧାନ ସହିତ ମିଶ୍ରିତ ଚାଷର ବ୍ୟାପକତା ଓ ସରକାରଙ୍କ କୃଷକ ହିତକାରୀ ଯୋଜନା ଯୋଗୁଁ ଜିଲ୍ଲା ଆଜି ଏକ ଅଗ୍ରଣୀ କୃଷି ଜିଲ୍ଲା ରୂପେ ସାରା ରାଜ୍ୟ ରେ ନାମ କରିଛି ବୋଲି କହିଥିଲେ । ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ନିଜ ବକ୍ତବ୍ୟରେ ଚାଷୀ ମାନେ ଉନ୍ନତ ଓ ଆଧୁନିକ ଯନ୍ତ୍ରପାତି ବ୍ୟବହାର କରି ଧାନ ଚାଷ ସହ ଅନ୍ୟାନ୍ୟ ଅର୍ଥକାରୀ ଫସଲ ଓ ପନିପରିବା ଉପରେ ଧ୍ୟାନ ଦେବାକୁ କହି କୃଷକ ଓ କୃଷି ସମ୍ବନ୍ଧୀୟ ଯୋଜନା ଉପରେ ଉପସ୍ଥିତ ଚାଷୀ ମାନଙ୍କୁ ଅବଗତ କରି ଏହି ଯୋଜନା ରୁ ଚାଷୀ କିଭଳି ଲାଭାନ୍ଵିତ ହୋଇ ପାରିବ ସେଥି ପ୍ରତି ବିଭାଗୀୟ ଅଧିକାରୀ ନିଷ୍ଠା ର ସହ କାର୍ଯ୍ୟ କରିବାକୁ କହିଥିଲେ । ବର୍ତ୍ତମାନ ଧାନ ଚାଷ ଛଡ଼ା କ୍ଷୁଦ୍ର ଶସ୍ୟ, ଡାଲି, ତୈଳ ବୀଜ, ପାନି ପରିବା କୁ ଗୁରୁତ୍ବ ଦେଇ ମିଶ୍ରିତ ଚାଷ କରିବାକୁ ମତ ପ୍ରକାଶ ପାଇଥିଲା । ୦୧.୦୧.୨୦୨୩ ସୁଦ୍ଧା ଜିଲ୍ଲାରୁ ମୋଟ ୧୦୧୧ ଜଣ ଚାଷୀ ବିଭିନ୍ନ କୃଷି ଯନ୍ତ୍ରପାତି ଵୁକିଂ କରିଛନ୍ତି ଯାହାକି ୬ କୋଟି ୭୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ରହିଛି ଏବଂ ସବସିଡି ମାଧ୍ୟମ ରେ ୩ କୋଟି ୧୫ ଲକ୍ଷ ରୁ ଉର୍ଦ୍ଧ୍ବ ରିହାତି ପାଉଛନ୍ତି । ଆଜିଠୁ ୧୬ ତାରିଖ ପର୍ଯ୍ୟନ୍ତ ଚାଷୀ ମାନେ ବୁକିଙ୍ଗ କରି ରିହାତି ପାଇବା ପାଇଁ ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ସଭାରେ ଗୋଲାମୁଣ୍ଡା ବ୍ଲକ ର ସାନଚେର ଗାଁ ର ପ୍ରତିଷ୍ଠିତ ଚାଷୀ ଶ୍ରୀ କୃଷ୍ଣ ଚନ୍ଦ୍ର ନାଗ ଚାଷ ରେ କିଭଳି ଆର୍ଥିକ ଉନ୍ନତି ଲାଭ କରି ଆଜି ସେ ବର୍ଷ କୁ ୭୫ ଲକ୍ଷ ରୁ ଉର୍ଦ୍ଧ୍ବ ଲାଭ କରୁଛନ୍ତି ତା ଉପରେ ପ୍ରତ୍ୟକ୍ଷ ଅନୁଭୂତି ସମସ୍ତଙ୍କୁ ବାଣ୍ଟିଲେ ।

ସଭାରେ ସଦର ବିଧାୟକ ପ୍ରତିନିଧି ଶ୍ରୀ ମନୋଜ ସାହୁ, ଉଦ୍ୟାନ ଉପ ନିର୍ଦ୍ଦେଶକ ଶ୍ରୀ କିଶୋର ମହାଲିଙ୍ଗ, ଏପିକଲ୍ ସ୍କିମଲିଡ ର ଶରତ ପାତ୍ର ସହ କୃଷି, ମତ୍ସ୍ୟ, ପଶୁପାଳନ ଓ ଉଦ୍ୟାନ ବିଭାଗୀୟ ଅଧିକାରୀ, ଡି.ଆଇ.ପି.ଆର୍.ଓ ମନୋଜ ବେହେରା ଙ୍କ ସମେତ ଜିଲ୍ଲାର ବିଭିନ୍ନ ପ୍ରାନ୍ତ ରୁ ଆସିଥିବା ଚାଷୀ ଭାଇ ଭଉଣୀ, ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଓ ଜିଲ୍ଲା ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

ମସିହା ନିଉଜ ସର୍ଭିସ୍ 

Related posts

Scholar Student Om Prakash Debata felicitated

Sunil Chandra Nayak

ମଣିଷ ବଦଳରେ ମେସିନ କରୁଛି କାମ

Sunil Chandra Nayak

ବରିଷ୍ଠ ସାମ୍ବାଦିକ ତଥା ପରିବେଶବିତ୍ ବୁଲେଇ ବେହେରା ସମ୍ବର୍ଦ୍ଧିତ 

Sunil Chandra Nayak

Leave a Comment

error: Content is protected !!