ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ପରାମର୍ଶ ଶିବିର ନିମନ୍ତେ ପ୍ରସ୍ତୁତି ବୈଠକ

ଡାବୁଗାଁ, ୧୩/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଭା ଗୃହରେ ବ୍ଲକ ସ୍ତରୀୟ ପରାମର୍ଶ ଶିବିର ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବିଡିଓ ଶରତ ମାଝି ଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ସହିତ ଚୁକ୍ତି କରିଥିବା ତାଲିମ ପ୍ରଦାନ କାରୀ ସଂସ୍ଥା ମାନେ ଅଂଶ ଗ୍ରହଣ କରିବେ | ଉକ୍ତ ମେଳାରେ ବ୍ଲକରେ ଥିବା ୫ ମ ଶ୍ରେଣୀ ପାସ ରୁ ସ୍ନାତକ, ଆଇଟିଆଇ ଓ ଡିପ୍ଲୋମା ପାସ ପର୍ଯ୍ୟନ୍ତ ୧୮ ରୁ ୩୫ ବର୍ଷ ମଧ୍ୟରେ ଯୁବତୀ ମାନେ ଅଂଶ ଗ୍ରହଣ କରିପାରିବେ | ଚଳିତ ମାସ ୨୦ ତାରିଖ ଦିନ ବ୍ଲକ ପରିସରରେ ଅନୁଷ୍ଠିତ ପରାମର୍ଶ ଶିବିରରେ ବ୍ଲକ ର ବିଭିନ୍ନ ଗ୍ରାମର ଯୁବତୀ ମାନେ ଯୋଗ ଦେଇ ନିଯୁକ୍ତି ସୁଯୋଗ ପାଇବେ ଓ ବହୁ ସଂଖ୍ୟାରେ ଯୁବତୀ ମାନେ ଯୋଗ ଦେବେ ସେ ନେଇ ଆଲୋଚନା ହୋଇଥିଲା | ଏହି ବୈଠକରେ ସିଡିପିଓ ଗୀତାଞ୍ଜଳି ମହାରଣା, ବ୍ଲକ ଶିକ୍ଷା ଅଧିକାରୀ ଶିବ ଶଙ୍କର ମଣ୍ଡଳ, ଏବିଡିଓ ପଦ୍ମନାଭ ତ୍ରିପାଠୀ, ସମସ୍ତ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ବ୍ଲକ ଅଧୀନ ସମସ୍ତ ଉଚ୍ଚ ମାଧ୍ୟମିକ ଓ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶିକ୍ଷକ ମାନେ ଉପସ୍ଥିତ ଥିଲେ | ଗ୍ରାମ ପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ଏ.ଡି. ପ୍ରସାଦ ବୈଠକ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସାମ୍ବାଦିକ ଜିତେନ୍ଦ୍ର ପୋଡ଼ ଙ୍କ ରବିବାର ଚିକିତ୍ସିତ ଅବସ୍ଥା ରେ ରାୟପୁର ଠାରେ ମୃତ୍ୟୁ

masiha

ପ୍ରଧାନଶିକ୍ଷକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା 

masiha

ନୂଆଁଖାଇ ପାଇଁ ରୁଗିବଲା ପର୍ବ 

Sunil Chandra Nayak

Leave a Comment

error: Content is protected !!