ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାୟଗଡ ସହରରେ ବଢୁଥିବା ଚୋରି, ଲୁଟ ଓ ରାହାଜାନୀକୁ ରୋକିବା ନେଇ ରାୟଗଡ ଜିଲ୍ଲା ବିକାଶ ମଞ୍ଚ ତରଫରୁ ରାୟଗଡ ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ

ରାୟଗଡ ଜିଲ୍ଲାରେ ଦିନକୁ ଦିନ ଚୋରି ଡକାୟତି, ଲୁଟେରା ଓ ରାହାଜାନୀ ବଢ଼ିବାରେ ଲାଗିଛି । ପୋଲିସକୁ ଚ୍ୟାଲେଞ୍ଜ ଦେବା ଭଳି ଚୋର ଓ ଲୁଟେରା ମାନେ ତାଙ୍କର ଅପରାଧିକ କାର୍ଯ୍ୟକଳାପ ଜାରି ରଖିଛନ୍ତି । ସହରରେ ବାସ କରୁଥିବା ଲୋକେ କୌଣସି କାମରେ ବାହାରକୁ ଯାଉଥିବା ବେଳେ ଚୋର ମାନେ ସେହି ଘରକୁ ଟାର୍ଗେଟ କରି ସର୍ବସ୍ୱ ଲୁଟି ନେଉଛନ୍ତି । ଏହା ସହ ପ୍ରାତଃ ଭ୍ରମଣ କରୁଥିବା ମହିଳା ଓ ଏକାକୀ ଥିବା ମହିଳାଙ୍କ ବେକରୁ ସୁନାଚେନ ଟାଣି ଲୁଟେରା ମାନେ ନିମିଷେକ ମଧ୍ୟରେ ଅନ୍ତର୍ଧ୍ୟାନ ହୋଇ ଯାଉଛନ୍ତି । ଏହିସବୁ ଘଟଣାକୁ ଦେଖି ସହରରେ ବାସ କରୁଥିବା ଜନସାଧାରଣ ନିଜକୁ ସୁରକ୍ଷିତ ମନେ କରୁନାହାଁନ୍ତି । ଏହି ଅପରାଧିକ କାର୍ଯ୍ୟକଳାପକୁ ରୋକ ଲଗାଇବା ପାଇଁ ରାୟଗଡ ଜିଲ୍ଲା ବିକାଶ ମଞ୍ଚ ୭ଦଫା ସମ୍ବଳିତ ଏକ ଦାବିପତ୍ର ରାୟଗଡ ଆରକ୍ଷୀ ଅଧିକ୍ଷକଙ୍କୁ ପ୍ରଦାନ କରିଛନ୍ତି । ଉକ୍ତ ଦାବୀ ଗୁଡିକ ମଧ୍ୟରେ ରାୟଗଡ ସହରରେ ୨୪ ଘଣ୍ଟିଆ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା କରିବା, ରାୟଗଡ ସହରରେ ଏବଂ ସହରକୁ ପ୍ରବେଶ ଓ ପ୍ରସ୍ଥାନ ପଥରେ ସିସି କ୍ୟାମେରା ସଂଯୋଗ କରିବା, ରାୟଗଡ ସହରରେ ବାହାରୁ ବହୁ ବୁଲା ବେପାରୀ ଆସୁଛନ୍ତି ସେମାନଙ୍କ ଆଧାର କାର୍ଡ ଓ ଫୋନ ନମ୍ବର ରଖିବା ସହ ଯାଞ୍ଚ କରିବା, ରାୟଗଡ ସହରରେ ଭଡାରେ ରହୁଥିବା ଭଡାଟିଆ ମାନଙ୍କ ଠାରୁ ସମସ୍ତ କାଗଜପତ୍ର ଘର ମାଲିକ ନିକଟ ଥାନାରେ ନେଇ ଦାଖଲ କରିବା ଇତ୍ୟାଦି ଉକ୍ତ ଦାବିପତ୍ରରେ ଉଲ୍ଲେଖ ରହିଛି । ରାୟଗଡ ଜିଲ୍ଲା ବିକାଶ ମଞ୍ଚ ଆଗାମୀ ଦିନରେ ରାୟଗଡ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ସରକାର ଓ ଜିଲ୍ଲା ପ୍ରଶାସନ ନିକଟରେ ସ୍ୱର ଉତ୍ତୋଳନ କରିବ ବୋଲି ସଭାପତି ଦୟାନନ୍ଦ ଖାଡାଙ୍ଗା ପ୍ରକାଶ କରିଛନ୍ତି । ସଭାପତି ଦୟାନନ୍ଦ ଖାଡାଙ୍ଗାଙ୍କ ନେତୃତ୍ୱରେ ସମ୍ପାଦକ ପ୍ରଶାନ୍ତ କୁମାର ପଟ୍ଟନାୟକ, ଉପଦେଷ୍ଟା ନନ୍ଦ କିଶୋର ଚୌଧୁରୀ, ଉପଦେଷ୍ଟା ସାରଥି ପଟ୍ଟନାୟକ, କୋଷାଧ୍ୟକ୍ଷ ସୁରେଶ ସାହୁ, ସଭ୍ୟ ମନୋଜ କୁମାର ସାହୁ ଓ ସରୋଜ କୁମାର ସାହୁ ପ୍ରମୂଖ ଦାବିପତ୍ର ପ୍ରଦାନ କରିଥିଲେ । ଉକ୍ତ ଦାବିପତ୍ର ଟିକୁ (ଡ଼ିଏସପି) ସୁଦାମ ମଲ୍ଲୀକ ଗ୍ରହଣ କରିଥିଲେ ।

ରାୟଗଡ଼ ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ପାରିବାରିକ ବିବାଦକୁ କେନ୍ଦ୍ର କରି ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ, ସ୍ତ୍ରୀ ମୃତ ସ୍ବାମୀ ଗୁରୁତର, ଥାନା ଘେରାଓ କଲେ ବାପଘର ଲୋକେ

masiha

ଫିରିଙ୍ଗିଆ ଥାନା ଜାଳିଦେଲେ ଉତ୍ୟକ୍ତ ଲୋକ: ଏସ୍‌ଡିପିଓ, ତହସିଲଦାରଙ୍କୁ ଗୋଡେଇ ଗୋଡେଇ ପିଟିଲେ

Sunil Chandra Nayak

ପରକିୟା ପ୍ରିତୀର ବିଷମ ପରିଣତି…୩ ବର୍ଷର ଶିଶୁ ପୁତ୍ର କୁ ବିଷ ଦେଇ ହତ୍ୟା କଲା ସାବତ ବାପା

Sunil Chandra Nayak

Leave a Comment

error: Content is protected !!