ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବୋର୍ଡ଼ାର ୨୩ ତମ ବାର୍ଷିକ ଉତ୍ସବ

ବୋର୍ଡ଼ା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ବୋର୍ଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ୨୩ ତମ ବାର୍ଷିକଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଯୁକ୍ତ ନିରୋଜ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ,କଳାହାଣ୍ଡି ଶ୍ରୀଯୁକ୍ତ ବସନ୍ତ କୁମାର ପଣ୍ଡା, ମୁଖ୍ୟ ବକ୍ତା ଭାବେ ଯୁକ୍ତ ଦୁଇ ମହାବିଦ୍ୟାଳୟର ଅଧ୍ୟକ୍ଷ ମାନନୀୟ ଶ୍ରୀଯୁକ୍ତ ସୁମନ କୁମାର ରଥ , ସମ୍ମାନିତ ଅତିଥି ଭାବେ ଭବାନୀପାଟଣା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାହୁ ଓ ବୋର୍ଡ଼ା ସରପଞ୍ଚ ଶ୍ରୀମତୀ ରୀନା ରାଣୀ ଜାଲ ପ୍ରମୁଖ ଭାବରେ ଯୋଗ ଦେଇଥିଲେ । ଶ୍ରୀଯୁକ୍ତ ନିରାକାର ଶବର ମଞ୍ଛାସିନ ଥିଲେ । ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଇନ୍ଦୁଭୁଷଣ ସାହୁ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ଶ୍ରୀମାନ ରୋଶନ ଲାଲ ଛତର କାର୍ଯ୍ୟକ୍ରମ ପରିଚାଳନା ଓ ଅତିଥି ପରିଚୟ ଶ୍ରୀଯୁକ୍ତ ମାନସ ପଧାନ ଦେଇଥିଲେ । ବିଦ୍ୟାଳୟର ଗର୍ବ ଓ ଗୌରବ ଦୃଷ୍ଟିରୁ ବିଦ୍ୟାଳୟର ପୁରାତନ ଛାତ୍ରୀ ସୁଶ୍ରୀ ନନ୍ଦିତା ଜୈନ M. B. B.S) ସୁଶ୍ରୀ ନେହା ଜୈନ (software engineer), ଶ୍ରୀମାନ ବିଶାଳ ରଞ୍ଜନ ପଧାନ (software engineer)ଓ ଶ୍ରୀମାନ କାମରାଜ ତନ୍ତୀ (O. A. S)ଙ୍କୁ ସମ୍ମାନିତ କରାଯାଇଥିଲା। ବିଦ୍ୟାଳୟ ରେ ବିଭିନ୍ନ କୃତି ଛାତ୍ର /ଛାତ୍ରୀଙ୍କୁ ପୁରସ୍କାର ଦିଆଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଶିଶୁ ବାଟିକା ନୃତ୍ୟ, ଭଜନ ଓଡିଶୀ,ପିରାମିଡ଼ ଓ ଲୋକନୃତ୍ୟ ଘୁମୁରା ପ୍ରଦର୍ଶନ କରାଯାଇଥିଲା । ଏଥିରେ ବିଦ୍ୟାଳୟ ର ଗୁରୁଜୀ /ଗୁରୁମା ଶ୍ରୀ ମୋହନ ସାହୁ, ଗୀତାଞ୍ଜଳି ଥନାପତି, ସୋବନ୍ତି ଠାକୁର, ଅନିତା ଲେଙ୍କା, ସମିତା ପ୍ରଧାନ, ଅମିତ ପଧାନ, ଅବନୀ ସାହୁ, ହେମନ୍ତ ବଗର୍ତ୍ତୀ, ନିବୃତ ପଧାନ, ଖୁସିରାମ ସାହୁ, ଅନିତା ଭୋଇ, ସୁଜାତା ଭୋଇ ସହଯୋଗ କରିଥିଲେ। ଶେଷରେ ଶ୍ରୀଯୁକ୍ତ ଧନଞ୍ଜୟ ଗହୀର ଧନ୍ୟବାଦ ଅର୍ପଣ କରିଥିଲେ ।

ଖୁସି ରାମ ସାହୁ ଙ୍କ ରିପୋର୍ଟ୍ 

Related posts

ପଞ୍ଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟ ନର୍ଲାର ବାର୍ଷିକୋତ୍ସବ ମହାସମାରୋହରେ ପାଳିତ

Sunil Chandra Nayak

ମୁହାଁମୁହିଁ ଧକ୍କାରେ ଜଳିଗଲା ୨ ଟ୍ରକ୍‌: ଡ୍ରାଇଭର୍‌ ଜୀବନ୍ତ ଦଗ୍ଧ

masiha

ସର୍ପାଘାତରେ ମହିଳା ମୃତ 

masiha

Leave a Comment

error: Content is protected !!