ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁଲୱାମା ଆତଙ୍କବାଦୀ ଙ୍କ ଆକ୍ରମଣରେ ସହିଦ୍ ହୋଇଥିବା ବୀର ଯବାନଙ୍କୁ ମନେ ପକାଇବା ସହ “ବ୍ଲାକ ଡେ” ପାଳନ କଲେ ବାଣପୁର ର  ଦେଶ ପ୍ରେମୀ ଯୁବକ

ବାଣପୁର:- ଆଜି ପ୍ରେମୀ ଯୁଗଳ ମାନଙ୍କ ପାଇଁ ଦିନ ଟିଏ ହୋଇଥିବା ବେଳେ କିନ୍ତୁ ଆଜିର ଦିନରେ ଓଡ଼ିଶାରେ ଆଉ ଏକ ଦୁଃଖତ ଘଟଣା ଘଟିଥିଲା। ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର କିଛି ଦେଶ ପ୍ରେମୀ ଯୁବକ ମାନେ ବ୍ଲାକ ଡେ ପାଳନ କରୁଥିବାର ଦେଖିବାକୁ ମିଳିଥିଲା। ୨୦୧୯ ଫେବୃଆରୀ ୧୪ ତାରିଖରେ ଘଟିଥିବା ଦୁଃଖଦ ଘଟଣା, କାଶ୍ମୀର ର ପୁଲୱାମା ଠାରେ ଆତଙ୍କବାଦୀ ଙ୍କ ଆକ୍ରମଣରେ ସହିଦ୍ ହୋଇଥିବା ଆମ ଦେଶର ୪୦ ବୀର ଯବାନଙ୍କୁ ଆଜିର ଦିନରେ ମନେ ପକାଇବା ପାଇଁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣେଇବା ସହ ଦେଶପ୍ରେମୀ ଯୁବକ ମାନେ ବାଣପୁର ମାଆ ଭଗବତୀ ମନ୍ଦିର ଠାରୁ ଏକ ପଦଯାତ୍ରା କରି ସହିଦ ଯବାନ ଅମର ରହେ ନାରା ଦେଇ ବାଣପୁର ନଗର ପରିକ୍ରମା କରିବା ସହ ପଲଟଣ ପଡ଼ିଆ ସ୍ଥିତ ସହିଦ୍ କୃତିବାସ ପାଟ୍ଟଶାଣୀ ଙ୍କ ପତିମୂର୍ତ୍ତି ନିକଟରେ ପହଁଚି ପତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ପଦଯାତ୍ରା ସମାପ୍ତ କରିଥିଲେ।

ବାଣପୁର ରୁ ରାକେଶ ସାହୁ ଙ୍କ ରିପୋର୍ଟ୍ 

Related posts

ସାମ୍ଵାଦିକଙ୍କ ମାତୃ ବିୟୋଗ 

Sunil Chandra Nayak

Waltair Division Launches Swachhata Hi Seva 2025 Campaign

Sunil Chandra Nayak

ସତପ୍ରତିଶତ ଶ୍ରବଣଶକ୍ତିହୀନ ପ୍ରମାଣପତ୍ର ସତ୍ତ୍ୱେ ୩୫୦୦/- ଟଙ୍କା ବର୍ଦ୍ଧିତ ଭତାରୁ ବଞ୍ଚିତ 

Sunil Chandra Nayak

Leave a Comment

error: Content is protected !!