ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମନ୍ଦିର ରୁ ଚୋରି ଘଟଣା ,ଚୋରି ୬ ରୂପା ମୁକୁଟ ଉଦ୍ଧାର ଅଭିଯୁକ୍ତ ଗିରଫ

ନୂଆପଡା // ନୂଆପଡା ଜିଲ୍ଲା ଖଡିଆଳ ସହର ରେ ଥିବା ରାମ ସ୍ବାମୀ ମନ୍ଦିର ଓ ଅନ୍ନପୂର୍ଣ୍ଣା ମନ୍ଦିର ରୁ ରୂପା ମୁକୁଟ ଚୋରି ଘଟଣା କୁ ନେଇ ବୁଧୁବାର ଖଡିଆଳ ପୋଲିସ ସହର ର ଲାଲ ସାହେବ ପଡ଼ା ର କୂରେ ଭୋଇ ନାମକ ଯୁବକ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ତା ଠାରୁ ଚୋରି ହୋଇଥିବ ୬ ଗୋଟି ରୂପା ମୁକୁଟ କୁ ଉଦ୍ଧାର କରିଛି। ଗତ ୪ ତାରିଖ ଦିନ ଅପରାହ୍ନ ରେ ଏହି ଦୁଇ ମନ୍ଦିର ରେ ପୁଜା ପାଉଥିବା ୬ ଗୋଟି ମୂର୍ତ୍ତି ରୁ ୭ ଟି ରୂପା ମୁକୁଟ ଶହ ଏକ ରୂପା ର ବଂଶୀ ଓ ସୁନା ନଥ ଚୋରି ହୋଇଥିଲା। ଏହି ଚୋରି ସାମଗ୍ରୀ ରୁ ବଂଶୀ ଓ ନଥ କୁ ପୋଲିସ ଉଦ୍ଧାର କରିପାରିନି। ଅଭିଯୁକ୍ତ ଜଣକ ପୁର୍ବରୁ ବହୁ ଚୋରି କେସ ରେ ସଂପୃକ୍ତ ଥିବା ଜଣା ପଡ଼ିଛି । ଆଜିର ସାମ୍ବାଦିକ ସମ୍ମିଳନୀରେ ଖଡିଆଳ ଏସ୍ଡିପିଓ ଅଭିଷେକ ସ୍ୱରୂପ ବେହେରା, ଖଡ଼ିଆଲ ଥାନା ଅଧିକାରୀ ଅନିରୁଦ୍ଧ ପ୍ରକାଶ କରିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ 

Related posts

କାମାକ୍ଷାନଗର ବାସୀ ହୋଇଯାଏ ସାବଧାନ, ମାତିଛନ୍ତି ବାଇକ୍ ଚୋର 

masiha

ବିବାହିତ ମହିଳାଙ୍କ ଆତ୍ମହତ୍ୟା

Sunil Chandra Nayak

ଗାଡିମୋଟର ଯାଞ୍ଚ, ଜଣେ ଗିରଫ

Sunil Chandra Nayak

Leave a Comment

error: Content is protected !!