ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଗ୍ନିଗଙ୍ଗାମା ଠାକୁରାଣୀ ଯାତ୍ରାର ଦ୍ୱିତୀୟ ବୈଠକ ସମାପନ

ବନ୍ଧୁଗାଁ,୧୫ /୨(ମ ନି ସ) :ବନ୍ଧୁଗାଁ ବ୍ଲକ ନିଲାବାଡି ଗ୍ରାମରେ ପ୍ରତି ବର୍ଷ ପରି ଚଳିତ ବର୍ଷ ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମାଆ ଅଗ୍ନୀଗଙ୍ଗମା ଯାତ୍ରା ପାଇଁ ଦିତୀୟ ଶେଷ ପ୍ରସ୍ତୁତି ବୈଠକ ସ୍ଥାନୀୟ ତହସିଲଦାର ତଥା ପୂଜା କମିଟି ଚେୟାର ମେନ୍ ସଦା ଶିବ ଭତ୍ରାଙ୍କ ଅଧ୍ୟକ୍ଷତାରେ‌ ଏହି ବୈଠକ ଅଗ୍ନି ଗଗଂମା ମଣ୍ଡପ ପ୍ରାଗଣ ଠାରେ ଅନୁଷ୍ଠିତ ହୋଇଛି I ଏଥିରେ ଅଗ୍ନିସମ ବିଭାଗରୁ ନିରଞ୍ଜନ ସାହୁ,ପୁଲିସ ବିଭାଗରୁ ଭାସ୍କର ମଉରା, ବିଦ୍ୟୁତ ବିଭାଗର ଗୋପବନ୍ଧୁ ନାୟକ,ନିଲାବାଡିର ପୂର୍ବତନ ସରପଞ୍ଚ ଜିଆନା ଓଟାକା, ସ୍ଥାନୀୟ ବିଡ଼ିଓ ଆକାଶ ପଟ୍ଟନାୟକ,ପାନିୟଜଳ ବିଭାଗରୁ ବିଶ୍ଵନାଥ ବେହେରା ଉପସ୍ଥିତ ଥିଲେ । କୋରନା ଯୋଗୁଁ ଗତ ଦୁଇ ବର୍ଷ ଯାତ୍ରା ହୋଇ ନଥିବାରୁ ଚଳିତ ବର୍ଷ ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ସମାଗମ ହେବାର ଅନୁମାନ କରିବା ସହ ସ୍ଥାନୀୟ ଗ୍ରାମବାସୀ ସହଯୋଗ କରିବା ସହ ଆଇନ ଶୃଙ୍ଖଳା ସ୍ଥିତିକୁ ବଜାୟ ରଖିବାକୁ (ଏଏସଆଇ)ଶ୍ରୀ ଭାସ୍କର ମଉରା ଅନୁରୋଧ କହିଛନ୍ତି । ଆଗାମୀ ମାସରେ ବହୁତ ଗରମ ହେବାକୁ ଥିବାରୁ ସମସ୍ତ ନଳକୂପ ଏବଂ ଜଳ ଯୋଗାଣ ପ୍ରକଳ୍ପକୁ ମରାମତି କରିବା ସହ ଆଉ ପାଞ୍ଚଟି ଜଳ ଯୋଗାଣ ଟେଙ୍କର ଯୋଗାଇବାକୁ ଅନୁରୋଧ କରାଯାଉଛି । ବିଦ୍ୟୁତ ବିଭାଗର ଅଧିକାରୀଙ୍କୁ କିପରି ନିରବିଛିନ୍ମ ଭାବେ ଏହି ୯ ଦିନ ବିଦ୍ୟୁତ ଯୋଗାଇବାକୁ ଅନୁରୋଧ କରିଥିଲେ । ଡାକ୍ତର ଶ୍ରୀ ନିହାର ରଞ୍ଜନ ସଡଙ୍ଗି ନିଲାବିଡି ରେ ଥିବା ସ୍ଵାସ୍ଥ୍ୟ କେନ୍ଦ୍ର ସହ ଏକ ଅସ୍ଥାୟୀ ସ୍ଵାସ୍ଥ୍ୟସେବା ଶିବିର କରି ସେବା ଯୋଗାଇଦେବାକୁ କହିଛନ୍ତି । ସ୍ଥାନୀୟ ପୂଜା କମିଟିର ଉପସଭାପତି ଜେନା ସାହୁକାର ସମସ୍ତ ପୂଜା କମିଟି ର ସମସ୍ତ ସଦସ୍ୟ ଏବଂ ପୂର୍ବତନ ସଭାପତି କିଶୋର ପଟ୍ଟନାୟକ ସହ ବହୁ ସଂଖ୍ୟକ ଗ୍ରାମବାସୀଙ୍କ ଉପସ୍ଥିତିରେ ମାର୍ଚ୍ଚ ମାସ ୬ ତାରିଖରୁ ଆରମ୍ଭ ହୋଇ ୧୫ ତାରିଖରେ ସମାପନ ହେବାକୁ ଥିବା ଯାତ୍ରାରେ ସମସ୍ତ ଅଞ୍ଚଳ ବାସୀଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା ।

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

କାଳୀକୃଷ୍ଣ ସଂଘର ମହାବିଷ୍ଣୁଯଜ୍ଞ ଉଦଯାପିତ ଯଜ୍ଞ ଦ୍ୱାରା ସୃଷ୍ଟି,,ବୃଷ୍ଟି ଓ ଆଧ୍ୟାତ୍ମିକ ଶାନ୍ତି ପ୍ରାପ୍ତି ହୋଇଥାଏ

Sunil Chandra Nayak

ରାୟଗଡ଼ରେ ‘ଘରେ ଘରେ ତିରଙ୍ଗା–୨୦୨୬’ ଅଭିଯାନ : ବିଶାଳ ଶୋଭାଯାତ୍ରା ଓ ବାଇକ୍ ରାଲିରେ ଦେଶଭକ୍ତିର ଉତ୍ସାହ

Sunil Chandra Nayak

ଜିଲ୍ଲା ସ୍ତରୀୟ ମେଧାବୀ ସମ୍ବର୍ଦ୍ଧନା ସମାରୋହ ୨୦୨୬ 

Leave a Comment

error: Content is protected !!