ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଜଳବନ୍ଦୀ ଗୁରୁମାଇଗୁଡା ଗସ୍ତ ,ପ୍ରାଥମିକ ବିଦ୍ୟାଳୟ ର ସ୍ଥିତି ପରଖିଲେ

ତେନ୍ତୁଳିଖୁଣ୍ଟି ୧୫/୦୨/୨୩ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ଗ୍ରାମ ପଞ୍ଚାୟତ ର ଜଳବନ୍ଦୀ ଅଞ୍ଚଳ ଗୁରୁମାଇ ଗୁଡା କୁ ଆଜି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଗସ୍ତ କରିଛନ୍ତି। ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ ରେ ଅଚାନକ ଜିଲ୍ଲା ଶିକ୍ଷା ଅଧିକାରୀ ନାଗ ଓ ତେନ୍ତୁଳିଖୁଣ୍ଟି ଏ ବି ଇ ଓ ମୋହନ ମଧୁ ସୁଦନ ବାଘ ଙ୍କୁ ଦେଖି ଶିକ୍ଷକ ଓ ଛାତ୍ରଛାତ୍ରୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ସଂଖ୍ୟା ୪୧ରହିଥିବା ବେଳେ ଦୁଇ ଜଣ ଶିକ୍ଷକ ଅଛନ୍ତି,କିନ୍ତୁ ବିଦ୍ୟାଳୟ ର ପାଚେରୀ ନଥିବାରୁ ଅସୁବିଧା ହେଉଥିବା ହୃଦବୋଧ କରିଥିଲେ। ବନ୍ୟ ପଶୁ ଠୁଁ ଆରମ୍ଭ କରି ଅନ୍ୟାନ୍ୟ ଅସୁବିଧା ହେଉଥିବା ଜାଣିବାକୁ ପାଇ ଥିଲେ। ବିଦ୍ୟୁତ ସେବା ଅନ୍ୟ ତମ ସମସ୍ୟା । ପାନୀୟ ଜଳ ସମସ୍ୟା ଥିବା ମଧ୍ୟ ପରଖିଥିଲେ। ବିଦ୍ୟାଳୟ ପର୍ଯ୍ୟନ୍ତ ପାଦ ଚଲା ରାସ୍ତା ନଥିବା ଉଡ଼ବେଗର ବିଷୟ ବୋଲି ବ୍ୟକ୍ତ କରିଥିଲେ। ଜୀବନ କୁ ବାଜି ଲଗାଇ ଶିକ୍ଷକ ବିଦ୍ୟାଳୟ କୁ ଆସି ପିଲାଙ୍କୁ ପଢ଼ାଇବାକୁ ଆସିବା କେତେ କଷ୍ଟ ଦାୟକ ଓ କେହି କିପରି ଏହି ସବୁ ମୌଳିକ ସମସ୍ୟା ସମାଧାନ ରେ ଉଦ୍ୟମ କରି ନାହାନ୍ତି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। କେବଳ ବିଦ୍ୟାଳୟ ନୁଁହ ଏସବୁ ଗ୍ରାମ ର ସମସ୍ୟା ବୋଲି ଜାଣିବାକୁ ପାଇଥିଲେ। ସେ ଜିଲ୍ଲାପାଳ ଙ୍କ ସହ ଏସମ୍ପର୍କରେ କଥା ବାର୍ତା କରି ସମାଧାନ କରିବା ଚେଷ୍ଟା କରିବେ ବୋଲି କହିଥିଲେ। ଶିକ୍ଷକ ଜଗନ୍ନାଥ ଗୌଡ଼ ଓ ଅଜିତ ହରିଜନ ଉପସ୍ଥିତ ଥିଲେ । ଆଜି ଗ୍ରାମ ରେ ପର୍ବ ଥିବାରୁ ଉପସ୍ଥାନ ହାର କମ ଥିବା କହିଥିଲେ ଗ୍ରାମବାସୀ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଭବାନୀପାଟଣା ଜିଲ୍ଲା ପରିଷଦ ସଭାଗୃହରେ ପ୍ରତିଭା ସମ୍ମାନ ସମାରୋହ ୨୦୨୬ ଅନୁଷ୍ଠିତ

ଫାଇଲେରିଆ ନିରାକରଣ ଅଭିଯାନ ଅନୁଷ୍ଠିତ

masiha

ମା ପାଇଁ ଗଛ ଟିଏ’ କାର୍ଯ୍ୟକ୍ରମ , କଳାହାଣ୍ଡି ଜିଲ୍ଲା ଗ୍ରୀନ ଆର୍ମି କମାଣ୍ଡାଣ୍ଟ ଭାବରେ ମୋହନ ଚରଣ ବିଶି ସମ୍ବର୍ଦ୍ଧିତ

Leave a Comment

error: Content is protected !!