ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମୁଖ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେପିର ଗଣବିକ୍ଷୋଭ

ରାଉରକେଲା/ ବିଜେପି ପାନପୋଷ ସାଂଗଠନିକ ଜିଲ୍ଲା ତରଫରୁ ରାଉରକେଲା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବିରେ ଗଣବିକ୍ଷୋଭ ଜିଲ୍ଲା ସଭାନେତ୍ରି ଲତିକା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଆଜି ସମଗ୍ର ରାଜ୍ୟରେ ବିଜେପି ତରଫରୁ ମୁଖ୍ୟ ମନ୍ତ୍ରୀଙ୍କ ଅପାରଗତା ପାଇଁ ରାଜ୍ୟରେ ଅରାଜକତା ଯୋଗୁଁ ବରିଷ୍ଠ ମନ୍ତ୍ରୀଙ୍କ ହତ୍ୟା ଓ ବିଜେଡି ଶାସନରେ ରାଜ୍ୟବାସୀ ଅସୁରକ୍ଷିତ ବିରୁଦ୍ଧରେ ପ୍ରତିବାଦ କରି ଏହି ଗଣ ଭିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଜେପିର ବରିଷ୍ଠ ନେତୃବୃନ୍ଦ ତାଙ୍କ ବକ୍ତବ୍ୟରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଥିଲେ । ଓଡ଼ିଶାବାସୀ ଆଜି ଆତଙ୍କିତ। ଜଣେ ପୋଲିସ ଅଧିକାରୀ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ସ୍ପଷ୍ଟ ଦିବାଲୋକ ରେ ଗୁଳି କରି ହତ୍ୟା କରିବା ଘଟଣାକୁ ଦୀର୍ଘ ୨୩ ବର୍ଷ ଧରି ଗୃହ ବିଭାଗ ଦାୟିତ୍ଵରେ ଥିବା ଖୋଦ ମୁଖ୍ୟମନ୍ତ୍ରୀ ତଦନ୍ତ ନେଇ ପାଟି ନଖୋଲିବା ସନ୍ଦେହ ଜନକ ବୋଲି ବିଜେପି କହିଛି। ଏହା ଏକ ପ୍ରାୟୋଜିତ ହତ୍ୟା, ସରକାରୀ ଦଳ, ପୋଲିସ ବିଭାଗର ଷଡ଼ଯନ୍ତ୍ରରେ ନବ ଦାସଙ୍କୁ ହତ୍ୟା କରି ଯାଇଛି। ଏଣୁ ଏହାର ସି ବି ଆଇ ତଦନ୍ତ କରିବାକୁ ଦାବି କରାଯାଇଛି । ବିଗତ ଦିନରେ ମମିତା ମେହେର ହତ୍ୟାକାଣ୍ଡ, କୁନ୍ଦୁଲି ଗଣ ଦୁଷ୍କର୍ମ , ସ୍ମିତା ରାଣୀ ହତ୍ୟାକାଣ୍ଡରେ ରାଜ୍ୟର ତଦନ୍ତ ଫଳ ଶୂନ ହୋଇଛି । ରାଜ୍ୟରେ ସାଇବର କ୍ରାଇମ୍, ଶିଶୁ ଅପହରଣ, ଲୁଟ, ଧର୍ଷଣ ଓ ହତ୍ୟା ଦିନକୁ ଦିନ ବଢି ଚାଲିଛି। ଅପରାଧୀ ଏବଂ ସାକ୍ଷୀମାନଙ୍କୁ ଦୁର୍ଘଟଣା, ଆତ୍ମହତ୍ୟା ଜରିଆରେ ହତ୍ୟା କରାଯାଉଛି। ଏପରିକି ପୋଲିସ ଓ ଜେଲ ଭିତରେ ହତ୍ୟା କରାଯାଇ ମୂଳ ତଥ୍ୟକୁ ଲୁଚା ଯାଉଛି। ଶିଶୁ ହତ୍ୟା, ନାରୀ ଶୋଷଣ, ଚୋରି , ଡକାୟତି ଦୃନୀତି ଆଦିରେ ଓଡ଼ିଶା ନମ୍ବର ଏକ ବୋଲି ନେତୃବୃନ୍ଦ ପ୍ରକାଶ କରିଥିଲେ। ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାକୁ ନିଜର କହି ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ବୋଲି ନେତୃବୃନ୍ଦ ତାଙ୍କ ଭାଷଣରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଥିଲେ । ଜିଲ୍ଲା ସଭା ନେତ୍ରୀ ଲତିକା ପଟ୍ଟନାୟକ, ରାଜ୍ୟ ମୁଖପାତ୍ର ଧିରେନ୍ ସେନାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରାୟ, ଜଗବନ୍ଧୁ ବେହେରା ଓ ପ୍ରମିଳା ଦାସ , ବରିଷ୍ଠ ଆଇନଜୀବୀ ସନ୍ତୋଷ ବଂଶଲ୍ , ଜିଲ୍ଲା ଉପସଭା ନେତ୍ରୀ ପ୍ରମିଳା ସୋନା ଓ ଦିଲ୍ଲୀପ ଦାଶ, ବରିଷ୍ଠ ନେତା ଭବାନୀ କବି ,ଓବିସି ସଭାପତି ରୋହିତ ତନ୍ତୀ,ପଶ୍ଚିମ ମଣ୍ଡଳ ସାଧାରଣ ସମ୍ପାଦକ ବ୍ୟାସଦେବ ନାଥ, କୋଇଲନଗର ମଣ୍ଡଳ ସଭାପତି ସକ୍ତେଶ୍ୱର୍ ପାତ୍ର ଆଦି ନେତୃମଣ୍ଡଳୀ ବକ୍ତବ୍ଯ ରଖିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅମରେନ୍ଦ୍ର ଶର୍ମା, ଶଶାଙ୍କ ଜେନା, ମଳୟ ମହାପାତ୍ର, ପ୍ରବାଳ ବାରିକ, ଆଶା ନାଇଡୁ, ସୁଶିଲ ସେଠୀ, ସୂର୍ଯ୍ୟ ମହାନ୍ତି ,ରୋସନ ସାହୁ, ଶେଖ୍ ମୂଜାହିଡ, ତପନ ସ୍ୱାଇଁ, ଭଗବାନ ରାଉତ, ବିନ୍ଦର ସିଂ, ହୀରୋଜ ରାୟ, ଅବୋଧ ରାୟ, ପ୍ରଶାନ୍ତ ପଣ୍ଡା, ଜୟନ୍ତ ଦାସ, ପ୍ରସନ୍ନ ଦାସ,ଗଙ୍ଗାଧର ଦାଶ, କେଦାର ମହାନ୍ତିଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ। ଜିଲ୍ଲା ଉପସଭାପତି ସୁବ୍ରତ ପଟ୍ଟନାୟକ ସଭା ପରିଚାଳନା କରିଥିବାବେଳେ ମଣ୍ଡଳ ସଭାପତି ହିରୋଜ ରାୟ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବିଜେଡିରେ ଯୋଗଦେଲେ କୋକସରା ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ, ଜନ ପ୍ରତିନିଧି ଓ ଶତାଧିକ ସମର୍ଥକ

masiha

ନବରଙ୍ଗପୁର ବିଧାନସଭା ମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ଙ୍କ ପ୍ରଚାର ଆରମ୍ଭ :ବିଜେଡି ର ଶତାଧିକ କର୍ମୀ କଂଗ୍ରେସ ରେ ଯୋଗ ଦେଲେ

masiha

ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଓ ଅଦଳବଦଳକୁ ନେଇ ପ୍ରକାଶିତ ବିଭ୍ରାନ୍ତକାରୀ ସମ୍ବାଦ ‘ସଂପୂର୍ଣ୍ଣ ଅମୁଳକ ଏବଂ ଆଧାରହୀନ’ : ଶ୍ରୀ ମନମୋହନ ସାମଲ

Leave a Comment

error: Content is protected !!