ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଚନ୍ଦାହାଣ୍ଡି:- (୧୫/୦୩ ମ ନି ସ ) ନବରଙ୍ଗପୁର ଜିଲ୍ଲା ଚନ୍ଦା ହାଣ୍ଡି ବ୍ଲକ ଅନ୍ତର୍ଗତ ଫଟକି ପଞ୍ଚାୟତ ବତାଝର ଠାରେ ଜଙ୍ଗଲ ସୁରକ୍ଷା ଜନ ଜାଗରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୋହୋରା ସେକ୍ସନ ର ଜଙ୍ଗଲ ସୁରକ୍ଷା ଦାୟିତ୍ବ ରେ ଥିବା ବହୁତ ଜନସାଧାରଣ ଯୋଗ ଦେଇଥିଲେ । ବନପାଳ ପ୍ରଦୀପ କୁମାର ଦାଶ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଅଜୟ ଦେଓ ଏବଂ ଦେବିସିଂ ଖର୍ସେଲ ମଞ୍ଚ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସମିତି ସଭ୍ୟ ସନ୍ତୋଷ କୁମାର ପଟ୍ଟନୟକ ଯୋଗ ଦେଇ ଜଙ୍ଗଲ ସୁରକ୍ଷା ସମ୍ପର୍କ ରେ ମତାମତ ରଖିଥିଲେ । ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା ଆଜିର ଏହି ବୈଠକ ର ମୁଖ୍ୟ ଉଦ୍ଧେଶ ଥିଲା ।ଜଙ୍ଗଲ ବଞ୍ଚିଲେ ଏ ଜୀବଜଗତ ବଞ୍ଚିବ , ଜଙ୍ଗଲ ର ସୁରକ୍ଷା ଆମର ଦାୟିତ୍ବ । ଆଗେ ଜଙ୍ଗଲ ପଛେ ମଙ୍ଗଳ,ଜଙ୍ଗଲ ନ ଥିଲେ ମଙ୍ଗଳ ନାହିଁ ।ଆମେ ବଂଚିବାକୁ ହେଲେ 95% ଜଙ୍ଗଲ ଉପରେ ନିର୍ଭର କରିଥାଉ।ଆମେ ଯଦି ଭଲଭାବରେ ହୃଦୟଙ୍ଗମ କରିବା ତାହେଲେ ଜଙ୍ଗଲ ଭଗବାନ ଙ୍କ ସାକ୍ଷାତ ରୂପ କହିଲେ ଅତ୍ୟୁକ୍ତି ହେବ ନାହିଁ । କିନ୍ତୁ ସ୍ୱାର୍ଥପର ମଣିଷ ତାର କିଛିଟା କାମ ପାଇଁ ଜଙ୍ଗଲ କୁ ପୋଡ଼ି ନଷ୍ଟ କରିଦେଇଥାଏ । ଜନକର ସ୍ବାର୍ଥ ପୁରଣ ହେଇ ଯାଏ ସତ କିନ୍ତୁ ବହୁଧନ ଜୀବନ କୀଟ ପତଙ୍ଗ ପଶୁପକ୍ଷୀ ନଷ୍ଟ ହୋଇଯାନ୍ତି ।ସେତିକି ନୁହେଁ ଆମେ ଯେଉ ନିଃଶ୍ୱାସ ଅମ୍ଳଜାନ ପବନ ପାଣି ଏବଂ ରୋଗସୋକ ରୁ ମୁକ୍ତି ପାଇବା ପାଇଁ ଏହି ଜଙ୍ଗଲ ଆମକୁ ଔଷଧ ଦିଏ । ଏହି ପରିପେଖିରେ ଉପସ୍ଥିତ ସମସ୍ତ ଙ୍କୁ ଜଣ ଜଣ କରି ଜଙ୍ଗଲ ସୁରକ୍ଷା ଉପରେ ମତାମତ ଲୋଡିଥିଲେ ଏବଂ ଜଙ୍ଗଲ କୁ ଯିଏ ନିଆ ଲଗାଇ ନଷ୍ଟ କରିବ ତାକୁ ବନବିଭାଗ ଙ୍କ ନିୟମାନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କଥା କହିଥିଲେ । ଏହି କାର୍ଯ୍ୟକ୍ରମ ରେ ଜଙ୍ଗଲ ବିଭାଗୀୟ କର୍ମଚାରୀ,ପରେଶ୍ ବିଶୋଇ,ଏମ୍ ଡି ଫାରୁକ୍ ସମେତ ଶ୍ୟାସୁନ୍ଦର ଗୌଡ,ମନ୍ଧର ଭାଟି, ଅନ୍ତରାମ ଝାଙ୍କର୍,,ଜଗନ୍ନାଥ ସନ୍ତା,ଦେଞ୍ଚନ ମଝି,ଲକ୍ଷ୍ମଣ ଚଣ୍ଡୀ,,ସନୁମଝି,ବଲ୍ମତ ମାଝି,,ତିରନ୍ ମାଝି,ଦାସ ଗୌଡ,,କମଲ ମଝି,,ଖାମେଶର ଦିନାରି,,ଗୋବିନ୍ଦ ଦିନରି,କୈଳାଶ ଭାଟି,କୃଷ୍ଣ କନେର,ଆକାଳ ମାଝି,ପ୍ରମୁଖ ଯୋଗ ଦେଇଥିଲେ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ନବରଙ୍ଗପୁରଠାରେ ଜିଳ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ନର୍ଲା ପଞ୍ଚାୟତ ସମିତି ସମେତ ବ୍ଲକ୍ ଅଧିନ ବିଭିନ୍ନ  ଅନୁଷ୍ଠାନ ତରଫରୁ ୭୪ତମ ଗଣତନ୍ତ୍ର ଦିବସ ପାଳିତ 

Sunil Chandra Nayak

ନବରଙ୍ଗପୁରଠାରେ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ 

masiha

Leave a Comment

error: Content is protected !!