ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋପାଳପୁର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ – ୨୦୨୩ ପାଳିତ

ଥୁଆମୁଳ ରାମପୁର:୧୬/୦୨ – (ମ.ନି.ସ):- କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ ଗୋପାଳପୁର ସରକାରୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ୨୦୨୩ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭାରତ ନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ବାର୍ଷିକ ଉତ୍ସବରେ ଲାଞ୍ଜିଗଡ ବିଧାୟକ ଶ୍ରୀ ପ୍ରଦୀପ କୁମାର ଦିଶାରୀ ଏବଂ ମୁଖ୍ୟ ବକ୍ତା ଭାବେ ଥୁଆମୁଳ ରାମପୁର କଲେଜ୍ ଅଧ୍ଯକ୍ଷ ଶ୍ରୀ ସତ୍ଯନାରାୟଣ ମୁଣ୍ଡଛିନା, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ କମଳାକାନ୍ତ, ପିଏଆଇଟିଡିଏ ଶ୍ରୀ ଟୁନୁ ମେହେର, ବ୍ଳକ ଶିକ୍ଷାଧିକାରୀ ଶ୍ରୀ ଲୋକନାଥ ବେହେରା, ବ୍ଳକ ଅଧ୍ଯକ୍ଷ ଶ୍ରୀ ଦୟାନିଧି ମାଝୀ ବିଡିଓ ଶ୍ରୀ ଶୁଭକାନ୍ତ ନାଏକ, ଏଇ ଶ୍ରୀ ବାଞ୍ଚାବଟ ପାଣ୍ତେ, ଡବ୍ଳୁଇଓ ଶ୍ରୀ ଗଙ୍ଗାଧର ବେହେରା, ଜିଲ୍ଲା ପରିଷଦ ସଭ୍ଯା ଶ୍ରୀମତୀ ଟୁନି ଖୋସ୍ଲା, ପୂର୍ବତନ ଡବ୍ଳୁଡିସି ମେମ୍ବର ଶ୍ରୀ ମାଣିକ୍ଯ ଚନ୍ଦ୍ର ନାଏକ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଶ୍ରୀ ଟଙ୍କଧର ଜାନୀ ପ୍ରମୁଖ ମଞ୍ଚାସୀନ ଥିଲେ। ଶିକ୍ଷକ ଶ୍ରୀ ଜଗଦୀଶ ଶବର ମଞ୍ଚ ପରିଚାଳନା ଓ ଅତିଥି ମାନଙ୍କୁ ସ୍ବାଗତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଭାରତ ନାଏକ ଓ ପ୍ରିନ୍ସପାଲ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରି ବିଦ୍ୟାଳୟର ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ମୁଖ୍ୟ ଅତିଥି ବିଧାୟକ ଶ୍ରୀ ଦିଶାରୀ ମୁଖ୍ୟମନ୍ତ୍ରୀ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଗୁରୁତ୍ୱ ଦେଉଛନ୍ତି। ବିଦ୍ଯାର୍ଥିଙ୍କ ଲୁକ୍କାୟିତ ପ୍ରତିଭା ଚୟନ ଦିଗରେ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅବିଭାବକ ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରି ଉତ୍ସାହିତ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ନେଇ ସାସ୍କୃତିକ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କ ମଧ୍ୟରେ ଚୌଧୁରୀ ମାର୍ଥାଦେବ, ଚାଞ୍ଚଲ୍ଯ ବାଗ, କାଶୀନାଥ ଭୋଇ, ପୂର୍ଣ୍ଣଚନ୍ଦ୍ର ବେହେରା, ମିତ୍ରଭାନୁ ନାଏକ, ମୌସୁମୀ ଦାସ, ମଞ୍ଜୁଲତା ନାୟକ, ସଞ୍ଜୀବ ଖୁରା, ହିମାଂଶୁ ଶେଖର ନାୟକ, ଡମ୍ବରୁଧର ସୁନାନୀ, ରାଜକିଶୋର ଜେନା, ଲିଙ୍ଗରାଜ ଖମାର, ତପସ୍ବିନୀ ସୁନାନୀ, ମହେନ୍ଦ୍ର ବିଶ୍ବାଳ ସହଯୋଗ କରିଥିଲେ। ଅନ୍ଯାନ୍ଯ ବିଦ୍ୟାଳୟର ଶିକ୍ଷକ ଯୋଗଦେଇ ଥିବା ବେଳେ ଶ୍ରୀ ଜୟଶଙ୍କର ମାହାର ଧନ୍ୟବାଦ ଅର୍ପଣ କରିଥିଲେ।

ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଯୋଡ଼ା ଟାଟାଷ୍ଟିଲ ମେଡିକାଲରେ ନିଜସ୍ୱ ଆମ୍ବୁଲାନ୍ସ ନାହିଁ, ଆବଶ୍ୟକ କର୍ମଚାରୀ ନିଯୁକ୍ତି ନ କରିବା ପାଇଁ ଭଡା ଗାଡି ଚାଲିଛି କି ? 

masiha

ଲକ୍ଷ୍ମୀପୁର ତାଲୁକା ଆଇନ ସହାୟତା ଉପରେ ସଚେତନତା ଶିବିର ଅନୁଷ୍ଠିତ

masiha

ପରାକ୍ରମ ଦିବସ ଉପଲକ୍ଷେ ଜୁନାଗଡ଼ରେ ଭବ୍ୟ ତ୍ରିରଙ୍ଗା ଯାତ୍ରା

masiha

Leave a Comment

error: Content is protected !!