ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରୀଯାନ ଚଳାଚଳ ନେଇ ଅଣନିଶ୍ୱାସୀ ସହରବାସୀ

କାମାକ୍ଷାନଗର -(ମସିହା )16/2/23 // କାମାକ୍ଷାନଗର ସହର ମଧ୍ୟ ଦେଇ ଭାରୀଯାନ ଚଳାଚଳ ନେଇ ଢେଙ୍କାନାଳ ଜିଲ୍ଲାପାଳ ଙ୍କ ପକ୍ଷରୁ କଟକଣା ରଖିଥିବା ସତ୍ୱେ ସହର ମଧ୍ୟରେ ଭାରୀଯାନ ଚଳାଚଳ କରୁଥିବାରୁ ଏବେ ସହରବାସୀ ଅଣନିଶ୍ୱାସୀ ହୋଇପଡିଥିବା ଅନୁଭୂତ ହୋଇଛି l କାମାକ୍ଷାନଗର ସହର ମଧ୍ୟରେ ଭାରୀଯାନ ଚଳାଚଳ ନେଇ ବହୁ ଦାବି ଆପତ୍ତି ପରେ ଢେଙ୍କାନାଳ ଜିଲ୍ଲାପାଳ ଙ୍କ ପକ୍ଷରୁ ପୂର୍ବାହ୍ନ ୭ ଘଟିକା ରୁ ୯ ଘଟିକା ପର୍ଯ୍ୟନ୍ତ ଭାରୀଯାନ ଚଳାଚଳ ବନ୍ଦ କରାଯାଇଛି ହେଲେ ସକାଳ ୭ ଟା ପରେ ରାତି ୯ ଟା ମଧ୍ୟରେ ବହୁ ଭାରୀଯାନ ବେଧଡ଼କ ଚଳାଚଳ କରୁଥିବାରୁ ଜିଲ୍ଲାପାଳ ଙ୍କ ନିୟମ ଏଠି କାର୍ଯ୍ୟ କରୁନଥିବା ସାଧାରଣ ରେ ଚର୍ଚ୍ଚା ଆରମ୍ଭ ହୋଇଛି l ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ କୁ ଯାଉଥିବା ବେଳେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ପୁଣି ସନ୍ଧ୍ୟା ସମୟ ରେ ବରିଷ୍ଠ ନାଗରିକ ମହିଳାଙ୍କ ସାଧାରଣ ଲୋକ ଦୋକାନ ବଜାର କୁ ଯାଉଥିବା ବେଳେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ସହରର ଲଷ୍ମୀ ବଜାରଠାରୁ ତରୁଣ ବଜାର ମଧ୍ୟ ଦେଇ ଜଗନ୍ନାଥ ବଜାର ପର୍ଯ୍ୟନ୍ତ ଯାଉଥିବା ରାସ୍ତାରେ ବେଧଡକ ବହୁ ଭାରୀଯାନ ଚଳାଚଳ କରୁଥିବା ବେଳେ ବଜାର ମଧ୍ୟରେ ରହିଥିବା ଅଣ ଓସାରିଆ ରାସ୍ତାରେ ଗ୍ରାହକ ମାନେ ଦୋକାନ ସମୁଖରେ ଗାଡି ରଖି ଜିନିଷ କିଣିଥାନ୍ତି l କିନ୍ତୁ କେତେକ ଭାରୀଯାନ ର ଚାଳକ ମାନେ ଗାଡି ରଖିଥିବା ଗ୍ରାହକ ମାନଙ୍କୁ ଗାଳି ଗୁଲଜ କରିବା ସହ ନାଲିଆଖି ଦେଖେଇ ଥିବା ଅଭିଯୋଗ ହେଇଚି l ନୋ ଏଣ୍ଟ୍ରି ରେ ଭାରୀଯାନ ଚାଳକ ଙ୍କ ନାଲି ଆଖି ରେ ଗ୍ରାହକ ଓ ଦୋକାନୀ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି l ଫଳରେ ପାଖରେ ଥିବା ଲୋକଙ୍କ ମଧ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରହିଥିବା କଟକଣାରେ ଭାରୀଯାନ ଗୁଡିକର ବେଖାତିର ମନୋଭାବ ପ୍ରକାଶ ପାଇଥିଲା l ପୁଣି ନୋ ଏଣ୍ଟ୍ରି ରେ ସାପ୍ତାହିକ ହାଟ ସୋମବାର ହାଟ ମଧ୍ୟ ଦେଇ ଭାରୀଯାନ ଚଳାଚଳ କରୁଥିବାରୁ ହାଟକୁ ଆସୁଥିଲା କ୍ରେତା ଓ ବିକ୍ରେତା ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି l ମାଳପୁରା ଠାରୁ ଆଲତୁମା ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ହେଉଥିବା ବେଳେ ରାସ୍ତାଖନନ ସମୟରେ କାର୍ଯ୍ୟରତ ଯନ୍ତ୍ର ଓ ଯାନ ରହୁଥିବା ରୁ ଅସୁବିଧା ସୃଷ୍ଟି ହେଉଛି l ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବାହ୍ନ ୭ ଟା ରୁ ରାତି ୯ ଟା ପର୍ଯ୍ୟନ୍ତ ଭାରୀଯାନ ଚଳାଚଳ ରେ ଥିବା କଟକଣା ରେ ଗୁରୁତ୍ୱ ଦେବା ସକାଶେ ସାଧାରଣ ରେ ଦାବିହେଉଛି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଚିଠା ଭୋଟର ତାଲିକା ପ୍ରକାଶିତ, ଶନିବାର ଓ ରବିବାର ଦିନ ମଧ୍ୟ ସ୍ଵତନ୍ତ୍ର ଦିବସରେ ବୁଥରେ ଦାଖଲ କରିପାରିବେ ଫର୍ମ

masiha

ଓଡ଼ିଆ ସଂସ୍କୃତି ଶ୍ରୀ ଜଗନ୍ନାଥ ଆଧାରିତ ଆଲୋଚନାଚକ୍ର

masiha

ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ

masiha

Leave a Comment

error: Content is protected !!