ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବ୍ଲକ ବିଜେଡି ପକ୍ଷରୁ କେନ୍ଦ୍ର ସରକାର ଙ୍କ ଚାଉଳ କାଟ କୁ ନେଇ ପ୍ରତିବାଦ ସହ ବିକ୍ଷୋଭ

ଚନ୍ଦାହାଣ୍ଡି-16/2(ମ ନି ସ )  ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ବିଜେଡି ପକ୍ଷରୁ ଆଜି କେନ୍ଦ୍ର ସରକାର ଙ୍କ ଚାଉଳ କାଟ କୁ ନେଇ ବ୍ଲକ ସମ୍ମୁଖରେ ଏକ ପ୍ରତିବାଦ ସହ ବିକ୍ଷୋଭ କରାଯାଇଥିଲା l ବ୍ଲକ ବିଜେଡି ସଭାପତି ଗୌରହରି ନାୟକଙ୍କ ସଭାପତିତ୍ୱରେ ବ୍ଲକର 14 ଗୋଟି ପଂଚାୟତରୁ ଆସିଥିବା ହଜାରେ ରୁ ଉର୍ଦ୍ଧ ସଂଖ୍ୟାକ ବିଜେଡି କର୍ମୀଙ୍କ ସମାଗମରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅର୍ଣ୍ଣ ଯୋଜନାରେ ହିତାଧିକାରୀଙ୍କୁ 5 kg ଚାଉଳ ଦେଉଥିଲେ ତାକୁ ବନ୍ଦ କରିଥିବାରୁ କେନ୍ଦ୍ର ସରକାରଙ୍କ ଅମାନବୀୟ ପଦକ୍ଷେପ ର ପ୍ରତିବାଦ ସ୍ୱରୂପ ପୁନଃ ବଣ୍ଟନ, ପୂର୍ବ ଭଳି ଧାର୍ଯ୍ୟ ପରିମାଣର ଚାଉଳ ଉଠେଇବା ,ଧାନ କିଣା ବାବଦରେ ବକେୟା ସବସିଡି ଟଙ୍କା ଚାଷୀଙ୍କୁ ତୁରନ୍ତ ପ୍ରଦାନ ନେଇ ବିକ୍ଷୋଭ କରାଯାଇଛି ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅର୍ଣ୍ଣ ଯୋଜନାକୁ ଆରମ୍ଭ କରିବା ନେଇ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ଦାବିପତ୍ର ବିଡ଼ିଓ ଧର୍ମରାଜ ମାଝୀଙ୍କୁ ପ୍ରଦାନ କରାଯାଇଥିଲା l ଏହି ବିକ୍ଷୋଭ ତଥା ପ୍ରତିବାଦ ସଭାରେ ମୁଖ୍ୟ ଅତିଥି ଭାବେ ଝରୀଗାଁ ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ମାଝୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଓଏଲଆଇସି ର ପରାମର୍ଶଦାତା ପ୍ରମୋଦ କୁମାର ପାଢ଼ୀ, ଉପାଧ୍ୟାକ୍ଷ ବାସୁଦେବ ଗୌଡ଼,ଜିଲ୍ଲାପରିଷଦ ସଭ୍ୟା ବର୍ଷାରାଣୀ ପଟେଲ, ସମସ୍ତ ସରପଞ୍ଚ,ସମିତି ସଭ୍ୟ ଯୋଗଦେଇ କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ କୁ ତଥା ଗରିବ ମୁହଁରୁ ଚାଉଳ ଛଡେଇ ନେବା,ଚାଷୀଙ୍କ ହକ ଛଡେଇ ନେବା, ବିକାଶର ଦ୍ୱାହି ଦେଇ ଗରିବ ଲୋକଙ୍କୁ ଶୋଷଣ କରିବା ଏବଂ ଓଡିଶା ବାସୀ ବାରମ୍ବାର କେନ୍ଦ୍ର ସରକାରଙ୍କ ଉପେକ୍ଷା ଓ ଅବହେଳାର ଶିକାର ହେଉଥିବା ନେଇ ଅତିଥି ମାନେ ନିଜ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ଜୋନ ସଭାପତି ଯୁବରାଜ ଜଗତ ଓ ବଳରାମ ପଟନାୟକ, ଯୁବ ବିଜେଡି ସଭାପତି ତ୍ରିନାଥ ଦାଶ, ଛାତ୍ର ବିଜେଡି ସଭାପତି ଲିଙ୍ଗରାଜ ଚୌହାନ,ଜିଲ୍ଲା ଡିଜିଟାଲ ସେକ୍ରେଟାରୀ ଭୁଜାରାଜ ସୋରି,ବରିଷ୍ଠ ବିଜେଡି ନେତା କିଶୋର ଖମାରି,ଝୁମୁକଲାଲ ସାହୁ,ଜଗନ୍ନାଥ ସିହ୍ନl,ଡମ୍ବରୁ ପାତ୍ର ,ପ୍ରଶାନ୍ତ ପାରି,କମଳୁ ମନହିରା,ଡମ୍ବରୁ ମାଝୀ,ଅଜିତ ପୋଟା, ଲଛମନ ମାଝୀ,ନିଁଳେନ୍ଦ୍ରି ପାଣ୍ଡେ, ମୁକ୍ତାଜାଲ, କ୍ଷୀରଦେଇ ଚଣ୍ଡୀ, ପୂର୍ଣ୍ଣଚନ୍ଦ୍ର ସୋରି ତସିଲ ଜଗତ ପ୍ରମୁଖଙ୍କ ସମେତ ଦଳୀୟ ବରିଷ୍ଠ କର୍ମକର୍ତ୍ତା, ଯୁବ, ମହିଳା ଓ ଛାତ୍ର କର୍ମକର୍ତ୍ତା ଏବଂ 14 ଗୋଟି ପଂଚାୟତ ସଭାପତି ସମେତ ସଂଖ୍ୟାଧିକ କର୍ମୀ ଉପସ୍ଥିତ ରହିଥିଲେ l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ତେଲ ତାତିରେ ଲୋକ ତଳି ତଳାନ୍ତ ଲୋକଙ୍କ ଉପରେ ବୋଝ, ଲାଭ ଖାଇବେ ସରକାର: ବିଜେଡି

ଜୁନାଗଡ ବିଧାନ ସଭା କ୍ଷେତ୍ର ର ରାଜ ନୈତିକ ଚିତ୍ରପଟ :   ରାଜପରିବାର ର ଗଡ ଜୁନାଗଡ ବିଧାନ ସଭା ଆସନ ରେ ୨୦୨୪ ନିର୍ବାଚନ ରେ କାହା ମୁଣ୍ଡରେ ଶିରପା ? 

masiha

କଂଗ୍ରେସ ପକ୍ଷରୁ ରାଷ୍ଟ୍ରପତି ଉଦ୍ୟେଶ ରେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!