ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରାଜା ଖଣ୍ଡୁଆଳ ଦିବା ରାତ୍ରି କ୍ରିକେଟ ପ୍ରତିଯୋଗୀତା ଉଦଘାଟିତ

ରଙ୍କାବାହାଲ କୁ ହରାଇଲା ଧର୍ମଗଡ 

ଧର୍ମଗଡ:୧୬/୨/୨୩:  ଧର୍ମଗଡ ଏନଏସି ଅନ୍ତର୍ଗତ ତାଲପଦର ପଡ଼ା ଠାରେ ରାଜା ଖଣ୍ଡୁଆଳ ଦିବା ରାତ୍ରି କ୍ରିକେଟ ପ୍ରତିଯୋଗୀତା ଉଦଘାଟିତ ହୋଇ ଯାଇଛି । ଉଦ୍ଘାଟନୀ ମ୍ୟାଚ ରଙ୍କାବାହାଲ ଓ ଧର୍ମଗଡ ଦଳ ମଧ୍ୟ ରେ ଅନୁଷ୍ଠିତ ହୋଇ ଥିଲା । ଧର୍ମଗଡ ଦଳ ନିର୍ଦ୍ଧାରିତ ଓଭର ମଧ୍ୟ ରେ ୬ ୱିକେଟ ବିନିମୟ ରେ ୮୬ ରନ କରିଥିଲା । ଜବାବ ରେ ରଙ୍କାବାହାଲ ଦଳ ସମସ୍ତ ୱିକେଟ ହରାଇ ମାତ୍ର ୪୬ ରନ୍ କରିବାକୁ ସମର୍ଥ ହୋଇ ଥିଲା । ଧର୍ମଗଡ ଦଳ ୪୦ ରନ ରେ ବିଜୟୀ ହୋଇ ଥିଲା । ସଞ୍ଜୟ ଭୋଇ ଓ ରାଜା ରାମ ହାତୀ ଖେଳ ପରିଚାଳନା କରିଥିଲେ । ଉଦ୍ଘାଟନୀ କାର୍ଯ୍ୟକ୍ରମ ରେ ଧର୍ମଗଡ ନଗରପାଳ ଅଶୋକ ମହାନ୍ତି ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳ କୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଅଭିମନ୍ୟୁ ପୂଝାରୀ,କଳାହାଣ୍ଡି ବ୍ଲଗର ମଞ୍ଜୁ ଭୋଇ, ହୃଷୀକେଶ ସାହୁ ପ୍ରମୁଖ ଯୋଗ ଦେଇ ଆୟୋଜକ କମିଟି ଓ ଖେଳାଳୀ ଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମ କୁ ସଭାପତି ଜଗନ୍ନାଥ ପୂଝାରୀ, ସମ୍ପାଦକ ରମେଶ ମାଝୀ, ଅରୁପାନନ୍ଦ ମାଝୀ, ଚିନ୍ତାମଣି ମାଝୀ, ସରୋଜ ମହାରଣା, ନାରାୟଣ ମାଝୀ ଓ ଅନ୍ୟ ମାନେ ପରିଚାଳନା କରିଥିଲେ । ଆସନ୍ତା ୧୯ ତାରିଖ ଦିନ ଫାଇନାଲ ପ୍ରତିଯୋଗିତା ଅନୁଷ୍ଠିତ ହେବ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଏମବିପିଏଲ ସିଜନ-୩ କ୍ରିକେଟ ଉଦଯାପିତ ,ଧର୍ମଗଡ ଲାୟନ ଚାମ୍ପିଅନ

Sunil Chandra Nayak

ରାଇରଙ୍ଗପୁର ଷ୍ଟାଡିୟମରେ ୫ ମ ବାର୍ଷିକ ରାଇରଙ୍ଗପୁର ପ୍ରିମିୟମ ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Sunil Chandra Nayak

ପ୍ରଥମ ପ୍ରଶାନ୍ତ ସିଂହ ସ୍ମାରକୀ ୧୪ ବର୍ଷ ରୁ କମ୍ ଗ୍ରାସରୁଟ ଚମ୍ପିୟାନ ଫୁଟବଲ ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!