ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ଜୀ-ସାର୍ଥକ ର ନୂଆ ଓଡିଆ ଫିଲ୍ମ ‘ବନ୍ଦିନୀ’ର ଅଡିଓ ଲୋକାର୍ପିତ

ଭୁବନେଶ୍ବର  // ଜୀ-ସାର୍ଥକ ଫିଲ୍ମସ ସବୁବେଳେ ନୂଆ ଓ ଭିନ୍ନ ଭିନ୍ନ କାହାଣୀରେ ନିର୍ମିତ ଚଳଚ୍ଚିତ୍ର ତାର ଦର୍ଶକଙ୍କୁ ଦେଇ ଆସିଛି । ଚିରାଚରିତ ପ୍ରେମ କାହାଣୀ ଠାରୁ ଭିନ୍ନ ଏକ ପ୍ରେମ ଓ ପ୍ରତିଶୋଧର ସସ୍ପେନ୍ସ କାହାଣୀ କୁ ନେଇ ଏସପିପି ପ୍ରଡକ୍ଶନ୍ ହାଉସ୍ ନିର୍ମାଣ କରିଛି ‘ବନ୍ଦିନୀ’, ଯାହାକୁ ଦର୍ଶକମାନେ ଦେଖିପାରିବେ କେବଳ ଜୀ-ସାର୍ଥକରେ ଆସନ୍ତା ୧୯ ତାରିଖ ସନ୍ଧ୍ୟା ୬:୩୦ ରେ । ଆଜି ଭୁବନେଶ୍ବରସ୍ଥିତ ଏକ ତାରକା ହୋଟେଲ୍ ରେ ଚଳଚ୍ଚିତ୍ର “ବନ୍ଦିନୀ” ର ଅଡିଓ ରିଲିଜ୍ ହୋଇଯାଇଛି।

ଏହି ଅବସରରେ ଜୀସାର୍ଥକ ବିଜିନେସ୍ ହେଡ୍ ପ୍ରତୀକ ସିଲ୍,ପ୍ରଯୋଜକ କ୍ଷୀରୋଦ ପଟ୍ଟନାୟକ,ନିର୍ଦ୍ଦେଶକ ପିନୁ ନାୟକ,ଅଭିନେତା ମଣ୍ଟୁ,ଅଭିନେତ୍ରୀ ରୀୟା,କଣ୍ଠଶିଳ୍ପୀ ସ୍ବୟମ ପାଢୀ,ଅନ୍ତରା ଚକ୍ରବର୍ତ୍ତୀ,ଲିପ୍ସା ମହାପାତ୍ର ,କାର୍ଯ୍ୟକାରୀ ପ୍ରଯୋଜକ ତନ୍ମୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଡକ୍ଟର ଜନ୍ମେଞ୍ଜୟ ପଣ୍ଡାଙ୍କ କାହାଣୀ, କ୍ଷୀରୋଦ ପଟ୍ଟନାୟକଙ୍କ ପ୍ରଯୋଜନା ଓ ପିନୁ ନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ପାଇଁ ନିର୍ମଳ ନାୟକ ଗୀତ ରଚନା କରିଛନ୍ତି ଓ ଅଭିଜିତ୍ ମଜୁମଦାର ଗୀତଗୁଡ଼ିକୁ ସଙ୍ଗୀତରେ ସଜେଇଛନ୍ତି, ଗାଇଛନ୍ତି ସ୍ଵୟମ ପାଢୀ, ଅନ୍ତରା ଚକ୍ରବର୍ତ୍ତୀ, ଏସ୍ ଜିତୁ, ଲିପ୍ଶା ଓ ସସ୍ମିତ ଏବଂ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ୍ ଟୁବୁନ୍। ଓଡିଆ ଚଳଚିତ୍ର ଜଗତର ଦୁଇଜଣ ଲୋକପ୍ରିୟ ଅଭିନେତା ମଣ୍ଟୁ ଓ ରିୟା ଦେ ଙ୍କୁ ଏକାଠି ଏହି ରୋମାଞ୍ଚ ଭରା ଚଳଚ୍ଚିତ୍ର ‘ବନ୍ଦିନୀ’ରେ ଦେଖିବାକୁ ମିଳିବ । ଏହି ଦୁଇଜଣଙ୍କ ଛଡ଼ା ଓଡ଼ିଶାର ଆହୁରି ଅନେକ ଲୋକପ୍ରିୟ କଳାକାର ମାନଙ୍କ ମଧ୍ୟରେ ବବି ମିଶ୍ର, ସରୋଜ ଦାସ, ଶୁଭ୍ରାଂଶୁ ନାୟକ,କମେଡିଆନ୍ ଥିନ୍ ଓ ମନୀଷା ରଥ ଏହି ଚଳଚ୍ଚିତ୍ରରେ ନିଜର ଅଭିନୟର ଯାଦୁ ଦେଖାଇବେ । ଏକ ଭିନ୍ନ ସ୍ୱାଦ ଓ ସସ୍ପେନ୍ସ ଚଳଚ୍ଚିତ୍ର ଯାହା ବିଭିନ୍ନ ରୂପରେ ପ୍ରେମ, ଷଡଯନ୍ତ୍ର ଏବଂ ପାରିବାରିକ ସମ୍ପର୍କ ଦେଖାଉଥିବା କାହାଣୀ ଦର୍ଶକଙ୍କୁ ନିଶ୍ଚୟ ବାନ୍ଧି ରଖିବ ବୋଲି ପ୍ରଯୋଜନା ସଂସ୍ଥା, ଜୀ-ସାର୍ଥକ ଚାନେଲ୍ ମୁଖ୍ୟ ପ୍ରତୀକ ସିଲ୍ କହିଛନ୍ତି ।

କାହାଣୀ ଆରମ୍ଭ ହେଉଛି ଭଉଣୀ ବାହାଘର ପାଇଁ ପାରୋଲରେ ଜେଲରୁ ଆସୁଥିବା ନନ୍ଦିନୀ ଠାରୁ ହେଲେ । ବାହାଘରରେ ନ ପହଞ୍ଚି, ସମୟକ୍ରମେ ସେ ପହଞ୍ଚୁଛି ଶୁଭମ୍ ଘରେ ଓ ସେଠାରେ ଏହି ଦୁଇଜଣଙ୍କୁ ଶୁଭମ୍ ର ପରିବାର ବିବାହ ବନ୍ଧନରେ ବାନ୍ଧିବାକୁ ପୁରା ପ୍ରସ୍ତୁତ ହେଲାବେଳ କାହାଣୀରେ ଆସୁଛି ଏକ ଆକସ୍ମିକ ମୋଡ । କାହାଣୀରେ ପ୍ରବେଶ କରୁଛି ଜସ୍ମିନ୍ । ସେ ପ୍ରତିଶୋଧ ନେବାକୁ ନନ୍ଦିନୀର ଅତୀତ ଜୀବନ ବିଷୟରେ ଖୋଜିବା ଆରମ୍ଭ କରେ ଆଉ ଯେଉଁ ତଥ୍ୟ ମିଳେ ତାହା ଅଦ୍ଭୁତ । ହେଲେ କାହିଁକି ଜସ୍ମିନ୍ ପ୍ରତିଶୋଧ ନେଉଛି, କାହିଁକି ନନ୍ଦିନୀ ଜେଲରେ ଥିଲା ? ନନ୍ଦିନୀଙ୍କ ସହିତ କ’ଣ ହେବ? ସେ ପୁଣି ଜେଲକୁ ଯିବ କି? ଏହି ସମସ୍ତ ପ୍ରଶ୍ନର ଉତ୍ତର କେବଳ କ୍ଲାଇମାକ୍ସରେ ହିଁ ମିଳିବ ।

ବାହାଘର ପରେ ରିୟାଙ୍କର ଏହା ପ୍ରଥମ ଚଳଚିତ୍ର ଭାବରେ ରିଲିଜ୍ ହେବ ତେଣୁ ସେ ବହୁତ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି ରିଲିଜ୍ ପାଇଁ ଓ ଆଶା କରିଛନ୍ତି ଦର୍ଶକ ମାନେ ଏହି ଚଳଚିତ୍ରଟିକୁ ମନଭରି ଉପଭୋଗ କରିବେ ।

ଅମୃତ ନନ୍ଦ ଙ୍କ ରିପୋର୍ଟ 

Related posts

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ …… ନବମ ଦିନ ଉତ୍କଳୀ ସାଂସ୍କୃତିକ ଶିଳ୍ପୀ ର ନାଟକ ହନୁର ଲାଞ୍ଜ ମଞ୍ଚସ୍ଥ …..

masiha

କଳାହାଣ୍ଡିଆ ଅସ୍ମିତାର ସ୍ବର୍ଣ୍ଣାଭ ସ୍ୱାକ୍ଷର… ୪୬ ବର୍ଷ ପରେ ପୁନଃ ପ୍ରଦର୍ଶନ ହେଲା “ସମର୍ପଣ” ୪୫ କଳାକାର ସମ୍ବର୍ଦ୍ଧିତ

masiha

ନାଟ୍ୟଧାରାରେ ନାଟକ “ଜୟଯାତ୍ରା” 

masiha

Leave a Comment

error: Content is protected !!