ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛାତ୍ର କଲ୍ୟାଣ ମୂଳଦୁଆ ପକ୍ଷରୁ ସରକାରୀ ସଂୟଶାସିତ ମହାବିଦ୍ୟାଳୟ ରେ ବ୍ଲାକ ଡେ ପାଳନ

୧୪.ଫେବୃଆରୀ.୨୦୧୯ ମସିହାରେ ଜାମ୍ମୁ କାଶ୍ମୀର ଓ ପୁଲୁୱାମା ଠାରେ ଆତଙ୍କବାଦୀ ଙ୍କର ବୋମା ବିସ୍ଫୋରଣ ରେ ସହୀଦ ହୋଇଥିବା ଭାରତୀୟ ଯବାନ ମାନଙ୍କର ଅମର ଆତ୍ମାର ସଦ୍ଗତି ଉଦେଶ୍ୟ ରେ ତା ୧୪/୨/୨୦୨୩ ରିଖ ସକାଳ ୯ ଟା ସମୟ ରେ ଛାତ୍ର କଲ୍ୟାଣ ମୂଳଦୁଆ ଅନୁଷ୍ଠାନ ର ପ୍ରତିଷ୍ଠାତା ତଥା ପୂର୍ବତନ ସଭାପତି ଦେବାଶିଷ ସାହାଣୀ, କନ୍ଧମାଳ ଜିଲ୍ଲାର ଡେପୁଟି ପୋଲିସ୍ ଅଧୀକ୍ଷକ ଶ୍ରୀ ସ୍ନେହାଶିଷ ସାହୁ, ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ପଞ୍ଚାନନ ବେହେରା ଙ୍କ ଉପସ୍ଥିତି ରେ ଫୁଲବାଣୀ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଠାରେ ବ୍ଲାକ ଡେ ପାଳନ କରାଯାଇଥିଲା ।ଏହି ଦିବସ ପାଳନ ଅବସରରେ ଛାତ୍ର ଛାତ୍ରୀ ଙ୍କ ମନରେ ଉତ୍ସାହ ବଢ଼ାଇବା ନିମନ୍ତେ ଇଂରାଜୀ ଏବଂ ଓଡ଼ିଆ ବକୃତା ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା । ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମ ର ବିଚାରକ ଭାବେ ରାଜନୀତି ବିଜ୍ଞାନ ର ଅଧ୍ୟାପକ ଶ୍ରୀ ରାଜେଶ କୁମାର ବାରିକ, ଭୂଗୋଳ ବିଭାଗର ଅଧ୍ୟାପକ ଶ୍ରୀ ବିପିନ କୁମାର ବେହେରା ଇତିହାସ ବିଭାଗର ଅଧ୍ୟାପକ ଶ୍ରୀ ଦିବ୍ୟ ରଞ୍ଜନ ତ୍ରିପାଠୀ ଏବଂ ଭୌତିକ ବିଜ୍ଞାନ ବିଭାଗର ଅଧ୍ୟାପକ ଅନିଲ କୁମାର ପ୍ରଧାନ ପ୍ରମୁଖ ଦାୟିତ୍ୱ ଗ୍ରହଣ ଥିଲେ |

 ପ୍ରତିଯୋଗିତାରେ ନିଜର ପ୍ରତିଭା ପ୍ରଦର୍ଶନ କରି ବହୁ ଛାତ୍ର ଛାତ୍ରୀ କୃତିତ୍ୱ ହାସଲ କରିଛନ୍ତି l ଇଂରାଜୀ ବକୃତା ପ୍ରତିଯୋଗିତା ରେ ଅଲିଭା ଦାସ, ଜି. ରୋହିତ କୁମାର ଏବଂ ଓଡ଼ିଆ ବକୃତା ପ୍ରତିଯୋଗିତା ରେ ସ୍ମରଣିକା ତ୍ରିପାଠୀ, ଅଭିପ୍ସା ପ୍ରିୟଦର୍ଶିନୀ ଏବଂ କୁମୁଦିନୀ ମଲ୍ଲିକ କୃତିତ୍ୱ ଅର୍ଜନ କରିଥିଲେ l କୃତି ଛାତ୍ର ଛାତ୍ରୀ ମାନଙ୍କୁ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ଢେଙ୍କାନାଳ ବଳଦିଆବନ୍ଧସ୍ଥିତ ଗୌରାଙ୍ଗ ଚରଣ ବିଦ୍ୟାପୀଠର ୪୩ ତମ ପ୍ରତିଷ୍ଠା ଦିବସ -୨୦୨୬ ମହାସମାରୋହରେ ପାଳିତ 

ବଳରାମପୁରୁ ଘରପୋଡି ବିପନ୍ନଙ୍କୁ ସାଂସଦ ଵୈଜୟନ୍ତଙ୍କ ସହାୟତା

masiha

ବ୍ଳକ ସ୍ତରୀୟ ଲୋକକଳା ଦଳର ତାଲିମ ଶିବିର

masiha

Leave a Comment

error: Content is protected !!