ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କେନ୍ଦ୍ର ଚାଉଳ ରାଜନୀତିକୁ ନେଇ କୋକସରା ବ୍ଲକ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ଓ ଦାବିପତ୍ର ଦେଲେ ବିଜେଡି କର୍ମି

କୋକସରା,୧୭/୦୨- କେନ୍ଦ୍ର ସରକାରଙ୍କ ରାଜ୍ୟ ସରକାରଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରି ଗୁରୁବାର କୋକସରା ବ୍ଲକ ବିଜେଡି ପକ୍ଷରୁ ବିଜେଡି କାର୍ଯ୍ୟାଳୟରୁ ଶତାଧିକ କର୍ମକର୍ତ୍ତା ଶୋଭାଯାତ୍ରାରେ ବାହାରି କେନ୍ଦ୍ର ସରକାରଙ୍କ କୃଷି ଓ ଖାଦ୍ୟ ସୁରକ୍ଷା ନୀତିରେ ପାତରଅନ୍ତର ମନୋଭାବକୁ ବିରୋଧ କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କର୍ମକର୍ତ୍ତା ମାନେ ପ୍ରତିବାଦ ଓ ବିକ୍ଷୋଭ ସଭାରେ ବିରୋଧ ପ୍ରଦର୍ଶନ କରିବା ସହ କେନ୍ଦ୍ର ସରକାରଙ୍କ କୃଷକ ମାରଣ ନିତି ଓ ଚାଉଳ ରାଜନୀତି କରି ଓଡିଶାର ଜନ ସାଧାରଣଙ୍କୁ ପଥଭ୍ରଷ୍ଟ କରିବା ବନ୍ଦ କରନ୍ତୁ ବୋଳି ଅଭିଯୋଗ କରିଛନ୍ତି। କୋଭିଡ ମହାମାରୀ ସମୟରେ କେନ୍ଦ୍ର ସରକାର ଆରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ କରି ଅତିରିକ୍ତ ୫ କେଜି ଚାଉଳ କାଟି ଗରିବ ପେଟକୁ ଲାତ ମାରିଛନ୍ତି ବୋଳି ଅଭିଯୋଗ କରିଛି ବିଜେଡି । କୋକସରା ବ୍ଲକ ବିଜେଡି ସଭାପତି ସୁଶାନ୍ତ ବେହେରାଙ୍କ ନେତୃତ୍ୱରେ ଧର୍ମଗଡ ବିଧାୟକ ମୌଷଧି ବାଗ, ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ, ହେମନ୍ତ ମାଝୀ, ସଭ୍ୟା ବୈଜୟନ୍ତି ପୁଝାରି, ଜିଲ୍ଲା ଅନୁସୂଚିତ ଜନଜାତି ସେଲ ସଭାପତି ସୁଶିଳ ଶବର, ବ୍ଲକ ସମ୍ପାଦକ ପଞ୍ଚକ ପୋଢ଼, ଦୁର୍ଗା ନାଏକ, ଅନୁସୂଚିତ ଜାତି ସେଲ ସଭାପତି ରମେଶ ଚନ୍ଦ୍ର ଦୁର୍ଗା, ଭୁବନେଶ୍ବର ମାଝୀ, ସହଦେଵ ପଟ୍ଟନାୟକ, ଧନେଶ୍ୱର ଗୋପାଳ, ହେମନ୍ତ ବାଣୁଆ, ଚିନିଲାଲ ବାଗ, ଜୟଲାଲ ନାଏକ, ଖଗେଶ୍ବର ପାଣିଗ୍ରାହୀ, ଛାତ୍ର ଜନତା ସଭାପତି ମାନସ ବେହେରା, ଯୁବ ସଙ୍ଗଠକ ମହେଶ ଗୁପ୍ତା, ନାରିନେତ୍ରୀ ଅଶୋକା ନାଏକ ଓ ଦଲୀୟ କର୍ମି ଉପସ୍ଥିତ ରହି ଏକ ଦାବିପତ୍ର ବ୍ଲକ ଜିପିଇଓ ନାରାୟଣ ଭୋଇଙ୍କ ଜରିଆରେ ଭାରତର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। ପ୍ରତିବାଦ ସଭା ପରେ ସୁରେଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

କେନ୍ଦ୍ର ସରକାରଙ୍କ ଗରିବ ମାରଣ ନୀତି ବିରୋଧରେ ଝରିଗାଁ ବିଜେଡ଼ିର ବିକ୍ଷୋଭ

Sunil Chandra Nayak

କଂଗ୍ରେସ ଓ ବିଜେଡି ଦଳରେ ଦୋମୁହାଁ ନୀତି : ବିଜେପି….

Sunil Chandra Nayak

ଓଡ଼ିଶାରେ,,ଛତିଶଗଡ଼ ଭାଷାରେ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଙ୍କ ପ୍ରଚାର

masiha

Leave a Comment

error: Content is protected !!